Odisha news

କାର୍ତ୍ତିକ ମାସରେ ଜପକରନ୍ତୁ ଏହି ମନ୍ତ୍ର ମିଳିବ ସକାରତ୍ମକ ଶକ୍ତି

0

କାର୍ତିକ ମାସର ହିନ୍ଦୁ ଧର୍ମରେ ବିଶେଷ ସ୍ଥାନ ରହିଛି l  ଶାସ୍ତ୍ରରେ କୁହ ଯାଇଛି ଯେ ଆହଃୟୀ ମାସରେ ଯେଉଁ ବ୍ୟକ୍ତି ବ୍ରତ ଓ ତପ କରିଥାଏ ତାହାକୁ ମୁଖ୍ୟ ପ୍ରାପ୍ତି ହୋଇଥାଏ l ଧାର୍ମିକ ମାନ୍ୟତା ରହିଛି ଯେ ଏହି ମାସ ଭଗବାନ ବିଷ୍ଣୁ ଓ ମା ଲକ୍ଷ୍ମୀଙ୍କର ପ୍ରିୟ ମାସ ଅଟେ l କାର୍ତ୍ତିକ ମାସରେ ଭଗବାନଙ୍କୁ ଭକ୍ତି ଓ ପୂଜା ଅର୍ଚନା କରିବା ଦ୍ୱାରା ମନୁଷ୍ୟଙ୍କର ସମସ୍ତ ଇଛା ପୂର୍ଣ୍ଣ ହୋଇଥାଏ l ଏହି ମସାରେ ଧର୍ମ ଓ ଧନ ଦୁଇଟି ଉପରେ ସମ୍ବୋଧନ କରାଯାଇ ପୂଜାର୍ଚନା ହୁଏ l କାର୍ତିକ ମାସ ମନ୍ତ୍ରଜପ ଓ ଦୟାନ ଦୃଷ୍ଟିରୁ ଅତ୍ୟନ୍ତ ମହତ୍ୱ ପୂର୍ଣ୍ଣ ଅଟେ l ଗାୟତ୍ରୀ ମନ୍ତ୍ର ଋଗ ବେଦ ,ଯଜୁର ବେଦ ଓ ସାମ ବେଦରେ ପ୍ରସ୍ତୁତ ହୋଇଛି l

ଏକ ଈଶ୍ୱର ଉପାସନା କରିବା ଏହାର ମୁଖ୍ୟ ଉଦେଶ୍ୟ ଅଟେ l ଚାରି ବେଦ ମଧ୍ୟରୁ ଏହି ମନ୍ତ୍ର ସବୁଠୁ ପ୍ରସିଦ୍ଧ ଅଟେ l ଗାୟତ୍ରୀ ମନ୍ତ୍ରର ମୂଳ ଅର୍ଥ ହେଉଛି -ଆମେ ସେହି ଅବିନାଶୀ ଇଶ୍ଵରଙ୍କର ଧ୍ୟାନ କରୁଛୁ ,ଯିଏ ଭୂଲୋକ ,ଅନ୍ତରୀକ୍ଷ ଓ ସ୍ୱର୍ଗଲୋକର ଉତ୍ପନ କରିଛନ୍ତି ,ସେହି ସୃଷ୍ଟି କର୍ତା ,ପାପନାଶକ ,ଅତି ଶ୍ରେଷ୍ଠ ଦେବଙ୍କୁ ଆମେ ଧାରଣ କରିଥାଉ l ସେହି ଈଶ୍ୱର ଆମକୁ ସଦବୁଦ୍ଧି ଏବଂ ସତକର୍ମରେ ପ୍ରେରିତ କରନ୍ତି l

ଗାୟତ୍ରୀମନ୍ତ୍ର ଜପ ଦ୍ୱାରା ବ୍ୟକ୍ତି ଭିତରର ଉତ୍ସାହ ଓ ସକାରତ୍ମକ ଭାବ ବଢିଥାଏ l ମାନସିକ ଚାପ କମ ହୋଇଥାଏ ଓ ବ୍ୟକ୍ତିର ମନ ଧାର୍ମିକ କାର୍ଯ୍ୟରେ ଲାଗିଥାଏ l ବ୍ୟକ୍ତି ଖରାପ ଚିନ୍ତା ଓ ଖରାପ କାର୍ଯ୍ୟଠାରୁ ଦୁରେଇ ରହିଥାଏ l

ଗାୟତ୍ରୀମନ୍ତ୍ର ଜପ କରିବାର ସମୟ- ବେଦ ଓ ପୁରାଣରେ ଗାୟତ୍ରୀମହାମନ୍ତ୍ରର ଜପ କରିବା ପାଇଁ ତିନିଟି ସମୟ କୁହାଯାଇଛି l ଯେଉଁଥିରେ ପ୍ରାତଃ କାଳର ସମୟ ଜପ କରିବାର ପ୍ରଥମ ସମୟ ହୋଇଥାଏ l ଦ୍ୱିପ୍ରହର ସମୟ ଜପ କରିବାର ଦ୍ୱିତୀୟ ସମୟ କୁହ ଯାଇଥାଏ l ଜପ କରିବା ପାଇଁ ତୃତୀୟ ସମୟଟି ହେଲା ସନ୍ଧ୍ୟା ସମୟ l

 

ଗାୟତ୍ରୀମନ୍ତ୍ର ଜପ କରିବାର ବିଦ୍ଧି –

* ଘରର ଠାକୁର ଘର କିମ୍ବା କୌଣସି ଏକାନ୍ତ ସ୍ଥାନରେ ବସି ଗାୟତ୍ରୀମନ୍ତ୍ର ଜପ କରି ପାରିବେ l

* ଗାୟତ୍ରୀ ମହା ମନ୍ତ୍ର ଜପ କରିବା ପାଇଁ ଗାଧୋଇ ସାରି ସଫା ସୁଥୁରା ହୋଇ ବସିବା ଆବଶ୍ୟକ l

* ମହାମନ୍ତ୍ର ଜପ କରିବା ସମୟରେ ଆରାମଦାୟକ ମୁଦ୍ରାରେ ବସିବା ଉଚିତ l

* ମହାମନ୍ତ୍ର ଜପ କରିବା ପାଇଁ ତୁଳସୀ କିମ୍ବା ଚନ୍ଦନର ମାଳା ପ୍ରୟୋଗ କରିବା ଉଚିତ l

* ମହାମନ୍ତ୍ର ଜପ କରିବା ସମୟରେ ଉଚ୍ଚ ସ୍ୱରରେ ଜପ କରିବା ଉଚିତ ନୁହେଁ l

 

 

Leave A Reply