ଫୁଲବାଣୀ ( ସନ୍ତୋଷ ମିଶ୍ର ) ଆଜି ଫୁଲବାଣୀ ପୌରାଂଚଳରେ ଥିବା ୨ ନମ୍ବର ୱାର୍ଡ ଡାକପାଲକୁ ସାଲୁଙ୍କୀ ନଦୀରେ ଥିବା ଡ୍ୟାମ ଉପରେ ଗୋଟିଏ ବାଲି ବୋଝେଇ ଟ୍ରାକ୍ଟର ଓଲଟି ପଡିଛି ଫଳରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ନଦୀ ଭିତରେ ପଡିଯାଇଥିଲା । ଟ୍ରାକ୍ଟର ଡ୍ରାଇଭର ଏହି ଦୁର୍ଘଟଣାରୁ ଗାଡିର ଡ୍ରାଇଭର ଓ ଶ୍ରମିକ ମାନେ ଅଳ୍ପକେ ବର୍ତି ଯାଇଥିବା ଜଣାପଡିଛି ।
ବାଲି ବୋଝେଇ ଟ୍ରାକ୍ଟରଟି ଡ୍ୟାମଟି ଅଣ ଓସାରିଆ ହୋଇଥିବାରୁ ସେଠାରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇଥିଲା ସେଥିପାଇଁ ଏହି ଭଳି ଦୁର୍ଘଟଣା ଘଟିଥିବା ଜଣାପଡିଛି ।
ତେବେ ଏହି ଘଟଣା ଯୋଗୁଁ ଟ୍ରାଇଭର ସମେତ କର୍ମଚାରୀ ମାନେ ଅଳ୍ପକେ ବର୍ତି ଯାଇଛନ୍ତି । ଅନେକ ବର୍ଷ ହେଲା ସେଠାରେ ଗୋଟିଏ ସ୍ଥାୟୀ ଉଚ୍ଚ ପୋଲ ନିର୍ମାଣ ପାଇଁ ଡାକପାଲ ଏବଂ ଦାମିଗାଁ ସମେତ ଆଖପାଖର ପ୍ରାୟ ୯ ଖଣ୍ଡ ଗ୍ରାମର ଲୋକେ ଦାବୀ କରିଆସୁଛନ୍ତି । ହେଲେ ସେଠାରେ ଗୋଟିଏ ସ୍ଥାୟୀ ପୋଲି ନିର୍ମାଣରେ ସରକାରୀ ଉଦାସିନତା ଯୋଗୁଁ ସମ୍ଭବ ହେଉନାହିଁ ଯାଗାର ପରିଣାମ ସ୍ୱରୁପ ଲୋକଙ୍କର ଜୀବନ ଯାଉଥିବାବେଳେ କିଛି ଲୋକେ ସେମାନଙ୍କର ଗୋଡ ହାତ ହରାଉଛନ୍ତି ବୋଲି କହିଛନ୍ତି ଅଂଚଳ ବାସୀ କହିଛନ୍ତି । ।