Odisha news

୪୪ ପୋଢ (ମଇଁଷି) ଉଦ୍ଧାର, ୧୧ଟି ପିକଅପ୍‌ ଭ୍ୟାନ ସହ ୧୪ ଗିରଫ

0

ରାୟଗଡା,୧୮ ।୮(Rabindra Patkhandal) : ୪୪ପୋଢକୁ ଉଦ୍ଧାର କରିଛି କଲ୍ୟାଣସିଂହପର ପୋଲିସ । ଏଥି ସହ ଚାଲାଣରେ ସଂପୃକ୍ତ ଥିବା ୩ ମୁଖ୍ୟ ଅଭିଯୁକ୍ତଙ୍କ ସହ ୧୪ ଜଣଙ୍କୁ ଗିରଫ କରିଛି । ପୋଢ (ମଇଁଷି) ଚାଲାଣ ପାଇଁ ବ୍ୟବହାର କରାଯାଇଥିବା ୧୧ଟି ପିକଅପ୍ ଭ୍ୟାନକୁ ମଧ୍ୟ ଜବତ କରିଛି । ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ପୋଲିସ ପୋଢ (ମଇଁଷି) ଚୋରା ଚାଲାଣ ସଂପର୍କରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଧାମୁଣିପଙ୍ଗା ଗ୍ରାମ ନିକଟରୁ ୬ଟି ଭ୍ୟାନ ଓ ସାଇନଗର ଗ୍ରାମ ନିକଟୁ ୫ଟି ପିକଅପ୍ ଜବତ କରିଥିଲେ ।

ଜବତ ଭ୍ୟାନରୁ ୪୪ଟି ପୋଢକୁ (ମଇଁଷି) ଅତି ଦୟନୀୟ ଅବସ୍ଥାରେ ଉଦ୍ଧାର କରିଥିଲେ । ଉଦ୍ଧାର ହୋଇଥିବା ପୋଢ (ମଇଁଷି) ଗୁଡିକର ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ମାନେ ଚାନ୍ଦିଲି ଥାନା ଅନ୍ତର୍ଗତ ମାଲିଗାଁ, ଭୁଜାଗଡ ଗ୍ରାମର ହୋଇଥିବା ବେଳେ ଅନ୍ୟ ଜଣେ ଶେଷଖାଲ ଥାନା ଅନ୍ତର୍ଗତ ବଡ ରାଇସିଂ ଗ୍ରାମର ବୋଲି ଜଣାପଡିଛି । ଏ ନେଇ କଲ୍ୟାଣସିଂହପୁର ପୋଲିସ କେଶ ନଂ ୧୩୩ ତା୧୭.୦୮.୨୦୨ ରିଖ ପ୍ରକାର ଧାରେ ୧୮୮/୨୬୯/୨୭୦/୪୨୯/୩୪ ଧାରା ଅନୁଯାୟୀ ମାମାଲୁ ରୁଜ୍ଜୁ କରି ଅଭିଯୁକ୍ତଙ୍କ କୋର୍ଟ ଚାଲାଣ କରାଯାଇଥିବା ଏସପି ଡ଼ଃ ଶ୍ରର୍ବଣ ବିବେକ ଏମ୍‌ ସୂଚନା ଦେଇଛନ୍ତି ।

Leave A Reply