Odisha news

ଯୁବତୀଙ୍କୁ ବଳପୂର୍ବକ ଅପହରଣ ଉଦ୍ୟମ : ୩ ଜଣଙ୍କ ବିରୋଧରେ ମାମଲା, ଜଣେ ଗିରଫ୍

0

ତିହିଡି (Jadumani Panigrahi) : : ତିହିଡି ଥାନା ଫତେପୁର ପଞ୍ଚାୟତ ଅଧିନ ନିଶ୍ଚନ୍ତପୁର ଗାଁରେ ଜନୈକା ଯୁବତୀଙ୍କୁ ୩ ଜଣ ସଂଖ୍ୟାଲଘୁ ସଂପ୍ରଦାୟର ଯୁବକ ଗାଁ ରାସ୍ତାରେ ଟଣା ଓଟରା କରିବା ସହିତ ଉଠାଇ ନେବାକୁ ଚେଷ୍ଟା କରିବା ଏବଂ ସେଥିରେ ଯୁବତୀ ରାଜି ନହେବାରୁ ତାକୁ ଏସିଡ୍ ଢାଳି ଦେବାର ଧମକ ଦେଇଥିବା ନେଇ ଥାନାରେ ଏକ ମାମଲା ନଂ-୩୯୮/୨୦ରୁଜୁ ହୋଇଥିବା ସୂଚନା ମିଳିଛି । ତେବେ ପୋଲିସ ୩ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ମୁଖ୍ୟ ଅଭିଯୁକ୍ତକୁ ଗିରଫ୍ କରି କୋର୍ଟ ·ଲାଣ କରିଥିବା ସୂଚନା ମିଳିଛି । ଅନ୍ୟପଟେ ଏତଲା ମୁତାବକ ପୋଲିସ ଦଫାରେ କୋହଳ କରିଥିବା ନେଇ ଯୁବତୀଙ୍କ ପରିବାର ତଥା ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଅଭିଯୋଗ ମୁତାବକ, ଅଲ୍ଲୀନଗର ଗାଁର ଅଭିଯୁକ୍ତ ସେକ୍ ନୁର୍ କାଦିର ସ୍ଥାନୀୟ ଓରଡା ଗାଁର ନିଜ ବନ୍ଧୁଙ୍କ ଘରେ ରହେ ।

ଗତ କିଛି ଦିନ ହେଲା ସେ ନିଶ୍ଚନ୍ତପୁର ଗ୍ରାମର ଜନୈକା ଯୁବତୀଙ୍କ ପଛରେ ପଡିବା ସହିତ ଯିବା ଆସିବା ବାଟରେ ତାକୁ ଫୋନ୍ ନମ୍ବର ମାଗିଥାଏ । ଦୁଇଦିନ ତଳେ ଅଭିଯୁକ୍ତ ସେକ୍ ନୁର୍ କାଦିର ଓରଡା ଗାଁର ହପ୍ପି ସାହାବ(ମୌଲବୀ) ଓ ମିରହାବିଶଙ୍କ ସହ ଏକ ବାଇକ୍(ଓଡି-୨୨-ଜେ-୦୫୪୬) ଯୋଗେ ଆସି ଯୁବତୀଙ୍କୁ ରାସ୍ତା ଉପରେ ନାନାଦି ଧମକ ଚମକ ଦେବା ସହିତ ଟଣା ଓଟରା କରିଥିଲେ । ଯୁବତୀ ଜଣଙ୍କ ଚିକ୍ରାର କରିବାରୁ ସ୍ଥାନୀୟ ଲୋକେ ସେଠାରେ ପହଞ୍ଚିସଂପୃକ୍ତ ଅଭିଯୁକ୍ତକୁ ଧରି ପୁଲିସି ଜିମା ଦେଇଥିଲେ । ଏହି ଘଟଣାକୁ ନେଇ ନିଶ୍ଚନ୍ତପୁର ଗାଁରେ ଶନିବାର ସଂଧ୍ୟାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହେବା ପରେ ଶତାଧିକ ଗ୍ରାମବାସୀ ରବିବାର ଦିନ ଥାନାରେ ପହଞ୍ଚି ଅନ୍ୟ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ସହିତ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ ।

Nalco
Leave A Reply