ଯାଜପୁର:ଯାଜପୁର ଜିଲ୍ଲା ବରୀ ବ୍ଲକ ଅଧିନ କିମ୍ଭିରିଆପାଳ ପଞ୍ଚାୟତର ସବର ସାହିରେ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ରିଲିଫ ବଣ୍ଟନ କରାଯାଉଛି, ଶନିବାର ଜମିୟତ ଉଲ୍ମା ଓଡ଼ିଶା ବିଞ୍ଝାରପୁର ପକ୍ଷରୁ ପାଲ, ଶୁଖିଲା ଖାଦ୍ୟ, ଆର୍ଥିକ ସହାୟତା ଆଦି ରିଲିଫ୍ ଯୋଗାଇ ଦିଆଯାଇଛି, ମୌଲାନା ଜାବିର କାସମି, ମୌଲାନା ସୁଫ୍ତ ଗୁଫରାନ, ମୌଲାନା ଅରଶତ ଜକି, ହାଫିଜ ଜୁନେଦ ଅଖତର, ମୌଲାନା ଅକରମ ବକି ପ୍ରମୁଖ ଉପସ୍ଥିତ ରହି ବନ୍ୟା ବିପନ୍ନଙ୍କୁ ସହାୟତା କରୁଛନ୍ତି, ସେହିପରି ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ଶୁଖିଲା ଖାଦ୍ୟ, ରନ୍ଧା ଖାଦ୍ୟ ଦିଆଯାଇଛି, ଅରବିନ୍ଦ ଦାସ, ଅମୀୟ କୁମାର ବଳ, ସମୀର କୁମାର ନାୟକ, ପାଥଶର୍ମା ଚନ୍ଦ୍ରକାନ୍ତ କର, ଚିତ୍ତରଂଜନ ପରିଡ଼ା, ମନୋଜ ରାୟ ପ୍ରମୁଖ ଉପସ୍ଥିତ ରହି ବିପନ୍ନଙ୍କୁ ସହଯୋଗ କରିଥିଲେ, ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ବରୀର ବିଭିନ୍ନ ପଞ୍ଚାୟତର ବିପନ୍ନ ମାନଙ୍କୁ ସହାୟତା କରୁଥିବା କହାଯାଇଛି