କଲେଜ ଟପ୍ପର ହୋଇ ଗୌରବ ଆଣିଲେ ଏ. ବୈଷ୍ଣବୀ, କବିସୂର୍ଯ୍ୟ ବଳଦେବ ବିଜ୍ଞାନ ମହାବିଦ୍ୟାଳୟର ଯୁକ୍ତ ୨ କଳାରେ ପାସ୍ ହାର ୮୪ ପ୍ରତିଶତ।
କବିସୂର୍ଯ୍ୟନଗର : ( ସୁଶାନ୍ତ କୁମାର ପଟ୍ଟନାୟକ) : ଦୀର୍ଘ ପ୍ରତୀକ୍ଷା ପରେ ଗତ ଶନିବାର ରାଜ୍ୟରେ ପ୍ରକାଶ ପାଇଛି ଯୁକ୍ତ ଦୁଇ କଳାର ଫଳାଫଳ। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଛାତ୍ର ଙ୍କ ଠାରୁ ଛାତ୍ରୀ ମାନଙ୍କ ପାସ ହାର ସଂଖ୍ୟା ଅଧିକ ରହିଥିବା ବେଳେ ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକରେ ମୋଟ ୪ ଟି ମହାବିଦ୍ୟାଳୟ ରେ ପାସ ହାର ୬୦ପ୍ରତିଶତ ଥିବା ବେଳେ କବିସୂର୍ଯ୍ୟ ବଳଦେବ ବିଜ୍ଞାନ ମହାବିଦ୍ୟାଳୟ ର ପାସ ହାର ୮୪ ପ୍ରତିଶତ ରହିଛି I କଲେଜର କଳା ବିଭାଗରେ ମୋଟ ୨୫୬ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୪୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେଥି ମଧ୍ୟରୁ ୨୩୬ ଜଣ ଛାତ୍ରଛାତ୍ରୀ ଉତୀର୍ଣ୍ଣ ହୋଇଥିବା ଜଣାପଡିଛି ।
ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୪୦ ଜଣ, ଦ୍ଵିତୀୟ ଶ୍ରେଣୀରେ ୬୦ ଜଣ ଏବଂ ତୃତୀୟ ଶ୍ରେଣୀରେ ୧୦୫ଜଣ ଛାତ୍ରଛାତ୍ରୀ ରହିଛନ୍ତି। ପାସ୍ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଛାତ୍ରୀ ଏ. ବୈଷ୍ଣବୀ ଆଚାରୀ ସର୍ବାଧିକ ୪୭୪ ନମ୍ବର ରଖି କଲେଜରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।
କଲେଜ ଛାତ୍ରଛାତ୍ରୀଙ୍କ ସଫଳତା ପାଇଁ ଅଧ୍ୟକ୍ଷ ପ୍ରାଣକୃଷ୍ଣ ପଟ୍ଟନାୟକଙ୍କ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସହଯୋଗ ପାଇଁ ଅଭିଭାବକମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି I ସେହିପରି ସ୍ଥାନୀୟ ବିଧାୟିକା ଲତିକା ପ୍ରଧାନ କଲେଜର ଏହି ସଫଳତା ପାଇଁ ଅଧ୍ୟକ୍ଷ, ସମସ୍ତ ଅଧ୍ୟାପକ ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି I ଆଗାମୀ ଦିନରେ ଏହି ସଫଳତା ହାରକୁ ଆହୁରି ବୃଦ୍ଧି କରିବା ପାଇଁ ପିଲାଙ୍କ ଶିକ୍ଷାଦାନ କ୍ଷେତ୍ରରେ ଅଧିକ ଉପଯୋଗୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି Iସଫଳତାର ଶ୍ରେୟ ଘରୋଇ ଶିକ୍ଷା ଅନୁଷ୍ଠାନ ର ମୁଖ୍ୟ ବାବୁରାଜ କହଁର ଓ ପରିବାରର ବାପା ମା ଙ୍କୁ ଦେଇଥିବା କଥା ବୈଷ୍ଣବୀ ଆଚାରୀ ପ୍ରତିକ୍ରିୟାରେ କହିଛନ୍ତି।