ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ସଂଗଠନର ପୂର୍ବତନ ରାଜ୍ୟ ସଭାପତି ସ୍ୱର୍ଗତ ବସନ୍ତ କୁମାର ବିଶ୍ୱାଳଙ୍କ ଶ୍ରାଦ୍ଧ ଦିବସକୁ ପ୍ରତିବର୍ଷ ନଭେମ୍ବର ୭ ତାରିଖ ଦିନ ରାଜ୍ୟ ସ୍କାଉଟ ଗାଇଡ୍ ସଂଗଠନ “ବସନ୍ତ ଦିବସ” ରୂପେ ପାଳନ କରି ଆସୁଅଛି । ଚଳିତ ବର୍ଷ କରୋନା ମହାମାରୀ କଟକଣା ଯୋଗୁ ସ୍କାଉଟ ଗାଇଡ୍ମାନଙ୍କୁ ଏକତ୍ରିତ ନ କରି ଜିଲ୍ଲାସ୍ତରରେ କବ୍, ବୁଲ୍ବୁଲ୍, ସ୍କାଉଟ ଗାଇଡ୍, ରୋଭର, ରେଞ୍ଜର, ସ୍କାଉଟ ମାଷ୍ଟର, ଗାଇଡ୍ କ୍ୟାପଟେନମାନଙ୍କ ମଧ୍ୟରେ ସ୍ୱର୍ଗତ ବିଶ୍ୱାଳଙ୍କ ପ୍ରତିଛବି ଉପରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

ଏହି ପ୍ରତିଯୋଗିତାରେ ଶ୍ରେଷ୍ଠ ୪ ଜଣ ପ୍ରତିଯୋଗୀଙ୍କୁ ଆସନ୍ତା ୭ା୯ା୨୦୨୦ରିଖ ଦିନ ରାଜ୍ୟ ମୁଖ୍ୟ କମିଶନର ଡଃ କାଳିପ୍ରସାଦ ମିଶ୍ରଙ୍କ ଦ୍ୱାରା ପୁରସ୍କୃତ କରାଯିବ । ଏତଦ୍ବ୍ୟତୀତ ଜିଲ୍ଲାସ୍ତରରେ ସ୍କାଉଟ ଓ ଗାଇଡ୍ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ସମ୍ପାଦନ ପାଇଁ କେତେଜଣ ସ୍କାଉଟ ମାଷ୍ଟର ଓ ଗାଇଡ୍ କ୍ୟାପଟେନଙ୍କୁ ମଧ୍ୟ “ବସନ୍ତ ଦିବସ” ପାଳନ ଅବସରରେ ରାଜ୍ୟ ମୁଖ୍ୟ କମିଶନର ଡଃ ମିଶ୍ର ପ୍ରମାଣ ପତ୍ର ସହ ସମ୍ମାନୀତ କରିବେ ।

LEAVE A REPLY

Please enter your comment!
Please enter your name here