Odisha news

ହେ ଇଶ୍ୱର ଏମାନଙ୍କୁ କ୍ଷମାକର

0

ସୁଭେନ୍ଦ୍ର ପଟ୍ଟନାୟକ : ମଣିଷ ନିଜ ମନର ସୁଖ ଶାନ୍ତି ଓ ଆନନ୍ଦ ପାଇବା ପାଇଁ ସବୁବେଳେ ଚେଷ୍ଟାକରେ ,କିଏ ଶାନ୍ତି ପାଇଁ ମନ୍ଦିର ,ଚର୍ଚ୍ଚ ,ମତ୍ସଜିତ କିମ୍ବା ଗୁରୁଦ୍ୱାରା ଯାଆନ୍ତି l ମୁଁ ମୋ ମନର ଶାନ୍ତି ପାଇଁ ସେଦିନ ଵୃଦ୍ଧାଶ୍ରମକୁ ଯାଇଥିଲି l ସେମାନଙ୍କ ଦୁଃଖ ଓ ସୁଖରେ ସାମିଲ ହୋଇ ମୁଁ ନିଜର କଷ୍ଟକୁ କିଛି ସମାୟା ପାଇଁ ଭୁଲି ଯାଇଥିଲି l କଥା ପ୍ରସଙ୍ଗରେ କହୁକହୁ କହିଦେଲି ଏ ପିଲାମାନେ କେମିତିଆ ଯେ ବାପା ମାଙ୍କୁ ଏଠାରେ ଛାଡିଦେଇଛନ୍ତି l ସେହି ସମୟରେ ଜଣେ ବୃଦ୍ଧା ଥୁରୁଥୁରୀଆ ହାତରେ ମୋ ମୁହଁକୁ ବନ୍ଦ କରିଦେଇ କହିଲେ “ଛି ,ପିଲାମାନଙ୍କୁ କଣ ମା ବାପାଙ୍କ ଆଗରେ ଏପରି କଥା କୁହନ୍ତି l” ସେତେବେଳେ ମୁଁ ଅନୁଭଵ କରି ପାରିଲି ଯଦି କେହି କାହାକୁ କ୍ଷମା କରି ପାରନ୍ତି ସେ କେବଳ ଈଶ୍ୱର କିମ୍ବା ମାତା ପିତା ହୋଇପାରନ୍ତି l ସେହି ସମୟରେ ମୋ ମନ ଅଗଣାରେ ନାଚି ଉଠିଲା ପ୍ରଭୁ ଯୀଶୁଙ୍କର ଛବି l ସ୍ନେହ ମମତା ଓ କରୁଣାର ପ୍ରତିମୂର୍ତ୍ତି ଯିଏ କହୁଥିଲେ ପାପକୁ ଘୃଣା କର ପାପିକୁ ନୁହେଁ l

