ଭଞ୍ଜନଗର :  ସ୍ଥାନୀୟ ୟୁବି ହାଇସ୍କୁଲକୁ ଭଞ୍ଜନଗର ରୋଟାରୀ କ୍ଲବ ପକ୍ଷରୁ ଏକ ସାନିଟାଇଜର ମେସିନ ପ୍ରଦାନ କରାଯାଇଛି । ରୋଟାରୀ କ୍ଲବ ସଭାପତି ପଞ୍ଚାନନ ମିଶ୍ର, ସଂପାଦକ ରଂଜିତ କୁମାର ବାରିକ ତଥା ପୂର୍ବ ସଭାପତି ପ୍ରଦୁ୍ୟମ୍ନ କୁମାର ମଲ୍ଲିକ ୟୁବି ହାଇସ୍କୁଲର ସହକାରୀ ଶିକ୍ଷକ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କୁ ଏହି ମେସିନ ପ୍ରଦାନ କରିଛନ୍ତି ।

ଆସନ୍ତା ୧୪ ତାରିଖରୁ ହାଇସ୍କୁଲ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ ହେଉଥିବାବେଳେ ପରୀକ୍ଷାର୍ଥୀଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ଏଭଳି ଏକ ମେସିନର ଆବଶ୍ୟକତା ରହିଥିଲା । ତେବେ ରୋଟାରୀ କ୍ଲବ ପକ୍ଷରୁ ଏଭଳି ଏକ ମେସିନ ହାଇସ୍କୁଲକୁ ପ୍ରଦାନ କରାଯାଇଥିବାରୁ ଶିକ୍ଷକ ସ୍ୱାଇଁ କୃତଜ୍ଞତା ବ୍ୟକ୍ତ କରିଛନ୍ତି । ଏହି ମେସିନ ପ୍ରଦାନ ବେଳେ ହାଇସ୍କୁଲର ଅନ୍ୟ ଶିକ୍ଷକ ବନ୍ଧୁ କେଦାରନାଥ ସେଠୀ, ଶ୍ୟାମାପ୍ରସାଦ ମିଶ୍ର, ଶଙ୍କର ପ୍ରସାଦ ପଟ୍ଟନାୟକ,ଅମିତ କୁମାର ବେହେରା ଓ ଅବସରପ୍ରାପ୍ତ ଶିକ୍ଷକ ରମେଶ ଚନ୍ଦ୍ର ଗୌଡ ପ୍ରମୁଖ ଉପସ୍ଥିତ ରହିଥିଲେ ।

LEAVE A REPLY

Please enter your comment!
Please enter your name here