Odisha news

ଶୀତରେ ସହର ବାସୀ କୋଣାର୍କ ରେଞ୍ଜର କ୍ୟାମ୍ପରେ ଉଠାଉଛନ୍ତି ଫାୟାର କ୍ୟାମ୍ପର ମଜା

0

ଶୀତ ର ପ୍ରକୋପ ଦିନ କୁ ଦିନ ବଢିବା ରେ ଲାଗିଛି। ସେଥିପାଇଁ ଥରୁଛି ଏବେ ସାରା ଓଡିଶା। ସହର ରେ ଶୀତ ର ପ୍ରକୋପ ରୁ ରକ୍ଷା ପାଇବା ପାଇଁ ସହରବାସୀ ଏବେ ଗାଁ ମୁହାଁ। ଗାଁ ମାନଙ୍କ ରେ ଶୀତ ରୁ ରକ୍ଷା ପାଇବା ପାଇଁ ସ୍ଥାନେ ସ୍ଥାନେ ନିଆଁ ଜଳଯାଇ ଲୋକମାନେ ଏକାଠି ହୋଇ ଏହା ଚାରିପାଖେ ଅନେକ ସମୟ ପର୍ଯ୍ୟନ୍ତ ବସି ରହିଥାନ୍ତି।

ତେଣୁ ଲୋକ ମାନଙ୍କୁ ସମ୍ପୂର୍ଣ ଏକ ଗାଁ ର ଅନୁଭୂତି ଦେବାକୁ କୋଣାର୍କ ରେଞ୍ଜର କ୍ୟାମ୍ପ ରେ କରାଯାଇଛି ଏକ ଅଭିନବ ପ୍ରୟାସ। ସଂଧ୍ୟା ସମୟ ରେ ପର୍ଯ୍ୟଟକ ଙ୍କୁ ଆକର୍ଷିତ କରିବା ପାଇଁ ଫାୟାର କ୍ୟାମ୍ପ ର ବ୍ୟବସ୍ଥା ଦୀର୍ଘ ସମୟ ଧରି ବାନ୍ଧି ରଖୁଛି ଏହା ମଧ୍ୟରେ। ଯେଉଁ ସମୟରେ ପ୍ରବଳ ଶୀତ ରୁ ରକ୍ଷା ପାଇବା ପାଇଁ ସହର ରେ ଏହି ପରି ନିଆଁ ଲଗାଇ କ୍ୟାମ୍ପ ପ୍ରସ୍ତୁତ କରିବା ସୁବିଧା ନଥାଏ ସେହି ସମୟରେ ରେଞ୍ଜର ଫାୟାର କ୍ୟାମ୍ପ ପ୍ରସ୍ତୁତ କରି ପର୍ଯ୍ୟଟକ ଙ୍କୁ ଭିନ୍ନ ଅନୁଭୂତି ପ୍ରଦାନ କରୁଥିବା କହିଚନ୍ତି ପର୍ଯ୍ୟଟକ।

ଅନ୍ୟପଟେ ରେଞ୍ଜର କ୍ୟାମ୍ପ ରେ ପର୍ଯ୍ୟଟକ ଙ୍କ ମୁଖ୍ୟ ଆକର୍ଷଣ ଏହି ଫାୟାର କ୍ୟାମ୍ପ ହୋଇଥିବା ବେଳେ ରାତ୍ରି ଯାପନ କରିବାପାଇଁ ଟେଣ୍ଟ କଟେଜ ଯୋଗାଇ ଦିଆଯାଉଛି ବୋଲି କହିଛନ୍ତି କ୍ୟାମ୍ପ ପରି ଚାଳକ।

Leave A Reply