ପୂର୍ବ ମେୟର ଏଣ୍ଡି ବର୍ନହେମ୍ ହେଲେ ଦେଶର ନୂଆ PM , ସୋମବାର ଜୁଲାଇ ୨୦ ତାରିଖ ରେ ବ୍ରିଟେନ ପାଇଲା ନିଜର ନୂଆ ପ୍ରଧାନମନ୍ତ୍ରୀ, ଗ୍ରେଟର ମଞ୍ଚେଷ୍ଟର ର ପୂର୍ବ ମେୟର ଏଣ୍ଡି ବର୍ଣ୍ଣହେମ ବର୍ତମାନ ଦେଶର ନୂଆ ପ୍ରଧାନମନ୍ତ୍ରୀ ହେବେ, ଗତ ସପ୍ତାହରେ ତାଙ୍କୁ ଶାସିତ ଲେବର ପାର୍ଟି ର ନୂଆ ନେତା ଭାବରେ ବଛା ଯାଇଥିଲା, ଏହାପରେ ସେ କୀର ଷ୍ଟର୍ମର ଙ୍କ ସ୍ଥାନ ନେଇଛନ୍ତି, ବର୍ତମାନ ସେ ଖୁବ ଶୀଘ୍ର ଅଫିସିଆଲି ପ୍ରଧାନମନ୍ତ୍ରୀ ଙ୍କ କାର୍ଯ୍ୟାଳୟ 10 ଡାଉନିଙ୍ଗ ଷ୍ଟ୍ରିଟ ରେ କାର୍ଯ୍ୟଭାର ସମ୍ଭାଳିବେ l
ଏଣ୍ଡି ବର୍ଣ୍ଣହେମ ଗତ ୧୦ ବର୍ଷ ମଧ୍ୟରେ ବ୍ରିଟେନ ର ଷଷ୍ଠ ପ୍ରଧାନମନ୍ତ୍ରୀ ହୋଇଛନ୍ତି, ସେ ଶାସନକୁ ଆସିଲେ ଏଭଳି ଗୋଟିଏ ସମୟରେ ଯେତେବେଳେ ଲେବର ପାର୍ଟି ରାଜନୈତିକ ସ୍ଥିତି ରେ ଅସୁବିଧାର ସମୁଖୀନ ହେଉଥିଲା l ନିକଟରେ ଦଳର ଲୋକପ୍ରିୟତା ହ୍ରାସ ହୋଇଛି, ଏପରି ସ୍ଥିତିରେ ଲେବର ପାର୍ଟି କୁ ବିଶ୍ୱାସ ରହିଛି ଯେ ନେତୃତ୍ୱ ରେ ପରିବର୍ତ୍ତନ ଦ୍ୱାରା ଦଳ କୁ ନୂଆ ଉର୍ଜା ମିଳିବ l
ପୂର୍ବ ପ୍ରଧାନମନ୍ତ୍ରୀ ଷ୍ଟର୍ମର ପ୍ରଧାନମନ୍ତ୍ରୀ ପଦବୀ ଛାଡିବା ପୂର୍ବରୁ ୧୦ ଡାଉନିଂ ଷ୍ଟ୍ରିଟ ବାହାରେ ନିଜର ବିଦାୟୀ ଭାଷଣ ଦେଇଥିଲେ, ଏହାପରେ ବଙ୍କିଙ୍ଗହମ ପ୍ୟାଲେସ ରେ ପହଞ୍ଚିଥିଲେ , ଯେଉଁଠାରେ ସେ କିଙ୍ଗ ଚାର୍ଲସ ତୃତୀୟ ଙ୍କୁ ସାକ୍ଷାତ କରିଥିଲେ ଓ ଇସ୍ତଫା ଦେଇଥିଲେ, ବ୍ରିଟେନ ର ସାମ୍ବିଧାନିକ ପରମ୍ପରା ଅନୁସାରେ ରାଜାଙ୍କ ସହିତ ସାକ୍ଷାତ ପରେ ନୂଆ ପ୍ରଧାନମନ୍ତ୍ରୀ ଦେଶର ଭାର ଗ୍ରହଣ କରିପାରିବେ l
ବ୍ରିଟେନ ରେ ଆଗାମୀ ସାଧାରଣ ନିର୍ବାଚନ ୨୦୨୯ ରେ ହେବାକୁ ଯାଉଛି, ପୂର୍ବ ସାଧାରଣ ନିର୍ବାଚନ ୨୦୨୯ ରେ ହୋଇଥିଲା, ପୂର୍ବ ପ୍ରଧାନମନ୍ତ୍ରୀ କୀର ଷ୍ଟର୍ମର ଜୁନ ୨୨ ତାରିଖରେ ଲେବର ପାର୍ଟି ନେତା ପଦବୀ ଇସ୍ତଫା ଦେବେ ବୋଲି ଘୋଷଣା କରିଥିଲେ l ଷ୍ଟର୍ମର ଙ୍କ କାର୍ଯ୍ୟକାଳ ୨ବର୍ଷ ଚାଲିଥଲା l କିନ୍ତୁ ଏହି ସମୟରେ ତାଙ୍କ ସରକାର ଅନେକ ବିବାଦରେ ଘେରି ହୋଇ ଯାଇଥିଲା l ବିଶେଷ ଭାବରେ ଆମେରିକାରେ ବ୍ରିଟେନ ରାଜଦୂତ ଭାବରେ ଜଣେ ଏଭଳି ବ୍ୟକ୍ତିର ନିଯୁକ୍ତି କୁ ନେଇ ବିବାଦ ହୋଇଥିଲା, ଯାହାର ସମ୍ବନ୍ଧ ଦିବଂଗତ ଯୌନ ଅପରାଧୀ ଜେଫ୍ରି ଏପିଷ୍ଟିନ ସହିତ ଥିଲା l
