Odisha news

ବିଦାୟ ଚୀନ୍ : ଭାରତ ସରକାରଙ୍କ ପଦକ୍ଷେପ ଅତ୍ୟନ୍ତ ସ୍ୱାଗତଯୋଗ୍ୟ

0

PRAVANJAN DASH :ଇଂରେଜ ଶାସିତ ଭାରତକୁ ସ୍ଵାଧୀନତା ପ୍ରାପ୍ତ କରିବା ଲାଗି ୧୯୨୦ ମସିହାରେ ମହାତ୍ମା ଗାନ୍ଧୀଙ୍କ ସମେତ ଦେଶର ବହୁ ସ୍ଵାଧୀନତା ସଂଗ୍ରମୀ ଅସହଯୋଗ ଆନ୍ଦଳନର ଡାକରା ଦେଲେ,ଏହାର ମୁଖ୍ୟ ଉଦ୍ଧେଶ୍ୟ ଥିଲା,”ବିଦେଶୀ ବର୍ଜନ  ସ୍ୱଦେଶୀ ଗ୍ରହଣ,ଅର୍ଥାତ୍ ଆମ ଦେଶର ଅର୍ଥନୀତିକୁ ସୁଦୃଢ  ସକ୍ରିୟ କରିବା  ବିଦେଶୀ ରାଷ୍ଟ୍ରର ଅର୍ଥନୀତିକୁ ନିଷ୍କ୍ରିୟ କରି ତାଙ୍କୁ ଆମ ଦେଶରୁ ବିତାଡିତ କରିବା ଏବଂ ଏହାହିଁ ଭାରତକୁ ସ୍ଵାଧୀନତା ପ୍ରାପ୍ତ କରିବାର ଏକ ମୁଖ୍ୟ ଅସ୍ତ୍ର  ମାର୍ଗ ଥିଲା । 

ଯାହାଦ୍ଵାରା ୧୯୪୭ ମସିହାରେ ଭାରତ ଇଂରେଜ ମାନଙ୍କ କବଳରୁ ମୁକ୍ତ ହୋଇ ସ୍ଵାଧୀନତା ପ୍ରାପ୍ତ କଲାସ୍ଵାଧୀନତାର ବହୁ ବର୍ଷ ପରେ ମଧ୍ୟ ଗାନ୍ଧିଜୀଙ୍କ ଏହି,”ସ୍ୱଦେଶୀ ଗ୍ରହଣ  ବିଦେଶୀ ବର୍ଜନ” ନୀତିଟି କାର୍ଯ୍ୟକାରୀ ହୋଇ ଚାଲିଥିଲା,ମାତ୍ର ସମୟର ପରିବର୍ତ୍ତନ ଏବଂ ତାହା ସହିତ ମଣିଷର ଚିନ୍ତାଧାରା ଓମାନସିକତାର ପରିବର୍ତ୍ତନ ହେତୁ ଆମ ସମାଜର କିଛି ଲୋକ ନିଜସ୍ଵ ସ୍ଵାର୍ଥକୁ ଆଖିରେ ରଖି ବିଦେଶୀ ଦ୍ରବ୍ୟକୁ ଗ୍ରହଣ କରିବାକୁ ଲାଗିଲେ,ଏହା ଅପେକ୍ଷାକୃତ ଶସ୍ତା  ସୌଖିନ୍ ହେତୁ ଏହା ପ୍ରତି ଲୋକଙ୍କ ଆଦର ବଢିଚାଲିଲା  

ଏପରିକି ଆମ ଦେଶର ବହୁ କଞ୍ଚାମାଲ୍ ବିଦେଶୀ ରାଷ୍ଟ୍ରକୁ ରପ୍ତାନି କରାଗଲା  ସେଥିରୁ ଦ୍ରବ୍ୟ ପ୍ରସ୍ତୁତି କରି ସେମାନେ ଆମକୁ ଶୋଷଣ କରିଚାଲିଲେ ଏବଂ ବିଦେଶୀ ରାଷ୍ଟ୍ରର ଆର୍ଥିକ ଅଭିବୃଦ୍ଧିର ଏହା ଏକ ମୁଖ୍ୟ କାରଣ ସାଜିଲା  ସେଥିଲାଗି ଭାରତ ସ୍ଵାଧୀନତାର ବହୁ ବର୍ଷ ପରେ ମଧ୍ୟ ଆମେ ବିକାଶମୁଖୀ ଓ ସେମାନେ ବିକଶିତ ରାଷ୍ଟ୍ର 

ଉପୋରୋକ୍ତ ତଥ୍ୟ ଲେଖିବାର ମୁଖ୍ୟ ଉଦ୍ଦେଶ୍ୟ ଏହିକି ଯେ ଆଜିର ଏହି ବୈଷୟିକ ଯୁଗରେ ଆମେ ମୁଖ୍ୟତଃ ବାହ୍ୟଦେଶର ପ୍ରଯୁକ୍ତିବିଦ୍ୟା ଉପରେ ନିର୍ଭରଶୀଳ,ଏଥି ମଧ୍ୟରୁ କେତେକ ଆମ ପାଇଁ ଅବଶ୍ୟକମୟ ସାଜିଥିବା ବେଳେ ଅନ୍ୟ କେତକ ଆମ ସୌଖୀନ୍  ମନୋରଞ୍ଜନ ଲାଗି ମଧ୍ୟ ବ୍ୟବହୃତ ଯେପରିକି ଫେସ୍ ଆପ୍,ଟିକ୍ ଟକ୍,ହେଲୋ, ଲାଇକ୍,PUBG ଇତ୍ୟାଦି

