Odisha news

ସିରିଡି ସାଇଙ୍କ ମୂର୍ତ୍ତି ପ୍ରତିଷ୍ଠା ଉତ୍ସବ

0

ତିହିଡି,୨୮୦୧: ତିହିଡି ବ୍ଲକ ଅନ୍ତର୍ଗତ କୋହ୍ଲ ପଞ୍ଚାୟତ ଅଧିନ ମୂଷାଙ୍ଗ ଗାଁରେ ସିରିଡି ସାଇଙ୍କ ମୂର୍ତ୍ତି ପ୍ରତିଷ୍ଠା ଉତ୍ସବ ୨ ଦିନ ଧରି ଅନୁଷ୍ଠିତ ହୋଇଯାଇଛି । ବୁଧବାର ସକାଳେ ମହିଳା ମାନେ ଏକ କଳସ ଶୋଭାଯାତ୍ରା କରିଥିଲେ । ପରେ ମହା ଅଭିଷେକ ଅନୁଷ୍ଠିତ ହୋଇଥିଲା । ଗୁରୁବାର ମୂର୍ତ୍ତିର ପ୍ରାଣ ପ୍ରତିଷ୍ଠା ପରେ ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା । ପରେ ପୂର୍ଣ୍ଣାହୂତି କାର୍ଯ୍ୟ ସଂପନ୍ନ ହୋଇଥିଲା । ଏହି ଉପଲକ୍ଷେ ୨ ଦିନ ଧରି ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା । ସତ୍ୟପ୍ରକାଶ ପାଣିଗ୍ରାହୀ, ପ୍ରତାପ ସେନାପତି, ଉଦୟ ଦାସ, ସତ୍ୟଜିତ ବଳ, ନିରାକାର ସେନାପତି, ପ୍ରଭାତ ସେନାପତି, ଲକ୍ଷ୍ମଣ ସେଠୀ, ଅଭିରାମ ଜେନା, ମନୋଜ ସାହୁ, ଅଶୋକ ସେନାପତି, ନାରାୟଣ ସ୍ୱାଇଁ, ଇନ୍ଦ୍ରଜିତ ସ୍ୱାଇଁ ଓ ମନୋରଞ୍ଜନ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply