Odisha news

ଟିମ୍ ହୁ୍ୟମାନିଟି ଓ ଅଗ୍ନିଶମ ବାହିନିକୁ କରୋନା ଯୋଦ୍ଧା ସମ୍ମାନ

0

ଫୁଲବାଣୀ ( ସନ୍ତୋଷ ମିଶ୍ର ) : ମହାମାରୀ କୋଭିଡ୍କୁ ହରାଇବା ପାଇଁ ଦୀର୍ଘଦିନ ହେଲା କନ୍ଧମାଳ ଜିଲାର ସମସ୍ତ ଅଗ୍ନିଶମ ବାହିନିର କର୍ମଚାରୀ ଦିନରାତି ଏକ କରି ଲୋକଙ୍କ ସେବା ଯୋଗାଉଛନ୍ତି । କର୍ମଚାରୀ ମାନଙ୍କର କାର୍ଯ୍ୟକୁ ବିଭିନ୍ନ ମହଲରେ ମଧ୍ୟ ପ୍ରଶଂସା କରାଯାଇଛି । ସେହିପରି ସେମାନଙ୍କ କନ୍ଧରେ କାନ୍ଧ ମିଶାଇ ଜିଲ୍ଲାରେ ସମାଜ ସେବା କାର୍ଯ୍ୟରେ ନିଜକୁ ନୋୟୋଜିତ କରିଥିବା କନ୍ଧମାଳ ଟିମ୍ ହୁ୍ୟମାନିଟିର ସଦସ୍ୟ ମାନେ ମଧ୍ୟ କାର୍ଯ୍ୟ ସବୁ ରାତିଦିନ ଖାଇବା ପିଈବା ଭୁଲି ଏହି ସେବା ଦେଇ ଆସୁଛନ୍ତି ।

ତେବେ କେବଳ କୋଭିଡ଼୍ ପାଇଁ ନୁହେଁ , ନିକଟରେ ହୋଇଥିବା ଲଗାଣ ବର୍ଷରେ ଫୁଲବାଣୀ ସହରର ବିଭିନ୍ନ ଯାସଗାରେ ବହୁ ସଂଖ୍ୟାରେ ଗଛପଡ଼ି ରାସ୍ତା ଅବରୋଧ ହୋଇଥିବା ବେଳେ ତାହାକୁ ମଧ୍ୟ ଅଳ୍ପ ସମୟ ଭିତରେ ମଧ୍ୟରେ କର୍ମଚାରୀ ମାନେ ସଫା କରିଥିବାବେଳେ ସେମାନଙ୍କୁ ଏଥିରେ ନିରନ୍ତର ଭାବରେ ସେମାନଙ୍କୁ ସହାୟତା କରିଥିଲେ କନ୍ଧମାଳ ଟିମ୍ ହୁ୍ୟମାନିଟିର ସଦସ୍ୟ ।

ସେମାନଙ୍କର ଏହି ଭଳି ଜନ ସେବା ପାଇଁ ନିରନ୍ତର ଭାବରେ ଆନ୍ତରିକତା ଯୋଗୁଁ ସ୍ୱାୟତଶାସନ ଦିବସ ଅବସରରେ ଫୁଲବାଣୀ ପୌରପରିଷଦ ପକ୍ଷରୁ ଅଗ୍ନିଶମ ବାହିନି ଏବଂ କନ୍ଧମାଳ ଟିମ ହୁ୍ୟମାନିଟିକୁ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନିତ କରାଯିବା ସହ ମାନପତ୍ର ପ୍ରଦାନ କରାଯାଇଛି । ଫୁଲବାଣୀ ପୌରାଂଚଳର କାର୍ଯ୍ୟନିର୍ବାହୀ ଅଧିକାରୀ ବଳଦେବ ବେହେରା ଉଭୟ ଅଗ୍ନିଶମ ବିଭାଗ ଏବଂ କନ୍ଧମାଳ ଟିମ୍ ହୁ୍ୟମାନିଟିକୁ ମାନପତ୍ର ପ୍ରଦାନ କରିଥିବା ବେଳେ ଫୁଲବାଣୀ ଅଗ୍ନିଶମ ବାହିନିର ହାବିଲ୍ଦାର ଚିତରଞ୍ଜନ ସାହୁ ଗ୍ରହଣ କରିଥିଲେ ସେହିପରି ଟିମ ହୁ୍ୟମାନିଟିର ସଦସ୍ୟ ମାନେ ସେଠାରେ ପହଂଚି ଏହି ସମ୍ମାନକୁ ଗ୍ରହଣ କରିଥିଲେ ।

Leave A Reply