Odisha news

ଯୁବକର ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

0

ଧର୍ମଶାଳା : ଧର୍ମଶାଳା ବ୍ଲକ ଜଳେଶ୍ୱରପୁର ଗ୍ରାମରେ ଜଣେ ଯୁବକର ଝୁଲନ୍ତା ମୃତଦେହକୁ ବୁଧବାର ଦିନ ପୋଲିସ ଉଦ୍ଧାର କରିଛି । ମୃତକ ସ୍ଥାନୀୟ ବଡବାରିସାହି ଗ୍ରାମର ଭରତ ମଳିକଙ୍କ ପୁଅ ଜଗନ ମଳିକ(୧୯) ବୋଲି ଜଣାପଡିଛି । ଜଗନ ଗତ ଲକ ଡାଉନ ସମୟରୁ ଜଳେଶ୍ୱରପୁରସ୍ଥିତ ତାଙ୍କର ସମ୍ପର୍କୀୟ ବଡ ବାପାଙ୍କଘରେ ରହି ପିଲାଙ୍କୁ ଟିଉସନ କରୁଥିଲେ । ତେବେ ସେଠାରେ ଜଣେ ନାବାଳିକଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଗଡିଉଠିଥିଲା । ଗତକାଲି ସନ୍ଧ୍ୟାରେ ସେ ମୋବାଇଲ ଫୋନରେ ଉକ୍ତ ନାବାଳିକାଙ୍କ ସହିତ କଥା ହେଉଥିବା ବେଳେ ନାବାଳିକାର ଭାଇ ଜଣିପାରି ଜଗନକୁ ମାଡ ମାରିବା ସହିତ ଧମକ ଚମକ ଦେଇଥିଲା ।

ଘଟଣାପରେ ଜଗନ କେଉଁ ଆଡେ ଚାଲିଯାଇଥିଲା । ହେଲେ ଆଜି ସକାଳେ ବାଡି ପଛପଟେ ଥିବା କାଜୁ ବଗିଚାରେ ତାର ମୃତଦେହ ଝୁଲୁଥିବା ଲୋକେ ଦେଖିଥିଲେ । ଖବର ପାଇ ଧର୍ମଶାଳା ପୋଲିସ ସେଠାରେ ପହଁଚି ତଦନ୍ତ ଚଳାଇଥିବା ବେଳେ । ତାଙ୍କ ପୁଅକୁ ନାବାଳିକାର ବାପା ବାଇନ ମଳିକ ଓ ତାର ଭାଇ ପବିତ୍ର ମଳିକ ତାକୁ ହତ୍ୟା କରି ଆତ୍ମହତ୍ୟା ରୁପ ଦେବା ପାଇଁ ଗଛରେ ଟାଙ୍ଗି ଦେଇଥିବା ମୃତକ ଜଗନର ବଡ ବାପା ଥାନାରେ ଆବିଯୋଗ କରିଥିଲେ । ଏହାକୁ ନେଇ ପୋଲିସ ୩୨୯/୨୦ରେ ଏକମାମଲା ରୁଜୁ କରି ସାଇନଟିଫିକ ସହାୟତାରେ ଘଟଣାର ତଦନ୍ତ କରୁଥିବା ବେଳେ ନାବାଳିକାର ବାପା ଓ ଭାଇଙ୍କୁ ଥାନାରେ ଅଟକ ରଖି ପଚାରା ଉଚରା ଚଳାଇଛି ।

Leave A Reply