ଦୁବାଇ,୨୧ା୯(ଏଜେନ୍ସି): ଆଇପିଏଲ୍ ତ୍ରୟୋଦଶ ସଂସ୍କରଣର ତୃତୀୟ ମ୍ୟାଚ୍ଟି ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଓ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଛି । ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟି କରି ନିର୍ଦ୍ଧାରିତ ଓଭର ୫ ୱିକେଟ୍ ହରାଇ ୧୬୩ ରନ୍ କରିଥିଲା । ଶେଷ ଖବର ସୁଦ୍ଧା ସନ୍ରାଇଜର୍ସ ୧୬୪ ରନ୍ର ଟାର୍ଗେଟକୁ ପିଛା କରି ପ୍ରଥମ ଓଭରରେ ୬ ରନ୍ କରିଛି । ଡେଭିଡ ୱାର୍ଣ୍ଣର ୬ ଓ ଜନି ବେୟାଷ୍ଟୋ ବିନା ସ୍କୋରରେ ଅପରାଜିତ ଥିଲେ । ଟସ୍ ଜିତି ସନ୍ରାଇଜର୍ସ ହାଇଦ୍ରାବାନ ଫିଲïିଂ ନିଷ୍ପତିି ନେଇଥିଲା । ତେଣୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ବିରାଟ କୋହଲିଙ୍କ ବାଙ୍ଗାଲୋର ଦଳ ଭଲ ଆରମ୍ଭ କରିଥିଲା । ଓପ୍ରମ ୱିକେଟ୍ ହରୋଇ ଦେବଦତ୍ତ ପଡ଼ିକାଲ ଓ ଆରୋନ ଫିଞ୍ଚଙ୍କ ମଧ୍ୟରେ ୯୦ ରନ୍ର ପାର୍ଟନରସିପ୍ ହୋଇଥିଲା । ପଡ଼ିକାଲ ୪୨ ବଲ୍ରୁ ୫୬ ରନ୍ କରଥିବା ବେଳେ ଫିଞ୍ଚ ୨୭ ବଲରୁ ୨୯ ରନ୍ କରି ଅଭିଶେକ୍ଷ ଶର୍ମାଙ୍କ ଶିକାର ହୋଇଥିଲେ । ଅଧିନାୟକ କୋହଲି ୧୩ ବଲ୍ରୁ ୧୪ ରନ୍, ଏବି ଡିଭିଲିୟର୍ସ ୩୦ ବଲରୁ ୫୧ ରନ୍ କରିଥିଲେ । ଶିବମ ସୁବେ ଓ ଜୋସ ପିଲିପ୍ ଅପରାଜିତ ୧ ରନ୍
କରିଥିଲେ । ଫଳରେ ଆର୍ସିବି ୨୦ ଓଭରରେ ୫ ୱିକେଟ୍ ରାଇ ୧୬୩ । ରନ୍ କରିବାକୁ ସମର୍ଥ ହୋଇଥିଲା ।
