କଟକ : ସାଂସଦ ଓଲିଉଡ଼ର ଆଗଧାଡିର କଳାକାର ତଥା ରିଲ ଲାଇଫର ହିରୋ ଭୂମିକାରେ ରହି ଆସୁଥିବା ଅନୁଭବ ମହାନ୍ତି ହଠାତ ରିୟଲ ଲାଇଫରେ ଭିଲିୟାନ ଭୂମିକାରେ ଚିତ୍ରଣ ହୋଇଛନ୍ତି l ତାଙ୍କ ସ୍ତ୍ରୀ ତଥା ଓଲିଉଡର ଆଗ ଧାଡ଼ିର ନାଇକା ବର୍ଷା ପ୍ରିୟଦର୍ଶିନୀ ତାଙ୍କୁ ଏହି ଭୂମିକାରେ ବସାଇ ଦେଇଛନ୍ତି l ୬ ବର୍ଷର ବୈବାହିକ ଜୀବନରେ ଉଠିଥିବା ଝଡ ଆଜି ଅଦାଲତରେ ପହଂଚିଛି l ସ୍ତ୍ରୀ ବର୍ଷl ସାଂସଦ ଅନୁଭବଙ୍କ ବିରୁଦ୍ଧରେ ଘରୋଇ ହିଂସା ଭଳି ସାଙ୍ଘାତିକ ଅଭିଯୋଗ ଆଣି ତାଙ୍କଠାରୁ ୧୫ କୋଟି ଟଙ୍କାର କ୍ଷତି ପୁରଣ ଦାବି କରିଛନ୍ତି l ଏନେଇ କଟକ SDJM ଙ୍କ ଅଦାଲତରେ ମାମଲା ରୁଜୁ ହୋଇଛି l ଏହି ମାମଲାର ଶୁଣାଣି ଆସନ୍ତା ସୋମବାର ହେବ ବୋଲି ଧାର୍ଯ୍ୟ ହୋଇଛି l ବର୍ଷା ପ୍ରିୟଦର୍ଶନୀ ପ୍ରୋଟେକ୍ସନ ଅଫ ଓ଼ମେନ ଫର୍ମ ଡୋମେସ୍ଟିକ ଭାଓଲେନ୍ସ-୨୦୦୫ ର ଦଫା ୧୨,୧୭,୧୮,୧୯,୨୦ଓ ୨୨ ରେ ଦଫା ଲଗାଇଛନ୍ତି l

ଏହି ଦଫା ଗୁଡିକରେ ରହିଛି ମାମଲାର ସମାଧାନ ନହେଲା ପର୍ଯ୍ୟନ୍ତ ସ୍ୱାମୀଙ୍କ ଗୋଟିଏ ଘରେ ରହିବାକୁ ସୁଯୋଗ ଦେବା ,ଘରୋଇ ହିଂସାକୁ ସୁରକ୍ଷା ଦେବା ,ପୀଡ଼ିତାଙ୍କୁ ଘରେ ରହିବାରୁ ବଂଚିତ ନକରିବା ,ଖର୍ଚପାଇଁ ଅର୍ଥ ଦେବା ଓ କ୍ଷତି ପୁରାଣ ଦେବାକୁ ନେଇ ମାମଲା ରୁଜୁ ହୋଇଛି l ବର୍ଷା ଏହି ପିଟିସନରେ ଅନୁଭବଙ୍କର ଗୁମର ଖୋଲି ଦେଇଛନ୍ତି l ଏହି ଅଭିଯୋଗର ଫର୍ଦ ଅନେକ ଲମ୍ବା ରହିଛି l ରଙ୍ଗୀନ ଦୁନିଆରୁ ଆସିଥିବା ଉଭୟଙ୍କ ବୈବାହିକ ଜୀବନ ଯେ ରଙ୍ଗୀନ ନଥିଲା ଏହି ପିଟିସନରୁ ସ୍ପଷ୍ଟ ଜଣ ପଡୁଛି l ବର୍ଷା ପିଟିସନରେ ସ୍ୱାମୀ ଅନୁଭବ ମଦ୍ୟପ ବୋଲି ଦର୍ଶାଇଛନ୍ତି l ଅନୁଭବ ତାଙ୍କ ବନ୍ଧୁ ମାନଙ୍କ ସହ ଶୟନ କକ୍ଷରେ ମଦ୍ୟପାନ କରନ୍ତି l ଏହାର ପ୍ରତିବାଦ କଲେ ସେ ବର୍ଷlଙ୍କୁ ଶାରୀରିକ ଓ ମନୀଷିକ ଭାବରେ ନିର୍ଯାତନା ଦିଅନ୍ତି l ଏପରି କି ତାଙ୍କୁ ଘରୁ ଧକା ମାରି ଅନେକଥର ବାହାର କରି ଦେଇଛନ୍ତି l ସିନେମା ଜଗତରେ ଅନୁଭବଙ୍କର ଅନେକ ଝିଅଙ୍କ ସହିତ ସମ୍ପର୍କ ରହିଛି ବୋଲି ବର୍ଷା ଅଭିଯୋଗ ଆଣିଛନ୍ତି l

