* ପୂର୍ବତଟ ରେଳପଥ ପକ୍ଷରୁ ୫ଟି ଅନ୍ତରାଜ୍ୟ ଟ୍ରେନ ଚଳାଚଳର ଵିଜ୍ଞପ୍ତି ପ୍ରକାଶ କରାଯାଇଛି

* ଦୁର୍ଗ ଓ ଅହମଦାବାଦକୁ ଭୁବନେଶ୍ୱରରୁ ସ୍ୱତନ୍ତ୍ର ଟ୍ରେନ

* ରାୟଗଡା ମାର୍ଗ ଦେଇ ବିଶାଖାପାଟଣା ଓ କୋର୍ବା ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ

* ପୂର୍ବତଟ ରେଳପଥ ମଧ୍ୟ ଦେଇ ହାଓଡ଼ା ଓ ତିରୁଚିରାପଲ୍ଲୀ ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ

* ସେପ୍ଟେମ୍ବର ୧୨ ରୁ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବ

* ସେପ୍ଟେମ୍ବର ୧୦ ରୁ ସ୍ୱତନ୍ତ୍ର ଟ୍ରେନ ପାଇଁ ବୁକିଙ୍ଗ କରାଯିବ

* ପୂର୍ବତଟ ରେଳପଥ ପକ୍ଷରୁ ଵିଜ୍ଞପ୍ତି ପ୍ରକାଶ ପାଇଥିବା ଟ୍ରେନ ଗୁଡିକ ହେଲା —

01.      ଭୁବନେଶ୍ୱର-ଦୁର୍ଗ-ଭୁବନେଶ୍ୱର ଦୈନିକ ସ୍ୱତନ୍ତ୍ର ଟ୍ରେନ (08425/08426)

ସେପ୍ଟେମ୍ବର ୧୨ ତାରିଖ ଠାରୁ ଭୁବନେଶ୍ୱର ରୁ ସନ୍ଧ୍ୟା ୭ ଘ. ୫୫ମି.ରେ ଛାଡିବ ଏବଂ ସେପ୍ଟେମ୍ବର ୧୩ ତାରିଖ ଠାରୁ ଅପରାହ୍ନ ୪ ଘ.୧୦ମି.ରେ ଦୁର୍ଗ ଠାରୁ ଛାଡିବ  I

ରହଣି  – ଭୁବନେଶ୍ୱର ଓ ଦୁର୍ଗ ମଧ୍ୟରେ କଟକ, ଢେଙ୍କାନାଳ, ତାଳଚେର, ଅନୁଗୁଳ, ସମ୍ବଲପୁର, ବରଗଡ଼ ରୋଡ଼, ବଲାଙ୍ଗୀର, ଟିଟିଲାଗଡ, କଣ୍ଟାବାଞ୍ଜି, ଖରିଆର ରୋଡ଼, ବାଗବାହାର, ମହାସମୁନ୍ଦ, ରାଇପୁର ଓ ଭିଲାଇ ପାୱାର ହାଉସ ଠାରେ ଉଭୟ ଦିଗରୁ ରହଣି କରିବ I

02. ରାୟଗଡା ମାର୍ଗ ଦେଇ ବିଶାଖାପାଟଣା-କୋର୍ବା-ବିଶାଖାପାଟଣା ସ୍ୱତନ୍ତ୍ର ଟ୍ରେନ (08518/08517)

ସେପ୍ଟେମ୍ବର ମାସ ୧୨ ତାରିଖ ଠାରୁ ବିଶାଖାପାଟଣା ରୁ ସନ୍ଧ୍ୟା ୮ ଘ. ୦୫ମି. ରେ ଛାଡିବ ଏବଂ ସେପ୍ଟେମ୍ବର ମାସ ୧୩  ତାରିଖ ଠାରୁ କୋର୍ବା ରୁ ଅପରାହ୍ନ ୪ ଘ.୧୦ମି.ରେ ଛାଡିବ

ରହଣି  – ବିଶାଖାପାଟଣା ଓ କୋର୍ବା ମଧ୍ୟରେ ବିଜୟନଗରମ, ବୋବିଲି, ପାର୍ବତୀପୁରମ, ରାୟଗଡା, କେସିଙ୍ଗା, ଟିଟିଲାଗଡ଼, କଣ୍ଟାବାଞ୍ଜି, ଖରିଆର ରୋଡ଼, ମହାସମୁନ୍ଦ, ରାଇପୁର, ଟିଲଡା ନେଓରା,  ଭଟପଡ଼ା, ବିଳାସପୁର, ଅକଲତାରା, ଯାଞ୍ଜଗିରି ନାଇଲା ଓ ଚମ୍ପା ଠାରେ ଉଭୟ ଦିଗରୁ ରହଣି କରିବ I

03. ଭୁବନେଶ୍ୱର-ଅହମଦାବାଦ-ଭୁବନେଶ୍ୱର ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ (08405/08406)

ସେପ୍ଟେମ୍ବର ମାସ ୧୬ ତାରିଖ ଠାରୁ ଭୁବନେଶ୍ୱର ରୁ ପ୍ରତି ବୁଧବାର ସନ୍ଧ୍ୟା ୬ ଘଟିକାରେ ଛାଡିବ ଓ ସେପ୍ଟେମ୍ବର ମାସ ୧୮ ତାରିଖ ଠାରୁ ଅହମଦାବାଦ ଠାରୁ ପ୍ରତି ଶୁକ୍ରବାର ସନ୍ଧ୍ୟା ୬ ଘ. ୪୦ମି,ରେ ଛାଡିବ I

