Odisha news

” ଭାରତ ରତ୍ନ ” ଓ ମହେନ୍ଦ୍ର ସିଂ ଧୋନି

0
(ଅବିନାଶ ସାମଲ , କ୍ରିକେଟ ଭାଷ୍ୟକାର ) : ଆନ୍ତର୍ଜାତିକ କ୍ରିକେଟରେ ମୋଟ ୫୩୮ ମ୍ୟାଚ ଖେଳି ଅବସର ଘୋଷଣା କରିଛନ୍ତି ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି।ଭାରତୀୟ କ୍ରିକେଟ ଦଳର ପ୍ରତିଷ୍ଠା,ସଂମ୍ମାନ ଆଉ ସୁନାମ ବଢାଇବାରେ ଧୋନି ଥିଲେ କିମ୍ବଦନ୍ତୀ ବ୍ୟକ୍ତିତ୍ୱ। ୨୦୦୭ ମସିହାରେ ଟି-ଟ୍ୱେଣ୍ଟି ବିଶ୍ୱକପରେ ଭାରତୀୟ କ୍ରିକେଟ ଦଳକୁ ବିଶ୍ୱ ଚାମ୍ପିଅନ କଥା ହେଉ ,୨୦୧୧ ମସିହାରେ  ଏକ ଦିବସିୟ କ୍ରିକେଟ ରେ ଭାରତୀୟ କ୍ରିକେଟକୁ ବିଶ୍ୱ ଚାମ୍ପିଅନ କରିବା କଥା ହେଉ କିମ୍ବା ୨୦୧୩ ମସିହାରେ ଚାମ୍ପିଅନ ଟ୍ରଫି ରେ ଭାରତୀୟ ଦଳକୁ ଚାମ୍ପିଅନ କରିବା କଥା ହେଉ,ଭାରତର କୋଟି କୋଟି ପ୍ରଶଂସକ ଏହି ଚାମ୍ପିଅନ ଖେଳାଳି ମହେନ୍ଦ୍ର ସିଂ ଧୋନିଙ୍କୁ ତାଙ୍କର କ୍ରିକେଟ ପ୍ରତି ଥିବା ଅବଦାନକୁ ଯୁଗ ଯୁଗ ପାଇଁ ମନେ ରଖିବେ।
ରାଞ୍ଚୀ ପରି ଛୋଟ ସହରରୁ ଆସି ମଧ୍ୟ ନିଜ଼ର ଅଦମ୍ୟ ଆତ୍ମବିଶ୍ବାସ ଆଉ ଇଛାଶକ୍ତି ବଳରେ କିଭଳି ସଫଳତା ମିଳିପାରେ ତାହା ମଧ୍ୟ ସେ କୋଟି କୋଟି ଯୁବ ପିଢିଙ୍କୁ ଶିଖେଇ ଯାଇଛନ୍ତି।ଧୋନି ତାଙ୍କର ଖେଳ ଲାଗି ଯେତିକି ଲୋକପ୍ରିୟ ଥିଲେ, ପଡିଆ ଭିତରେ ତାଙ୍କର ଶାନ୍ତ ସ୍ଵଭାଵ ଆଉ ସଠିକ ସମୟରେ କିଭଳି ନିଷ୍ପତ୍ତି ନିଆଯାଇ ବିଜୟ ହାସଲ କରିହେବ,ଏହି ସ୍ୱତନ୍ତ୍ର ବିଚାର ଲାଗି ସେ ସାରା ବିଶ୍ୱରେ ଲୋକପ୍ରିୟତାର ଶୀର୍ଷରେ ପହଂଚି ପାରିଥିଲେ।ବିଶ୍ୱ କ୍ରିକେଟରେ ଆଡାମ ଗିଲଖ୍ରୀଷ୍ଟଙ୍କ ପରେ ଯଦି କିଏ ଉଇକେଟ ପଛରେ ସବୁଠାରୁ ଅଧିକ ପ୍ରଭାବିତ କରିପାରିଥିଲେ ସିଏ ହେଉଛନ୍ତି ଧୋନି। ଯେତେବେଳେ ଭାରତୀୟ ଦଳ ଉଇକେଟ କିପରକୁ ନେଇ ଚିନ୍ତାରେ ଥିଲା ସେତେବେଳେ ଧୋନୀଙ୍କର ଭାରତୀୟ କ୍ରିକେଟରେ ଯୋଗଦାନ ପରେ କେବଳ ଉଇକେଟ ରକ୍ଷାକର ଅଭାବ ପୂରଣ ହେଇନଥିଲା ବରଂ ଜଣେ ଭାରତୀୟ କ୍ରିକେଟ ଦଳକୁ ଭଲ
