Odisha news

କିମି ଜଂଗ ଟ୍ରମ୍ପଙ୍କ ସେକ୍ରେଟାରୀଙ୍କୁ ମାରିଥିଲେ ଆଖି

0

ନୂଆଦିଲ୍ଲୀ :ଉତର କୋରିଆର ଶାସକ କିମ ଜଂଗ ଉନଙ୍କୁ ନେଇ ହ୍ୱାଇଟ ହାଉସର ପୂର୍ବ ପ୍ରେସ ସେକ୍ରେଟେରୀ ଗୋଟିଏ ଚମକାଇଲା ଭଳି ବୟାନ ଦେଇଛନ୍ତି l ପୂର୍ବ ପ୍ରେସ ସେକ୍ରେଟେରୀ ନିଜର ଗୋଟିଏ ନୂଆ ବହିରେ ଲେଖିଛନ୍ତି ଯେ କିମ ଜଂଗ ଉନ ଥରେ ତାଙ୍କୁ ଫ୍ଲଟ କରିବାକୁ ଚେଷ୍ଟା କରିଥିଲେ l ଜୁନ ୨୦୧୮ ରେ ଯେତେବେଳେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ସିଙ୍ଗାପୁର ସମିଟରେ ଭାଗ ନେବାପାଇଁ ଯାଇଥିଲେ ସାରା ମଧ୍ୟ ତାଙ୍କ ସହିତ ଯାଇଥିଲେ l ଯେତେବେଳେ ସାରା ଟ୍ରମ୍ପଙ୍କୁ ଏହି ବିଷୟରେ ଜଣାଇଥିଲେ ସେ ମଧ୍ୟ ଏହି କଥାକୁ ନେଇ ମଜା ଉଡ଼ାଇଥିଲେ l ଟ୍ରମ୍ପ ହସିହସି କହିଥିଲେ ଯେ କିମ ଜଂଗ କଣ ସତରେ ତମକୁ ଲାଇନ ମାରୁଥିଲେ l ବର୍ତ୍ତମାନ ତମେ ଆମେରିକା ପାଇଁ ଉତର କୋରିଆ ଯାଇ କିମଙ୍କୁ ଦେଖା କର l

ସାରାଙ୍କ ଲିଖିତ ପୁସ୍ତକ “ସ୍ପିକିଙ୍ଗ ଫର ମାଇଁ ସେଲ୍ଫ “ବହିଟି ମଙ୍ଗଳବାର ଦିନ ରିଲିଜ ହେବ l ସାରା ରିପବ୍ଲିକ ପାର୍ଟି ସହିତ ସମ୍ପର୍କ ରଖିଥିବା ପ୍ରଭାବ ସାଳି ପରିବାରରୁ ଆସିଛନ୍ତି l ତାଙ୍କ ପିତା ମାଇକ ହକବି ୨୦୦୮ ଓ ୨୦୧୬ ରେ ରାଷ୍ଟ୍ରପତି ପାଦ ପାଇଁ ପାର୍ଥି ଥିଲେ l ସାରଙ୍କ କହିବା ଅନୁସାରେ ସିଙ୍ଗାପୁର ବୈଠକରେ କିମ ଅନିଚ୍ଛା ସତ୍ୱେ ବୈଠକକୁ ଆସିବା ପାଇଁ ରାଜି ହୋଇଥିଲେ l କାରଣ କିମି ସବୁବେଳେ ନିଜର ସୁରକ୍ଷାକୁ ନେଇ ସତର୍କ ରହିଥାନ୍ତି ଓ କୌଣସି ଅନ୍ୟ ଦେଶର ନେତାଙ୍କ ସହିତ ଦେଖା କରିବାକୁ ଇଛା କରିନଥାନ୍ତି l

ସେହି ସମୟରେ ସାରା ଟ୍ରମ୍ପଙ୍କର କର୍ମଚାରୀ ମାନଙ୍କ ମଧ୍ୟରେ ମୁଖ୍ୟ ଥିଲେ l ସାରା ମଧ୍ୟ କେଲିଙ୍କୁ ଏହି ବିଷୟରେ ଜଣାଇଥିଲେ l କେଲି ହେଉଛନ୍ତି ହ୍ୱାଇଟ ହାଉସର ମୁଖ୍ୟ ତତ୍ୱା ବଧାରକ l ଟ୍ରମ୍ପ ଏହି କଥାକୁ ନେଇ ଆହୁରି ମଜାକ କରି କହିଥିଲେ ଯେ ସାରା ତମେ ଉତର କୋରିଆ ଯାଇ ୨ଦେଶର ସମ୍ପର୍କକୁ ନିବିଡ କର l ତମର ସ୍ୱାମୀ ଓ ପିଲାମାନେ ତୁମକୁ ବହୁତ ଖୋଜିବେ କିନ୍ତୁ ତମେ ଆମେରିକାର ହିରୋ ଅଟ l ସାରାଙ୍କ କହିବା ଅନୁସାରେ ଟ୍ରମ୍ପ ଓ କେଲି ଏହି କଥାକୁ ନେଇ ତାଙ୍କର ମଜାକ ଉଡ଼ାଇଥିଲେ l

Leave A Reply