ବୋରିଗୁମ୍ମା (କେ.ସାକିଲି ଦୋରା ) : ମହାମାରୀ କରୋନା ଭାଇରସ ମନୁଷ୍ୟ କୁ ଅସ୍ତବ୍ୟସ୍ତ କଲାଣି। ଦୀର୍ଘ ଛଅ ମାସ ହେବ ମାନବ ସମାଜ ମହାମାରୀ କରୋନା ସହ ଅହରହ ସଂଘର୍ଷ କରୁଛି। କିନ୍ତୁ ଏପର୍ଯ୍ୟନ୍ତ ପୂର୍ଣ୍ଣ ମାତ୍ରାରେ ମାନବ ସମାଜ କରୋନା ହରାଇବାକୁ ସଫଳ ହୋଇପାରି ନାହିଁ।ଅନ୍ୟପଟେ ରାଜ୍ୟ ଓ କେନ୍ଦ୍ର ସରକାର କରୋନା ପରିସ୍ଥିତି କୁ ଆଖି ଆଗରେ ରଖି ଲୋକଙ୍କ ପାଇଁ ନିୟମ ରେ ପରିବର୍ତ୍ତନ କରୁଛନ୍ତି।
ଲୋକଙ୍କ ଜୀବନ ଜୀବିକା ରେ ଯେମିତି ବ୍ୟାଘାତ ନ ଘଟେ ସରକାର ଚିନ୍ତା କରୁଛନ୍ତି। ବୋରିଗୁମ୍ମା ବ୍ଲକରେ ଏପର୍ଯ୍ୟନ୍ତ କ୍ୱାରେନଟାଇନ ସେଣ୍ଟର ରୁ ୧୨୪୩ ଜଣ ୧୪ ଦିନ ରହି ନିଜ ନିଜ ଘରକୁ ଫେରିଛନ୍ତି। ଏମାନଙ୍କ ମଧ୍ୟରୁ ପ୍ରବାସୀ ଓଡ଼ିଆ ରହିଛନ୍ତି।
ବ୍ଲକର ୩୧ ଗୋଟି ପଂଚାୟତ ର ପ୍ରବାସୀ ଓଡିଆମାନେ ପଡୋଶୀ ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ ଓ ଅନ୍ୟାନ୍ୟ ରାଜ୍ୟରେ କାମ କରୁଥିଲେ ବ୍ଲକ ପ୍ରଶାସନ ତରଫରୁ ୩୧ ଗୋଟି ପଂଚାୟତ ର ୩୧ ଟି ସ୍ଥାନରେ କ୍ୱାରେନଟାଇନ ସେଣ୍ଟର ନିର୍ମାଣ କରାଯାଇଥିଲା।ପ୍ରବାସୀ ଓଡିଆମାନେ ଫେରି ୧୪ଦିନ କ୍ୱାରେନଟାଇନ ସେଣ୍ଟର ରେ ରହିବା ପରେ ନିଜ ନିଜ ଘରକୁ ଫେରିଛନ୍ତି।
କ୍ୱାରେନଟାଇନ ସେଣ୍ଟର ପରିଚାଳନା ପାଇଁ ପଂଚାୟତ ନିର୍ବାହୀ ଅଧିକାରୀ, ଅଙ୍ଗନବାଡି କର୍ମୀ, ଆଶା କର୍ମୀ ମାନେ ନିୟୋଜିତ ହୋଇଥିଲେ। ବ୍ଲକ ବିଡିଓ ପ୍ରଣୟ ରଂଜନ ବେହେରା ପ୍ରବାସୀ ଓଡ଼ିଆଙ୍କ ରହଣି ଓ ଖାଇବା ଉପରେ ଅନୁଧ୍ୟାନ କରୁଥିବା ଦେଖା ଦେଇଥିଲା। ବର୍ତ୍ତମାନ ବୋରିଗୁମ୍ମା ବ୍ଲକରେ ଜଣେ ମଧ୍ୟ କ୍ୱାରେନଟାଇନ ସେଣ୍ଟର ରେ ନ ଥିବା ଜିପିଇଓ ସୁବାସ ଚନ୍ଦ୍ର ମିଶ୍ର ସୂଚନା ଦେଇଛନ୍ତି।