Odisha news

ଦେଶର ପ୍ରଥମ ଚାଳକ ବିହୀନ ଟ୍ରେନ ଆଜି ଲୋକାର୍ପଣ କରିବେ ପ୍ରଧାନ ମନ୍ତ୍ରୀ ମୋଦି

0

ନୂଆଦିଲ୍ଲୀ : ସୋମବାରଠାରୁ ଦେଶରେ ଚଳାଚଳ କରିବ ଚାଳକ ବିହୀନ ଟ୍ରେନ। ଦେଶର ପ୍ରଥମ ଚାଳକ ବିହୀନ ଟ୍ରେନ ଦିଲ୍ଲୀ ମେଟ୍ରୋର ମାଜେଣ୍ଟା ଲାଇନ (ଜନକପୁରୀ ପଶ୍ଚିମ-ବଟାନିକାଲ ଗାର୍ଡେନ)ରେ ଚଳାଚଳ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ପୂର୍ବାହ୍ଣ ୧୧ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ନୂତନ ଟ୍ରେନ ଚଳାଚଳର ଶୁଭାରମ୍ଭ କରିବେ।

ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ (ଡିଏମ୍ଆରସି) କହିଛି ଯେ ସମ୍ପୂର୍ଣ୍ଣ ସ୍ବୟଂଚାଳିତ ଏହି ଟ୍ରେନରେ ଯାତ୍ରୀଙ୍କ ପାଇଁ ଅତ୍ୟାଧୁନିକ ସେବା ଉପଲବ୍ଧ ହେବ। ଏହାଦ୍ବାରା ଭାରତ ବିଶ୍ବର ପ୍ରମୁଖ ମେଟ୍ରୋ ରେଳ ସେବା ପ୍ରଦାନକାରୀ ରାଷ୍ଟ୍ର ବର୍ଗରେ ସାମିଲ ହେବେ। ଦିଲ୍ଲୀ ମେଟ୍ରୋ ଟ୍ରେନ ୩୯୦ କିମି ମଧ୍ୟରେ ଚଳାଚଳ କରୁଛି। ଏଥିରେ ୨୮୫ଟି ଷ୍ଟେସନ ଓ ୧୧ଟି କରିଡର ଅଛି।

IEC 2 years
Leave A Reply