ରହଣି  – ଭୁବନେଶ୍ୱର ଓ ଅହମଦାବାଦ ମଧ୍ୟରେ ଢେଙ୍କାନାଳ, ତାଳଚେର, ଅନୁଗୁଳ, ସମ୍ବଲପୁର, ବରଗଡ଼ ରୋଡ଼, ବଲାଙ୍ଗୀର, ଟିଟିଲାଗଡ଼, କଣ୍ଟାବାଞ୍ଜି, ଖରିଆର ରୋଡ଼, ମହାସମୁନ୍ଦ, ରାଇପୁର, ଦୁର୍ଗ, ଗୋଣ୍ଡିଆ, ନାଗପୁର, ୱର୍ଧା, ବଡ଼ନେରI, ଅକୋଲା, ମାଲ୍କାପୁର, ଭୁଷାବଲ ଓ ଆନନ୍ଦ ଷ୍ଟେସନ ମାନଙ୍କରେ ରହଣି କରିବ I

04. ତିରୁଚିରାପଲ୍ଲୀ-ହାଓଡ଼ା-ତିରୁଚିରାପଲ୍ଲୀ ଦ୍ବି-ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ (02664/02663)

ସେପ୍ଟେମ୍ବର ମାସ ୧୫ ତାରିଖ ଠାରୁ ତିରୁଚିରାପଲ୍ଲୀ ଠାରୁ ପ୍ରତି ମଙ୍ଗଳବାର ଓ ଶୁକ୍ରବାର ଦିନ ଅପରାହ୍ନ ୪ ଘ.୨୦ମି,ରେ ଛାଡିବ ଓ ସେପ୍ଟେମ୍ବର ମାସ ୧୬ ତାରିଖ ଠାରୁ ହାଓଡ଼ାରୁ ପ୍ରତି ଗୁରୁବାର ଓ ରବିବାର ଅପରାହ୍ନ ୪ ଘ.୧୦ମି.ରେ ଛାଡିବ I

ରହଣି  – ତିରୁଚିରାପଲ୍ଲୀ ଓ ହାଓଡ଼ା ମଧ୍ୟରେ ବିଜୟୱାଡା, ବିଶାଖାପାଟଣା, ବିଜୟନଗରମ, ଖୋର୍ଦ୍ଧା ରୋଡ଼, ଭୁବନେଶ୍ୱର, କଟକ ଓ ଭଦ୍ରକ ଇତ୍ୟାଦି ଗୁରୁତ୍ୱପୂର୍ଣ ଷ୍ଟେସନ ମାନଙ୍କରେ ରହଣି କରିବ I

05. ଗୌହାଟୀ-ବାଙ୍ଗାଲୋର-ଗୌହାଟୀ ତ୍ରି-ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ (02509/02510)

ସେପ୍ଟେମ୍ବର ମାସ ୧୩ ତାରିଖ ଠାରୁ ଗୌହାଟୀ ରୁ ପ୍ରତି ରବି, ସୋମ, ମଙ୍ଗଳ ଦିନ ମାନଙ୍କରେ ସକାଳ ୬ ଘ.୨୦ମି.ରେ ଛାଡିବ ଏବଂ ସେପ୍ଟେମ୍ବର ମାସ ୧୬ ତାରିଖ ଠାରୁ ବାଙ୍ଗାଲୋର କେଣ୍ଟ ରୁ ପ୍ରତି ବୁଧ, ଗୁରୁ ଓ ଶୁକ୍ରବାର ଦିନ ମାନଙ୍କରେ ରାତ୍ର ୧୧ ଘ. ୪୦ମି.ରେ ଛାଡିବ I

ରହଣି  – ଗୌହାଟୀ ଓ ବାଙ୍ଗାଲୋର ମଧ୍ୟରେ ରଙ୍ଗିଆ, ନ୍ୟୁ ଜଲପାଈଗୁଡ଼ି, ମାଲଦା ଟାଉନ, ହାଓଡ଼ା, ବାଲେଶ୍ୱର, ଭଦ୍ରକ, ଯାଜପୁର କେନ୍ଦୁଝର ରୋଡ଼, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ଼, ଶ୍ରୀକାକୁଲମ, ବିଜୟନଗରମ, ବିଶାଖାପାଟଣା, ବିଜୟୱାଡା ସହିତ ଗୁରୁତ୍ବପୂର୍ଣ୍ଣ ଷ୍ଟେସନ ମାନଙ୍କରେ ରହଣି କରିବ I

* ଉଭୟ ରେଳବାଇ ଯାତ୍ରୀ ସଂରକ୍ଷଣ କେନ୍ଦ୍ର ଓ ଆଇଆରସିଟିସି ୱେବ ସାଇଟ ରୁ ଟିକେଟ ଉପଲବ୍ଧ ହୋଇପାରିବ I

* କେବଳ ସଂରକ୍ଷିତ ଯାତ୍ରୀମାନେ ଟ୍ରେନ ରେ ଯାଇପାରିବେ I

* ପୂର୍ବରୁ ଚାଲୁଥିବା ନୂଆଦିଲ୍ଲୀ ରୁ ଭୁବନେଶ୍ୱର, ଭୁବନେଶ୍ୱର ରୁ ମୁମ୍ବାଇ, ଭୁବନେଶ୍ୱର ରୁ ହାଓଡ଼ା/ସିଆଲଦI
ସ୍ୱତନ୍ତ୍ର ଟ୍ରେନ ଗୁଡିକ ପୂର୍ବ ନିର୍ଧାରିତ ସମୟାନୁସାରେ ଚଳାଚଳ କରିବ I  

LEAVE A REPLY

Please enter your comment!
Please enter your name here