ଅଲରାଉଣ୍ଡର ମିଳିଯାଇଥିଲା।ଧୋନି ଥିଲେ ଭାରତୀୟ କ୍ରିକେଟ ଜଗତର ମଉଡ଼ମଣି ,ଧୋନି ଥିଲେ ଭାରତୀୟ କ୍ରିକେଟ ପାଇଁ ଏକ ସ୍ବର୍ଣ୍ଣିମ ଉପହାର।ଧୋନି ଥିଲେ ଭାରତୀୟ କ୍ରିକେଟର ମହାନାୟକ ,ଏମିତି ଧୋନୀଙ୍କ ପାଇଁ ଯେତେ ଶବ୍ଦ ବ୍ୟବହାର କଲେ ମଧ୍ୟ ବହୁତ କମ ହେଇଯିବ ଧୋନୀଙ୍କର ଗାଥା ବର୍ଣନା କରିବା ଲାଗି।ଧୋନି ଅବସର ନେବାର ଠିକ ଗୋଟେ ଦିନ ପରେ ତାଙ୍କୁ ରାଜନୀତି ଭିତରକୁ ଅଯଥା ବିବାଦକୁ ଆଣି ନିଜେ ଚର୍ଚ୍ଚାର କେନ୍ଦ୍ରକୁ ଆସିବାକୁ ଚାଂହୁଛନ୍ତି ମଧ୍ୟପ୍ରଦେଶର କଂଗ୍ରେସ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପିସି ଶର୍ମା। ଧୋନୀଙ୍କର କ୍ରିକେଟ ପ୍ରତି ଅବଦାନ ଆଉ ତାଙ୍କର ଉପଲବ୍ଧି ଲାଗି ତାଙ୍କୁ ” ଭାରତ ରତ୍ନ ” ସଂମ୍ମାନ ପ୍ରଦାନ କରାଯାଉ ବୋଲି କେନ୍ଦ୍ର ସରକାରଙ୍କ ପାଖରେ ଦାବି ରଖିଛନ୍ତି ପିସି ଶର୍ମା।ଜଣେ କ୍ରିକେଟ ଭାଷ୍ୟକାର ଭାବରେ ମୁଁ କହି ପାରିବି ଧୋନି ଜଣେ ଅପ୍ରତିଦ୍ବନ୍ଦି ଖେଳାଳି ଥିଲେ, ଭାରତୀୟ କ୍ରିକେଟଙ୍କୁ ତାଙ୍କର ଅବଦାନ କାହାରି ସହିତ ତୁଳନା ମଧ୍ୟ କରାଯାଇଇପାରିବ ନାହିଁ, ଏହା ନିରାଟ ସତ୍ୟ ଯେ ଧୋନି ହେଉଛନ୍ତି ଭାରତୀୟ କ୍ରିକେଟ ଦଳର ପ୍ରଥମ ଅଧିନାୟକ ଯେ କି ଭାରତ ଲାଗି ତିନି ତିନୋଟି ଫର୍ମାଟରେ ଭାରତକୁ ଚାମ୍ପିଅନ କରାଇଛନ୍ତି କିନ୍ତୁ ସେଥିଲାଗି ତାଙ୍କୁ “ଭାରତରତ୍ନ”ସଂମ୍ମାନ ପ୍ରଦାନ କରିବାକୁ ଦାବି କରିବା ଗୋଟେ ହାସ୍ୟାସ୍ପଦ କଥା ଆଉ ଏହି କଥା କହି ଅଯଥା ଧୋନୀଙ୍କ ପରି ମହାନ ଖେଳାଳିଙ୍କୁ ଅସଂମ୍ମାନ ବୋଲି ମୁଁ କହିବି।
ମୁଁ କହିବି ଏହି କଥା କହି ପିସି ଶର୍ମା ନିଯେ ଚର୍ଚ୍ଚାକୁ ଆସିବାକୁ ଚାଂହୁଛନ୍ତି।ଧୋନି କେବେ ପୁରସ୍କାର ଲାଳାୟିତ ନ ଥିଲେ ,ଧୋନି ଦେଶର  କ୍ରିକେଟକୁ ତାଙ୍କର ପ୍ରତିଭା ମାଧ୍ୟମରେ ବହୁତ ଉପରକୁ ନେଇଛନ୍ତି ଏ କଥା ସାରା ଭାରତ ବର୍ଷ ଆଉ ବିଶ୍ୱବାସୀ ଜାଣିଛନ୍ତି।