Odisha news

ପୁଣି ଓଡିଶାରୁ ଆଜି ୩୪୪୩ ସଂକ୍ରମିତ ସୁସ୍ଥ ହେଲେ

0

ଭୁବନେଶ୍ୱର: ଆଜି ରାଜ୍ୟରେ ୩୫୪୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୨୧୬୧ ଓ ସ୍ଥାନୀୟ ଅଞ୍ଚଳରୁ ୧୩୮୨ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ପଜିଟିଭ୍‌ ସଂଖ୍ୟା ୧ ଲକ୍ଷ ୨୦ ହଜାର ୨୨୧କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଥିବା ବେଳେ ରାଜ୍ୟରେ ସୁସ୍ଥ ହାର ସାମାନ୍ୟ ଆଶ୍ବସ୍ତି ପ୍ରଦାନ କରୁଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ୯୫୧ ଜଣ ସୁସ୍ଥଙ୍କ ସମେତ ରାଜ୍ୟରୁ ୩ ହଜାର ୪ ଶହ ୪୩ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ୍‌ ଜରିଆରେ ଏହି ସୂଚନା ଦିଆଯାଇଛି। ଏଥି ସହିତ ରାଜ୍ୟରେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯୩ ହଜାର ୭ ଶହ ୭୪ରେ ପହଞ୍ଚିଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲାରୁ ସବୁଠାରୁ ଅଧିକ ୯୫୧ ଜଣ ସୁସ୍ଥ ହୋଇଥିବା ବେଳେ କଟକ ଜିଲ୍ଲାରୁ ୨୫୧, ମୟୂରଭଞ୍ଜରୁ ୨୧୩, ଭଦ୍ରକରୁ ୧୬୪, ଢେଙ୍କାନାଳରୁ ୧୬୧, ରାୟଗଡ଼ରୁ ୧୫୪, ଗଞ୍ଜାମରୁ ୧୪୮, ଯାଜପୁରରୁ ୧୪୪, ବାଲେଶ୍ବରରୁ ୧୩୭, ନୟାଗଡ଼ରୁ ୧୧୭, କୋରାପୁଟରୁ ୧୧୦, ଜଗତ୍‌ସିଂହପୁରରୁ ୧୦୭, ପୁରୀରୁ ୧୦୫, ସମ୍ବଲପୁରରୁ ୧୦୦, ଝାରସୁଗୁଡ଼ାରୁ ୬୭, ମାଲକାନଗିରିରୁ ୬୪, ବଲାଙ୍ଗୀରରୁ ୬୧, କେନ୍ଦ୍ରାପଡ଼ାରୁ ୬୧, ବରଗଡ଼ରୁ ୫୬, କେନ୍ଦୁଝରରୁ ୫୪, ସୋନପୁରରୁ ୪୧, ସୁନ୍ଦରଗଡ଼ରୁ ୩୮, ନବରଙ୍ଗପୁରରୁ ୩୩, କନ୍ଧମାଳରୁ ୨୪, ଗଜପତିରୁ ୨୩, ନୂଆପଡ଼ାରୁ ୨୩, କଳାହାଣ୍ଡିରୁ ୧୨, ବୌଦ୍ଧରୁ ୧୧, ଦେଓଗଡ଼ରୁ ୮ ଓ ଅନୁଗୁଳରୁ ୫ ଜଣ ସୁସ୍ଥ ହୋଇଛନ୍ତି।

 

Leave A Reply