କୁଆଖିଆ : ରସୁଲପୁର ବ୍ଲକ ଅଂଚଳର ମୁଗୁପାଳ ୟୁଏନଏସ କଲେଜରେ ଆଜି କୋଭିଡ ପାଇଁ ଆଂଟିଜେନ ପଦ୍ଦତିରେ ୮୧ ଜଣଙ୍କର ସ୍ୱାବ ଟେଷ୍ଟ କରାଯାଇଥିଲା । ଏହା ଛଡା ଆରଟିପିସିଆର ପଦ୍ଦତିରେ ୯ ଜଣଙ୍କର ସ୍ୱାବ ନମୁନା ପରୀକ୍ଷା ପାଇଁ ପଠାଯାଇଛି । ସେଥିରୁ ୬ ଜଣଙ୍କର କରୋନା ପଜିଟିଭ ଚିହ୍ନଟ ହୋଇଛି ।
ସିସିଏଚରେ ଜଣଙ୍କୁ ଏନସି କୋଭିଡ ସେଣଂଟର କୁ ଜଣଙ୍କୁ ଏବଂ ୪ଜଣଙ୍କୁ ହୋମ ଆଇସୋଲେସନରେ ଛଡାଯାଇଥିବା ଜଣାପଡିଛି । ଏଥିରେ ରସୁଲପୁର ତହସିଲଦାର ଜ୍ୟୋତି କାନ୍ତ ଭୁଜବଳ ଓ ଡାକ୍ତର ବିଶ୍ୱରଂଜନ କର ଡଃ ବସନ୍ତ କୁମାର ପଣ୍ଡା ଓ ସୁପର ଭାଇଜର ଅଶୋକ ବୋଇତାଇ ଓ ଅନ୍ୟାନ୍ୟ ମେଡିକାଲ ଅଧିକାରୀ ବୃନ୍ଦ ଉପସ୍ତିତ ଥିଲେ ।