ଆଜକୁ ହାଜର ହଜାର ବର୍ଷ ପୂର୍ବରୁ ନାଶରତରେ ଗ୍ରୋବିଏଲ ନାମକ ସ୍ଵର୍ଗରେ ଦୂତ ମରିୟମଙ୍କୁ ଦର୍ଶନ ଦେଲେ ଓ ତାଙ୍କୁ ବୁଝାଇ କହିଲେ ତୁ ଗୋଟେ ପାଵିତ୍ର ଆତ୍ମାର ଗର୍ଭ ଧାରଣ କରିବାକୁ ଯାଉଛୁ l ତୋ ଗର୍ଭରୁ ଗୋଟିଏ ପୁତ୍ର ସନ୍ତାନ ଜନ୍ମ ନେବ ଓ ତାର ନାମ ଯୀଶୁ ରାଖିବୁ l ସେହି ସମୟରେ ମରିୟମ ୟୁସଫକୁ ବିବାହ କରିବାର ଥିଲା l ଏହି ଖାବର ଶୁଣି ୟୁସଫ ବିଚଳିତ ହୋଇଗଲା ଏବଂ ମରିୟମ କୁ ଛାଡିବା ପାଇଁ ସ୍ଥିର କଲା l ଏହାପରେ ସ୍ୱର୍ଗଦୂତ ଗ୍ରୋବିଏଲ ୟୁସଫୁକୁ ବୁଝାଇବାକୁ ଚେଷ୍ଟା କଲେ ଏବଂ ୟୁସଫ ମରିୟମକୁ ବିବାହ କଲେ l ସେତବେଳେ ନାଶରତ ରୋମ ସାମ୍ରାଜ୍ୟର ଗୋଟିଏ ଅଂଶ ଥିଲା l ମରିୟମଙ୍କର ଗର୍ଭାବସ୍ଥା ସମୟରେ ରୋମରେ ଜନଗଣନା ସମୟ ଆସିଯାଇଥିଲା l ନିୟମ ଦୃଷ୍ଟିରୁ ୟୁସଫ ମଧ୍ୟ ନିଜ ପତ୍ନୀକୁ ନେଇ ନାମ ପଞ୍ଜିକରଣ କରିବା ପାଇଁ ଜେରୁ ଜେଲମ୍ ର ବେତଲହମ ସହରକୁ ଯାଇଥିଲା lସେଠାରେ ରହିବ ପାଇଁ ଧର୍ମଶାଳାରେ ଜାଗା ନମିଳିବାରୁ ବାଧ୍ୟ ହୋଇ ଗୋଶାଳାରେ ରହିଥିଲେ l ବେତଲାହମରେ ମରିୟମଙ୍କର ଗର୍ଭାବସ୍ଥା ସମୟ ପୂର୍ଣ୍ଣ ହୋଇଥିଲା ଏବଂ ସେ ଗୋଟିଏ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ l ଏହା ପରେ ମରିୟମ ଶିଶୁଟିକୁ କପଡ଼ାରେ ଗୁଡ଼ାଇ ଘାସ ଉପରେ ଶୁଆଇ ଦେଲେ ଓ ତାର ନାମ ଯୀଶୁ ରଖିଲେ l ଇଷା ମସିହା ପିଲାଟି ବେଳରୁ ଅତ୍ୟନ୍ତ ଦାୟାଳୁ ଓ ଶାନ୍ତ ଶୋଭାବର ଥିଲେ l ମାତ୍ର ୧୨ ବର୍ଷ ବୟସରେ ଜେରୁ ଜେଲମର ଏକ ଧର୍ମ ପୀଠରେ ଯାଇ ଧର୍ମଶାସ୍ତ୍ର ଆଲୋଚନା ଶୁଣୁଥିଲେ ଓ ପ୍ରଶ୍ନ ମଧ୍ୟ ପଚାରୁଥିଲା l ୧୨ ବର୍ଷରୁ ୨୯ ବର୍ଷା ପର୍ଯ୍ୟନ୍ତ ତାଙ୍କ ପିତା କାରୁଥିବା କାଠ କାମକୁ ଆଦରି ନଇଥିଲେ l

୩୦ ବର୍ଷ ବୟସରେ ଯୀଶୁ ପାଣିରେ ବୁଡ଼ ଲଗାଇବା କାରଣରୁ ତାଙ୍କ ଶରୀରକୁ ପବିତ୍ର ଆତ୍ମା ଆସିଥିଲା ବୋଲି କୁହାଯାଇଥାଏ l ୪୦ ଦିନ ଉପବାସ ରହିବା ପରେ ଲୋକମାନଙ୍କୁ ଧର୍ମ ଉପରେ ଶିକ୍ଷା ଦେବାକୁ ଲାଗିଲେ l ଯାହା ଦ୍ୱାରା ଅନ୍ୟ ଧର୍ମ ଗୁରୁ ମାନେ ତାଙ୍କୁ ସେହିପାରି ନଥିଲେ l