ବିଗତ କିଛି ମାସ ଧରି ଟିକ୍ ଟକ୍  ଲୋକପ୍ରିୟତା ସବୁଠୁ ଶୀର୍ଷରେ ଏବଂ ତାହାର ମାନ ଭାରତ ବର୍ଷରେ ସର୍ବାଧିକ  ଏପରିକି ଭାରତର ପ୍ରାୟ ଶତକଡା ୮୫ ଭାଗ ଲୋକ ଏହାକୁ ନିଜ ଜୀବନର ଏକ ଅଙ୍ଗ ଭାବେ ଗ୍ରହଣ କରିନେଇଛନ୍ତି  

ଅବଶ୍ୟ ଯଦିଓ ଏହା  ଦକ୍ଷତା ପ୍ରତିପାଦନର ଏକ ମାଧ୍ୟମ ଥିଲା ପରନ୍ତୁ ଏହାର ମଧ୍ୟ ବହୁ ବ୍ୟବହାର ଦ୍ଵାରା ତାହା ସମୟ ଅପଚୟର ଏକ ମୁଖ୍ୟ କାରଣ ସାଜିଥିଲା,ଏପରିକି ଅଧିକାଂଶ ଲୋକେ ଟିକ୍ ଟକ୍ ପ୍ରେମରେ ପଡି ଏହା ମଧ୍ୟରେ ନିଜକୁ ହଜାଇଦେଇ ନିଜର ବ୍ୟକ୍ତିଗତ  ବୃତ୍ତିଗତ ଜୀବନ  ଦାୟିତ୍ୱବୋଧକୁ ସମ୍ପୂର୍ଣ୍ଣ ଭୁଲି ଯାଉଥିଲେ

 ବର୍ତ୍ତମାନ ସମୟରେ ଭାରତ ସରକାରଙ୍କର ଟିକ୍ ଟକ୍ ବ୍ୟାନ୍ ହେତୁ ବହୁ ଲୋକ ମାନସିକ ସ୍ତରରେ ଆଘାତ ପାଉଛନ୍ତି ସତ ମାତ୍ର ସେମାନେ ଜାଣି ରଖିବା ଉଚିତ୍ ଯେ ଟିକ୍ ଟକ୍ ନିଜ ଜୀବନର ଭବିଷ୍ୟତ ନୁହେଁ,ଏହା କେବଳ ମନୋରଞ୍ଜନର ଏକ ମାଧ୍ୟମ ତେଣୁ ତା ଠାରୁ ଦୂରରେ ରହିବା ନିହାତି ଆବଶ୍ୟକ  ଏହି ଟିକ୍ ଟକ୍ କୁ ନେଇ ମୋ ଜୀବନରେ ଘଟିଥିବା ଏକ ଘଟଣା ସମ୍ପର୍କରେ ମୁଁ ନିମ୍ନରେ ଆଲୋକପାତ କରୁଛି 

ଏକଦା ମୋ ବାମ ଗୋଡ଼ର ବୃଦ୍ଧା ଆଙ୍ଗୁଳିରେ ଆଘାତ ଲାଗିବାରୁ ମୁଁ ଡ୍ରେସିଂ କରିବା ଲାଗି ଏକ ସରକାରୀ  ଡାକ୍ତରଖାନାକୁ ଯାଇଥିଲି,ସେଠାରେ ଡ୍ରେସିଂ କରୁଥିବା ସ୍ଵାସ୍ତ୍ୟକର୍ମୀ ସେହି ସମୟରେ ମୋବାଇଲ୍ରେ ଟିକ୍ ଟକ୍ ମନୋରଞ୍ଜନରେ ବ୍ୟସ୍ତ ଥିଲେ,ମୁଁ ତାଙ୍କୁ ମୋର ଡ୍ରେସିଂ କଥା କହିବାରୁ ବର୍ତ୍ତମାନ ହୋଇପାରିବନି ବୋଲି କହି ମନା କରିଦେଇଥିଲେ। ସତେ ଯେପରି ମୋର ଉପସ୍ଥିତି ତାଙ୍କୁ ଅସ୍ଵାଭାବିକମୟ କରିଦେଉଥିଲା 

 ମାତ୍ର ପରବର୍ତ୍ତୀ ସମୟରେ ମୁଁ ତାଙ୍କୁ ଆପତ୍ତି ଅନୁରୋଧ କରିବାରୁ ସେ ତାଙ୍କ ଫୋନକୁ ଟିକ୍ ଟକ୍ ଭିଡ଼ିଓ ମୋଡ୍ ରେ ଡ୍ରେସିଂ ରୁମ୍  ଏକ ଆଲମିରା ଉପରେ ରଖି ମୋ ଡ୍ରେସିଂ କଲେ ହେଲେ ମୋର ଡ୍ରେସିଂ ଉପରେ ତାଙ୍କର ଧ୍ୟାନ ଆଦୌ ନଥିଲା। ତାଙ୍କ ମନ ସମ୍ପୂର୍ଣ୍ଣ ସେ ଯୁବତୀଙ୍କ ଟିକ୍ ଟକ୍ ଭିଡ଼ିଓ ଉପରେ ଥିଲା ପରେ ମୁଁ ଏହି ଟିକ୍ ଟକ୍ରୁ ବାରଣ ରହିବା ପାଇଁ ତାଙ୍କୁ

Leave A Reply