ତିହିଡି : ତିହିଡି ବ୍ଲକ ଅନ୍ତର୍ଗତ ଭାଟପଡା ପଞ୍ଚାୟତର ଶଂଖିଡା ଗାଁର ଉତ୍ସାହୀ ଯୁବକ ମାନଙ୍କ ପକ୍ଷରୁ ଶଂଖିଡା-ପାଟଣାସାହି ରାସ୍ତା ସଫେଇ କାର୍ଯ୍ୟ କରାଯାଇଛି । ସାଂପ୍ରତିକ କୋରୋନା ଜନିତ ପରିସ୍ଥିତିରେ ରାସ୍ତାଘାଟକୁ ପରିଷ୍କାର ପରିଚ୍ଛନ୍ନ ରଖିବା ତଥା ସାଧାରଣ ଲୋକଙ୍କ ନିରାପଦ ଯାତାୟାତର ସୁବ୍ୟବସ୍ଥା କରାଇବା ଲକ୍ଷ୍ୟରେ ସୈନିକ ଭାବେ କାର୍ଯ୍ୟରତ ମୁକ୍ତିକାନ୍ତ ତ୍ରିପାଠୀଙ୍କ ନେତୃତ୍ୱରେ ଏହି ସଫେଇ କାର୍ଯ୍ୟ କରାଯାଇଥିବା ବେଳେ ଶିବନାଥ ମହାନ୍ତି(ବାବୁ), ସୌମେନ୍ଦ୍ର ପଣ୍ଡା, ଚିତ୍ତରଂଜନ ପଣ୍ଡା, ମନୋରଂଜନ ସାବତ୍ ଓ କାଠିଆ ମଲ୍ଲିକଙ୍କ ପ୍ରମୁଖ ବହୁ ଯୁବକ ଏହି କାର୍ଯ୍ୟକ୍ରମରେ ସାମିଲ ଥିଲେ । ଆଗାମୀ ଦିନରେ ଯୁବକ ମାନେ ଆହୁରି ଅନେକ ଏଭଳି ସେବାମୂଳକ କାର୍ଯ୍ୟ କରିବେ ବୋଲି ପ୍ରକାଶ କରିଛନ୍ତି ।