ମୁଖ୍ୟ ରେଳ ସଂରକ୍ଷା ଆୟୁକ୍ତ ଶ୍ରୀ ଶୈଳେଶ କୁମାର ପାଠକଙ୍କ ଦ୍ୱାରା କେରେଜଙ୍ଗ-ଅନୁଗୁଳ ୧୩.୫୧କି.ମି. ଦୋହରୀକରଣ କାର୍ଯ୍ୟର ନୀରିକ୍ଷଣ ସମୀକ୍ଷା
ମୁଖ୍ୟ ରେଳ ସଂରକ୍ଷା ଆୟୁକ୍ତଙ୍କ ଦ୍ୱାରା ପୂର୍ବାହ୍ନ ୧୦ ଘଟିକାରୁ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ କେରେଜଙ୍ଗ-ଅନୁଗୁଳ ନୂତନ ଦୋହରୀକରଣ କାର୍ଯ୍ୟର ବିଭିନ୍ନ ସଂରକ୍ଷା ସମ୍ବନ୍ଧୀୟ କାର୍ଯ୍ୟଗୁଡିକୁ ଯାଞ୍ଚ କରାଯାଇଥିଲା | ନିଶିକ୍ଷଣ ସମୟରେ ବିଭିନ୍ନ ପଏଣ୍ଟ ଏବଂ କ୍ରସିଂ, କର୍ଭ (ବାଙ୍କ), ଲେଭଲ୍ କ୍ରସିଂ, ବିଦ୍ୟୁତିକ ଓଭର ହେଡ୍ ଉପକରଣ (OHE), ସିଗ୍ନାଲ୍ ଏବଂ ଟେଲିକମ୍ ଯୋଗାଯୋଗ ଉପକରଣ ଗୁଡିକୁ କଡ଼ାକଡ଼ିଭାବେ ଯାଞ୍ଚ କରାଯାଇଥିଲା | ଟ୍ରେନ୍ ଚଳାଚଳର ସଂରକ୍ଷା ସହ ଜଡିତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ପଏଣ୍ଟ ସହିତ ବିଭିନ୍ନ ସଂରକ୍ଷା ଦିଗକୁ କଠୋର ଭାବରେ ଯାଞ୍ଚ କରିଥିଲେ ଶ୍ରୀ ପାଠକ |