ଏହାପରେ ଯୀଶୁଙ୍କ ଉପରେ ମିଥ୍ୟା ଲଂଛାନା ଲଗାଇ ଧର୍ମ ଗୁରୁ ମାନେ ରୋମାନର ଗଭର୍ନରଙ୍କୁ ଅଭିଯୋଗ କରିଥିଲେ l ଯାହା ଦ୍ୱାରା କ୍ରୁର ଗଭର୍ନର ତାଙ୍କୁ ଶୁଳୀରେ ଚଢାଇ ଥିଲେ l ଏପରି କୁହାଯାଏ ଯେ ଯେତେବେଳେ ଯୀଶୁ ଶୁଳୀରେ ଚଢିଲେ ସେହି ସମୟରେ ସମସ୍ତ ମନବଙ୍କର ପାପ ନିଜ ଉପରକୁ ନେଇଯାଇଥିଲେ l କୁହାଯାଏ ଯେ ମୃତ୍ୟୁର ୩ଦିନ ପରେ ଯୀଶୁ ଆଉଥରେ ଜନ୍ମ ହୋଇଥିଲେ ଏବଂ ୪୦ ଦିନ ପରେ ସିଧା ସ୍ୱର୍ଗକୁ ଯାଇଥିଲେ l ସେତେବେଳେ ଯୀଶୁଙ୍କର ୧୨ ଜଣ ଶିଷ୍ୟ ଖ୍ରୀଷ୍ଟ ଧର୍ମକୁ ଚାରିଆଡେ ପ୍ରଚାର କରିଥିଲେ l ଯୀଶୁ ମାନବ ଜାତିର କଲ୍ୟାଣ ପାଇଁ କୁଶବିଦ୍ଧ ହୋଇଥିଲେ ଓ ସମସ୍ତଙ୍କୁ ଯୋଡି ହୋଇ ଶାନ୍ତିର ସହିତ ରହିବ ପାଇଁ ସନ୍ଦେଶ ଦେଇ ଯାଇଥିଲେ l ସେଥିପାଇଁ ଡିସେମ୍ବର ୨୫ ତାରିଖକୁ ସାରା ବିଶ୍ୱରେ ବଡ଼ଦିନ ଭାବରେ ପାଳନ କରାଯାଏ l

ବାସହୀନ ଫୁଲ ପରି ମଣିଷ ପାଲଟି ଗଲାଣି,ତା ମନରୁ ଲୋପ ପାଉଛି ଦୟା ,କ୍ଷମା ପରଉପକାର ଭାବ l ନିଜେ ଖୁସିରେ ରହିବ ପାଇଁ ଅନ୍ୟକୁ ଦୁଃଖରେ ପକାଇବାକୁ ପଛାଉନାହିଁ l ଧର୍ମ ଶାସ୍ତ୍ରରେ କୁହାଯାଇଛି “ବସୁଧୈବ କୁଟୁମ୍ବକଂ ” ସାରା ବିଶ୍ୱ ଗୋଟିଏ ପରିବାର ଭଳି l ଆମ ଭିତରେ ଥିବା ଧନୀ ଗରୀବର ପ୍ରାଚୀରକୁ ଭାଙ୍ଗିଦେଇ ସମସ୍ତଙ୍କୁ ଭଲ ପାଇବା ଦରକାର l ଯଦି ଆମେ ଶତ୍ରୁର ଉପକାର କରି ଦୁଃଖ ,ବିପଦ ,ଆପଦ ସମୟରେ ସାହାଯ୍ୟ କରି ମିତ୍ର କରି ପାରନ୍ତେ ତେବେ ସାରା ଦୁନିଆ ଆମର ହୋଇ ଯାଆନ୍ତା l ଆଉ ସମସ୍ତେ କୁହନ୍ତେ ” ମେରୀ ଖ୍ରୀଷ୍ଟମାସ “l

Leave A Reply