Odisha news

ବେଗୁନିଆପଡ଼ା ଠାରେ ଧାନ ମଣ୍ଡି ଉଦଘାଟିତ

0
କୋଦଳା : (ସୁଶାନ୍ତ କୁମାର ପଟ୍ଟନାୟକ ) : ଗଂଜାମ ଜିଲ୍ଲା ବେଗୁନିଆପଡା ସେବା ସମବାୟ ସମିତରେ ସୋମବାର ଧାନ ମଣ୍ଡି ଉଦଘାଟିତ ହୋଇଯାଇଛି । ଏହି ଅବସରରେ କୋଦଳା ତହସିଲଦାର ଅବନୀ କାନ୍ତ ସାହୁ ଉପସ୍ଥିତ ରହି ଆନୁଷ୍ଠାନିକ ଭାବେ ଧାନ ମଣ୍ଡିର ଶୁଭାରମ୍ଭ କରିଥିଲେ। ବ୍ଲକ ଅଧ୍ୟକ୍ଷ ପ୍ରତିନିଧି ବିଜୟ କୁମାର ଦୋରା, ବେଗୁନିଆପଡ଼ା ସରପଞ୍ଚ ଅରୁଣ କୁମାର ମାଝୀ,ପୂର୍ବତନ ସରପଞ୍ଚ ତ୍ରିନାଥ ଗୌଡ଼, ମହାଲକ୍ଷ୍ମୀ ମହିଳା ସଙ୍ଘର ସଭାନେତ୍ରୀ ଛାୟା ବେହେରା ଓ ସମ୍ପାଦିକା ଗାୟତ୍ରି ପାଣିଗ୍ରାହୀ କାର୍ଯ୍ୟକ୍ରମରେ ସାମିଲ ହୋଇ ଦେଇ ଉସ୍ଛାହିତ କରିଥିଲେ । ଏଥିରେ ବହୁ ଚାଷୀମାନେ ମଧ୍ୟ ଯୋଗ ଦେଇଥିଲେ।ସୂଚନା ଯୋଗ୍ୟ ଯେ, ସରକାର ମହିଳା ସଙ୍ଘ କୁ ଏଥିରେ ସାମିଲ ପ୍ରକ୍ରିୟା ପରେ ଦୁଇ ବର୍ଷ ହେଲା ବେଗୁନିଆପଡା ପଂଚାୟତରେ ମହାଲକ୍ଷ୍ମୀ ମହିଳା ସଙ୍ଘ ଧାନ କ୍ରୟ କରୁଛନ୍ତି।
Leave A Reply