ନୂଆଦିଲ୍ଲୀ,୨୧ା୯(ଏଜେନ୍ସି): ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଆଇପିଏଲ୍ ଅଭିଯାନ ଆରମ୍ଭ କରିଛି । ସୋମବାର ସନ୍ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଆରସିବି ଆଇପିଏଲ୍- ୧୩ ସିଜନ୍ର ପ୍ରଥମ ମ୍ୟାଚ୍ ଖେଳିଛି । ଏହି ସମୟରେ ଆର୍ସିବି ଅଧିନାୟକ ବିରାଟ କୋହଲିଙ୍କ ପନିୀ ତଥା ବଲିଉଡର ଅଭିନେତ୍ରୀ ଅନୁଷ୍କା ଶର୍ମା ଇନ୍ଷ୍ଟାଗ୍ରାମ୍ରେ ବିକିନି ପିନ୍ଧା ଫଟୋ ପୋଷ୍ଟ କରିଛନ୍ତି । କଳାରଙ୍ଗର ଅନ୍ତବସ୍ତ୍ରରେ ଅନୁଷ୍କା ଗର୍ଭବତୀ ଥିବା ସ୍ପଷ୍ଟ ପତୀୟମାନ ହୋଇଛି । ଆଜି ହେଉଛି ବିଶ୍ୱ କୃତଜ୍ଞତା ଦିବସ । ଏହି ଅବସରରେ ଅନୁଷ୍କା ଶର୍ମା ତାଙ୍କର ଏହି ହଟ୍ ଫଟୋ ସହ ଏକ ସକରାତ୍ମକ ବାର୍ତ୍ତା ଦେଇଛନ୍ତି । ଏହି ଅବସରରେ ଅନୁଷ୍କା ଆଧ୍ୟାତ୍ମକ ଗୁରୁ ଇକାଟ ଟୋଲଙ୍କ ଏକ ବାର୍ତ୍ତା ସେୟାର କରିଛନ୍ତି । ତୁମ ଜୀବନର ଯାହା ଭଲ ଅଛି ତାହା ଗ୍ରହଣ କରିବା ତୁମ ମୁଳଦୁଆ ଅଟେ । କୃତଜ୍ଞତା ଦିବସରରେ କୃତଜ୍ଞତା ଜଣାଇ ଅନୁଷ୍କା ଆହୁରି ଲେଖିଛନ୍ତି ଯେ, ଯେଉଁମାନେ ଦୟା ଦେଖାଇଛନ୍ତି ଏବଂ ବିଶ୍ୱରେ ଉପସ୍ଥିତି ଥିବା ଭଲ ମନ୍ଦ ଉପରେ ବିଶ୍ୱାସ କରିବାକୁ ପ୍ରେରଣା ଦେଇଛନ୍ତି ସେମାନଙ୍କୁ ଧନ୍ୟବାଦ । ଏହି ବର୍ତ୍ତାକୁ ଆଗକୁ ନେବା ପାଇଁ ସେ ନିବେଦନ କରିଛନ୍ତି । ଅନୁଷ୍କା ବର୍ତ୍ତମାନ ବିରାଟ କୋହଲିଙ୍କ ସହ ଆଇପିଏଲ୍ ପାଇଁ ଦୁବାଇରେ ଅଛନ୍ତି । ସୋମବାରଠୁ ବିରାଟ କୋହଲିଙ୍କ ନେତୃତ୍ୱରେ ବାଙ୍ଗାଲୋର ଦଳ ବିପକ୍ଷ ମ୍ୟାଚ୍ ଖେଳି ଅଭିଯାନ ଆରମ୍ଭ କରିଛି । ଏହା ପୂର୍ବରୁ ଏହି ଦମ୍ପତ୍ତି ଦୁବାଇରେ ପହଞ୍ଚିଥିବା ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ । ନିଜେ ବିରାଟ କୋହଲି ପନିୀ ଅନୁଷ୍କା ଗର୍ଭବତୀ ଥିବା ସୋସିଆଲ ମିଡ଼ିଆରେ ଜଣାଇଥିଲେ ।