ବାଣିଜ୍ୟ ଓ ପରିବହନ ସଚିବଙ୍କ ଭଦ୍ରକ ଡ୍ରାଇଭିଂଟ୍ରାକ୍ ଓ ଆରଟିଓ ଅଫିସ ପରିଦର୍ଶନ : ୯ବର୍ଷ ହେବ ଅବ୍ୟବହୃତ କୋଟିଏ ଟଙ୍କାର ଡ୍ରାଇଭିଂ ଟ୍ରାକ୍କୁ କାର୍ଯ୍ୟକ୍ଷମ ପାଇଁ ନିର୍ଦ୍ଦେଶ
ଭଦ୍ରକ :ଭଦ୍ରକ ଜିଲ୍ଲାରେ ଆସନ୍ତା ୧୮ତାରିଖରୁ ଡ୍ରାଇଭିଂ ଲାଇସେନ୍ସ ପାଇଁ ଦକ୍ଷତା ପରୀକ୍ଷା କରାଯିବ ବୋଲି ରାଜ୍ୟ ପରିବହନ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।
ଏହି ପରିପ୍ରେକ୍ଷୀରେ ଜିଲ୍ଲାର ଭଦ୍ରକ ବ୍ଲକ ଲାଙ୍ଗୁଡି ଅଞ୍ଚଳରେ ୨୦୧୧ ମସିହାରୁ ୧କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇ ଅବ୍ୟବହୃତ ହୋଇ ପରିତ୍ୟକ୍ତ ଅବସ୍ଥାରେ ପଡିଥିବା ଡ୍ରାଇଭିଂ ଟ୍ରାକ୍କୁ କାର୍ଯ୍ୟକ୍ଷମ କରିବା ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।
ଜିଲ୍ଲା କୋଭିଡ୍ ପରିଚାଳନା ଦାୟିତ୍ୱରେ ଥିବା ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢୀ ନିର୍ଦ୍ଦେଶ ଦେଇଛନ୍ତି । ଗତକାଲି କୋଭିଡ୍ କାର୍ଯ୍ୟକ୍ରମ ସମୀକ୍ଷା ପରେ ଲାଙ୍ଗୁଡି ସ୍ଥିତ ଡ୍ରାଇଭିଂ ଟ୍ରାକ୍କୁ ସଚିବ ପରିଦର୍ଶନରେ ଯାଇଥିଲେ ।
ଏହି ପରିଦର୍ଶନ ସମୟରେ ୯/୧୦ବର୍ଷ ଧରି ଅବ୍ୟବହୃତ ହୋଇ ପଡି ରହିଥିବା ଡ୍ରାଇଭିଂ ଟ୍ରାକ୍ଟିର ପାରିପାଶ୍ୱର୍କ ସ୍ଥିତାବସ୍ଥାକୁ ଅନୁଧ୍ୟାନ କରିଥିଲେ । ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ଆବଶ୍ୟକ ଥିବା ପୁର୍ନଉଦ୍ଧାର କାର୍ଯ୍ୟକ୍ରମ ସହ ପାନୀୟ ଜଳ ଯୋଗାଣ, କର୍ମଚାରୀ ନିଯୁକ୍ତି ଓ ସ୍ୱଚ୍ଛତା ରକ୍ଷା ପାଇଁ ସିସି ଟିଭି କ୍ୟାମେରାର ବ୍ୟବସ୍ଥା ପାଇଁ ସଚିବ ତୁରନ୍ତ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ଏଥିପାଇଁ ଆବଶ୍ୟକ ଆର୍ଥିକ ଅନୁଦାନର ବ୍ୟବସ୍ଥା କରାଯିବ ବୋଲି କହିଥିଲେ । ପରେ ପ୍ରମୁଖ ସଚିବ ଶ୍ରୀ ପାଢୀ ଚରମ୍ପା ଅଞ୍ଚଳରେ ଥିବା ଜିଲ୍ଳା ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟକୁ ପରିଦର୍ଶନରେ ଯାଇଥିଲେ । ପରିଦର୍ଶନ ସମୟରେ କାର୍ଯ୍ୟାଳୟକୁ ରାଜପଥରୁ ଯାଇଥିବା ରାସ୍ତାର ପ୍ରଶସ୍ତିକରଣ ପାଇଁ ନିର୍ଦ୍ଦେଶ ଦେଇଥିଲେ । ସୂଚନାଯୋଗ୍ୟ, ଆଞ୍ଚଳିକ ପରିବହନ ଅଧିକାରୀ ବିରଞ୍ଚିନାରାୟଣ ଅଧିକାରୀଙ୍କ ସୂଚନାନୁଯାୟୀ, କୋଭିଡ୍ ପୂର୍ବରୁ ଲଣ୍ଣିଂ ଲାଇସେନ୍ସ ପାଇଥିବା ୧୦ହଜାର ଆବେଦନକାରୀ ଫାଇନାଲ ଡ୍ରାଇଭିଂ ଲାଇସେନ୍ସ(ଡି.ଏଲ୍)ପାଇଁ ଅପେକ୍ଷାରେ ରହିଥିଲେ ।
ଏମାନଙ୍କ ମଧ୍ୟରୁ କେତେକ ସ୍ଲଟ୍ ବୁକିଂ କରିଥିଲେ । ମାତ୍ର କୋଭିଡ୍ କଟକଣା ଯୋଗୁଁ ସେମାନଙ୍କର ଟେଷ୍ଟିଂ ହୋଇପାରିନଥିଲା । ତେବେ ଫାଇନାଲ ଡ୍ରାଇଭିଂ ଲାଇସେନ୍ସ ଅପେକ୍ଷାରେ ଥିବା ଆଦେବନକାରୀମାନେ ଆସନ୍ତା ୧୪ତାରିଖ ଦିନ ୧୧ଟା ଠାରୁ ସ୍ଲଟ ବୁକିଂ କରିପାରିବେ । ତେବେ କଣ୍ଟେନମେଣ୍ଟ ଜୋନ୍ର ଆବେଦନକାରୀଙ୍କୁ ଟେଷ୍ଟିଂ ପାଇଁ ବାରଣ କରାଯାଇଛି । ଯଦି ସେମାନେ ଅମାନ୍ୟ କରି ଆସନ୍ତି ତେବେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଅଧିକାରୀ ଜଣାଇଛନ୍ତି ।
ଡି.ଏଲ୍ ଟେଷ୍ଟିଂ ସମୟରେ କୋଭିଡ୍-୧୯ ଗାଇଡ୍ ଲାଇନ୍କୁ କଡାକଡି ପାଳନ କରାଯିବ । ମୁହଁରେ ମାସ୍କ ପିନ୍ଧି ସାମାଜିମ ଦୂରତା ରକ୍ଷା ଭିତ୍ତିରେ ଆଦେବନକାରୀଙ୍କ ଦକ୍ଷତା ଟେଷ୍ଟିଂ ହେବ । ଉଲ୍ଲେଖ ଯୋଗ୍ୟ : କୋଭିଡ୍ କଟକଣା ପୂର୍ବରୁ ଏହି ଡି.ଏଲ୍ ଟେଷ୍ଟ ପାଇଁ ଏକକାଳୀନ ୩ଶହ ଆବେଦନକାରୀଙ୍କ ଆମନ୍ତ୍ରଣ କରାଯାଉଥିଲା । ତେବେ ଏବେ ପୂର୍ବ ଟେଷ୍ଟିଂର ୪୦ପ୍ରତିଶତ ଅର୍ଥାତ ୧୨୦ଜଣ ଆବେଦନକାରୀଙ୍କ ଟେଷ୍ଟ କରାଯିବ । ସରକାରଙ୍କ କୋଭିଡ୍ କଟକଣା ଯୋଗୁଁ ଡି.ଏଲ୍ ଓ ଏଲ.ଏଲର ମିଆଦ ଆସନ୍ତା ଡିସେମ୍ବର ପର୍ଯ୍ୟନ୍ତ ରହିଛି । ଏଣୁ ଡି.ଏଲ ଟେଷ୍ଟ ପାଇଁ ଆବେଦନକାରୀମାନେ ବ୍ୟଘ୍ରତା ପ୍ରକାଶ ନକରିକୁ ପରାମର୍ଶ ଦିଆଯାଇଛି । ପରିବହନ ଅଧିକାରୀ ଶ୍ରୀ ଅଧିକାରୀ ଆହୁରି ସୂଚନା ଦେଇଛନ୍ତି ଯେ, କୋଭିଡ୍ କଟକଣା ପୂର୍ବରୁ ଅର୍ଥାତ ୫.୮.୨୦ତାରିଖରେ ଆର.ଟି.ଓ ଅଫିସରେ ଯେଉଁ ୧୦ଟି ସେବା ପୁଣି ଯୋଗାଇ ଦିଆଯିବ ।