ଭୁବନେଶ୍ୱର: ୧୯-୮-୨୦ : ଲିଙ୍ଗରାଜ ଷ୍ଟେସନ ଓ ରେତଙ୍ଗ ନିକଟବର୍ତ୍ତି ରେଳଧାରଣା କଡକରୁ ରେଳବାଇ ପୁଲିସ ଜଣେ ମହିଳାଙ୍କ କ୍ଷତବିକ୍ଷତ ଗଳିତ ମୃତଦେହ ଜବତ କରିଛି । ମୃତ ମହିଳାଙ୍କ ପରିଚୟ ଜଣାପଡିନି । ମୃତ ଦେହ ଦୁଇ ତିନିଦିନ ତଳର ହୋଇଥିବା ଅନୁମାନ କରାଯାଉଛି । ବୟସ ପ୍ରାୟ ୫୦ବର୍ଷ ହେବ । ସେ ଗୋଟିଏ ନାଇଟ ଡ୍ରେସ ପିନ୍ଧିଥିଲା ।
ଗତକାଲି କି’ ମ୍ୟାନ ସେହି ରାସ୍ତାଦେଇ ଯିବା ସମୟରେ ଦୁର୍ଗନ୍ଧ ହେବାରୁ ରେଳଧାରଣା କଡ ଏକ ଜୋର ଭିତରେ ମହିଳାଙ୍କ ମୃତ ଦେହ ଠାବ କରିଥିଲା ।
ମହିଳାଙ୍କ ମୁଣ୍ଡ ଓ ପେଟରେ ଗଭୀର ଆଘାତ ଲାଗିଥିଲା । ତେଣୁ ଟ୍ରେନ ଧକ୍କାରେ ରେଳଧାରଣା କଡକୁ ଛିଟିକି ପଡିଥିବା ପୁଲିସ ସନେ୍ଦହ କରୁଛି । ହେଲେ ମହିଳାଙ୍କ ପରିଚୟ ଜଣାପଡୁନଥିବାରୁ ପୁଲିସ ଏକ ଅପମୃତୁ୍ୟ ମାମଲାରୁଜୁ କରି ମୃତଦେହକୁ ଶବ ସଂରକ୍ଷଣ ଗୃହରେ ସାଇତି ରଖିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ମହିଳା ଜଣକ ମାନସିକ ବିକୃତ । ଏଠାରେ ଗତ କିଛି ଦିନ ହେବ ବୁଲାବୁଲି କରୁଥିଲା ।