ବାଲିପାଟଣା, ୪/୦୯ : ଜୟଦେବ ବିଧାୟକ ଡଃ ଅରବିନ୍ଦ ଢ଼ାଲିଙ୍କ ଦ୍ୱାରା ଶୁକ୍ରବାର ପୂର୍ବାହ୍ନରେ ବାଲିପାଟଣା ବ୍ଲକର ୩ଟି ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରକୃତି ପ୍ରେମୀ ତଥା ବ୍ଲକ ଶିକ୍ଷାଧିକାରି ମହେଶ୍ୱର ସାହୁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଗୁଆପୁର ଗ୍ରାମପଚାଂୟତ ଅନ୍ତର୍ଗତ ପୂବାଗଡ ପଚାଂୟତ ଉଚ୍ଚ ବିଦ୍ୟାଳୟରେ ବିଧାୟକ ଶ୍ରୀ ଢ଼ାଲି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ । ସେଚ୍ଛାସେବୀ ମାନସ ମିଶ୍ର ସମ୍ମନୀତ ଅତିଥି ଭାବରେ ଯୋଗ ଦେଇଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ଆଚାର୍ଯ୍ୟ ଏବଂ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ ।

ପରେ ବିଧାୟକ ଗୁଆପୁର ଗ୍ରାମପଚାଂୟତ କାର୍ଯ୍ୟଳୟରେ ପହଁଚି ସେଠାରେ ସରପଚଂ ବାବଲି ସେଠୀଙ୍କ ସହିତ ମିଶି ଭତା ବଂଟନ କରିଥିଲେ । ସେହିପରି ଦେଉଳିଧର ପୁର ଗ୍ରାମପଚାଂୟତ ଅନ୍ତର୍ଗତ ଆମ୍ବଡିହ ସ୍ଥିତ ରାମଚଣ୍ଡୀ ଉଚ୍ଚବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା । ଶେଷରେ ବନମାଳିପୁର ସରକାରୀ ଉଚ୍ଚ ବିଦ୍ୟାଳୟର ପରିସରରେ ବିଧାୟକ ଶ୍ରୀ ଢ଼ାଲି ଏବଂ ବ୍ଲକ ଶିକ୍ଷାଧିକାରୀ ଶ୍ରୀ ସାହୁ ବୃକ୍ଷରୋପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି କାହ୍ନୁଚରଣ ପାତ୍ର, ଭାପୁର ଗ୍ରାମପଚାଂୟତ ସରପଚଂ ହେମନ୍ତ କୁମାର ସାହୁ ସମ୍ମନୀତ ଅତିଥି ଭାବରେ ଯୋଗଦେଇଥିଲେ । ବିଧାୟକଙ୍କ ପ୍ରତିନିଧି ପ୍ରତାପ କିଶୋର ନାୟକ, ସନ୍ଦିପ୍ତ ସେନାପତି, ପ୍ରାଥମିକ ଶିକ୍ଷକ ସଂଘର ସମ୍ପାଦକ ରଶ୍ମୀରଂଜନ ପଣ୍ଡା, ପ୍ରଧାନ ଶିକ୍ଷକ ଲିଙ୍ଗରାଜ ମାହାପତ୍ର ଓ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହି ବୃକ୍ଷରୋପଣରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here