ଲକଡାଉନ ପୂର୍ବରୁ ଅନୁଭବ ତାଙ୍କ ପରିବାର ସହ ବର୍ଷାଙ୍କ ଛାଡି ଦିଲ୍ଲୀ ପଳାଇ ଯାଇଥିଲେ l ଲକଡାଉନ ସମୟରେ ବର୍ଷା ଘରେ ରହିଥିଲେ ମଧ୍ୟ ତାଙ୍କୁ କୌଣସି ଖର୍ଚ ଦେଇନଥିଲେ l ଏହି ଅତ୍ୟାଚାରରେ ଅତିଷ୍ଠ ବର୍ଷା ଅନୁଭବଙ୍କ ସହ ରହିବାକୁ ସୁରକ୍ଷିତ ମନେ ନକରି ତାଙ୍କଠାରୁ ଭରଣା ପୋଷଣ ବାବଦକୁ କ୍ଷତି ପୁରାଣ ଦାବି କରିଛନ୍ତି l ଅନୁଭବଙ୍କ ନିକଟରୁ ମାସିକ ୨୦ ହଜାର ଟଙ୍କା ଘର ଭଡା ବାବଦରେ ,ମାସିକ ଭରଣପୋଷଣ ବାବଦରେ ୫୦ ହଜାର ତାଙ୍କ ,କ୍ଷତିପୂରଣ ବାବଦକୁ ୧୩ କୋଟି ଟଙ୍କା ଚିକିତ୍ସା ଓ ରୋଜଗାର ହରାଇଥିବାରୁ ଏବାବଦରେ ୨ କୋଟି ଟଙ୍କା କ୍ଷତିପୁରାଣ ଦାବିକରିଛନ୍ତି l ମୋଟ କ୍ଷତିପୂରଣ ବାବଦକୁ ୧୫ କୋଟି ଟଙ୍କା ଦାବି ରହିଛି l ସୂଚନା ଯୋଗ୍ୟ ଯେ କୌଣସି ଘରୋଇ ହିଂସା ସଂକ୍ରାନ୍ତରେ ମାମଲା ରୁଜୁ ହେଲେ ଏହାର ଶୁଣାଣି ପୂର୍ବରୁ ଅଦାଲତ ପ୍ରୋଟେକ୍ସନ ଅଫିସର ପ୍ରତିପକ୍ଷ ବା ଯାହାଙ୍କ ବିରୋଧରେ ଅଭିଯୋଗ ଥାଏ ତାଙ୍କଠାରୁ ସବିଶେଷ ତଥ୍ୟ ସଂଗ୍ରହ କରି ଅଦାଲତରେ ଦାଖଲ କରିବା ପରେ ମାମଲାର ଶୁଣାଣି ହୋଇଥାଏ l

ଏ ସମ୍ପର୍କରେ ସାଂସଦ ଅନୁଭବଙ୍କୁ ପଚାର ଯିବାରୁ ସେ ଏ ସମ୍ପର୍କରେ କିଛି ଜାଣି ନାହାନ୍ତି ଏବଂ ତାଙ୍କୁ ଏଭଳି କୌଣସି ଲିଗାଲ ନୋଟିସ ଯାଇନି ବୋଲି ଗଣମାଧ୍ୟମକୁ କହିଛନ୍ତି l କିନ୍ତୁ ସ୍ତ୍ରୀ ବର୍ଷା ତାଙ୍କ ମଧ୍ୟରେ କୌଣସି ବିବାଦ ରହିଛି ବୋଲି ଗଣମାଧ୍ୟମ ପକ୍ଷରୁ ପଚରାଯାଇଥିବା ପ୍ରଶ୍ନକୁ ସେ ଏଡାଇ ଯାଇଥିଲେ l ଉଲେଖ ଯୋଗ୍ୟ ଯେ ଓଡ଼ିଆ ଚଳଚିତ୍ର ଜଗତରେ ଅନୁଭବ ଏବଂ ବର୍ଷାଙ୍କ ଯୋଡି ଦର୍ଶକଙ୍କୁ ଖୁବ ପସନ୍ଦ ଥିଲା l ଉଭୟ ଅନେକ ହିଟ ଚଳଚିତ୍ର ଓଲିଉଡ଼କୁ ଭେଟି ଦେଇଥିଲେ l ବାସ୍ତବ ଜୀବନରେ ୨୦୧୪ ଫେବୁଆରି ୮ ରେ ବିବାହ ବନ୍ଧନରେ ଅବାଧ ହୋଇଥିଲେ କିନ୍ତୁ ବର୍ଷେ ଦୁଇ ବର୍ଷର ବୈବାହିକ ଜୀବନ ଠିକ ଚାଲିବ ପରେ ହଠାତ ବୈବାହିକ ଜୀବନରେ ପାରିବାରିକ ଝଡ ଦେଖାଦେଲା l ଗତ କିଛି ବର୍ଷ ଧରି ଚାଲିଥିବା ଏହି ଝଡ ପରିବାରର ଚାରି କାନ୍ଥ ଭିତରେ ଆବଦ୍ଧ ହୋଇ ରହିଥିଲା ,କିନ୍ତୁ ବର୍ତ୍ତମାନ ଏହି ଝଡ ରାସ୍ତାକୁ ଚାଲି ଆସିଛି l

LEAVE A REPLY

Please enter your comment!
Please enter your name here