Odisha news

ଭଦ୍ରକ : ୧୧୨ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ ସଂଖ୍ୟା ୩୬୯୮

0

ଭଦ୍ରକ :ଭଦ୍ରକ ଜିଲ୍ଳାରୁ  ନୂଆ ୧୧୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାର ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ଏବେ ୩୬୯୮ରେ ପହଞ୍ଚିଛି । ମୋଟ ସୁସ୍ଥ ୨୭୮୩ ଜଣ ହେବା ପରେ ଏବେ ଆକଫିଭ ଆକ୍ରାନ୍ତ ୯୦୫ ଅଛନ୍ତି । ନୂଆ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ବାସୁଦେବପୁର ବ୍ଲକରୁ ୧୫ଜଣ, ବାସୁଦେବପୁର ପୌରପାଳିକାରୁ ୧୩, ଭଦ୍ରକ ବ୍ଲକରୁ ୫, ଭଦ୍ରକ ପୌରପାଳିକାରୁ ୧୧, ବନ୍ତ ବ୍ଳକରୁ ୧୮, ଭଣ୍ଡାରିପୋଖରୀ ବ୍ଲକରୁ ୧୬, ଚାନ୍ଦବାଲି ବ୍ଲକରୁ ୩, ଧାମନଗର ବ୍ଳକରୁ ୧୬, ଧାମନଗର ଏନ୍‍ଏସିରୁ ୨, ତିହିଡି ବ୍ଳକରୁ ୭ ଏବଂ ଅନ୍ୟ ଜିଲ୍ଲାରୁ ୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟପକ୍ଷରେ ଜିଲ୍ଲାରେ କୋଭିଡ୍‍ରେ ଆଜିସୁଦ୍ଧା ୧୦ଜଣ ମୃତୁ୍ୟବରଣ କରିଥିବା ଜରାଯାଇଛି ।

Nalco
Leave A Reply