ନିଜ଼ ଖେଳ ଜୀବନରେ ତାଙ୍କର ଉନ୍ନତ ପରଫର୍ମାନ୍ସ ଲାଗି ୨୦୦୭ ମସିହାରେ ରାଜୀବ ଖେଳ ରତ୍ନ ଆୱାର୍ଡ,୨୦୦୯ ମସିହାରେ ପଦ୍ମ ଶ୍ରୀ ଆୱାର୍ଡ, ପଦ୍ମ ବିଭୂଷଣ ଆୱାର୍ଡ ପରି ଏମିତି ଅନେକ ସର୍ବଶ୍ରେଷ୍ଠ ପୁରସ୍କାର ମଧ୍ୟ ହାସଲ କରିଛନ୍ତି।କିଛି ବର୍ଷ ତଳେ ଗୋଟେ ଗାଁରେ ଧୋନିଙ୍କୁ ମନ୍ଦିରରେ ପୂଜା କରିବା ଘଟଣା ମଧ୍ୟ ବହୁତ ଚର୍ଚ୍ଚାକୁ ଆସିଥିଲା, ଆଉ ସେହି ସମୟରେ ନିଜେ ଧୋନି ମଧ୍ୟ ଏମିତି କାମ ନ କରିବାକୁ ଅନୁରୋଧ ମଧ୍ୟ କରିଥିଲେ।କ୍ରିକେଟ ଖେଳ ଗୋଟେ ଏମିତି ଖେଳ ଯେଉଁ ଖେଳରେ ଜଣେ ବ୍ୟକ୍ତିଗତ ଭାବରେ ଚାହିଁଲେ କିଛି କରି ପାରି ନ ଥାଏ କିମ୍ବା ବ୍ୟକ୍ତିଗତ ଭାବରେ ଦଳକୁ ଜିତାଇ ପାରି ନ ଥାଏ।ଦଳରେ ଥିବା ସମସ୍ତଙ୍କ ମିଳିତ ସହଯୋଗରେ  ଆଉ ସମସ୍ତଙ୍କ ଅକ୍ଲାନ୍ତ ପରିଶ୍ରମ ବଳରେ ଦଳ ବିଜୟ ହାସଲ କରିଥାଏ।
“ଭାରତ ରତ୍ନ” ଗୋଟେ ସ୍କୁଲ ସାର୍ଟିଫିକେଟ ନୁହେଁ କିମ୍ୱା ପିଲା ଖେଳ ନୁହେଁ ପିସି ଶର୍ମା ଦାବି କରିବେ ଆଉ କେନ୍ଦ୍ର ସରକାର ସଂଗେ ସଂଗେ ଦେଇଦେବେ।ମୁଁ ତ କହିବି ଚର୍ଚ୍ଚାର ପରିଧିକୁ ଆସିବା ଲାଗି ପୁରା ରାଜନୀତିକ ବୁଦ୍ଧି ଖଟାଇ ଏ କଥା କହିଛନ୍ତି ପିସି ଶର୍ମା।ଆମ ଭାରତରେ ଏମିତି ଅନେକ ଲୋକ ଅଛନ୍ତି ଯାହାଙ୍କର ଦେଶ ପ୍ରତି ଯୋଗଦାନ ବହୁତ ରହିଛି, ଯେଉଁମାନେ ଅକ୍ଲାନ୍ତ ପରିଶ୍ରମ କରି ଆମ ଦେଶକୁ ବିଶ୍ୱ ଦରବାରରେ ପରିଚିତ କରିଛନ୍ତି ଯିଏ କି ଏ ପର୍ଯ୍ୟନ୍ତ ଏଭଳି ସଂମ୍ମାନ ପାଇବାକୁ ବଂଚିତ ରହିଛନ୍ତି।
ଖାସ କରି ଆମ ଓଡ଼ିଶାର ବିଜୁ ପଟନାୟକଙ୍କ ପରି ବ୍ୟକ୍ତିତ୍ୱ ଏ ପର୍ଯ୍ୟନ୍ତ ଏହି ମର୍ଯ୍ୟାଦାଜନକ ପୁରସ୍କାର ପାଇବାରୁ ବଞ୍ଚିତ ରହିଛନ୍ତି।ଯେତେବେଳେ ୨୦୧୪ ମସିହାରେ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କୁ  “ଭାରତ ରତ୍ନ” ଉପାଧି ରେ ସଂମ୍ମାନୀତ ହୋଇଥିଲେ ସେତେବେଳେ ବୁଦ୍ଧିଜୀବୀ ମାନେ  କେନ୍ଦ୍ର ସରକାରଙ୍କୁ କଡା ସମାଲୋଚନା କରିଥିଲେ।ଆଉ ଏବେ ଧୋନି ଅବସର ନେବାର ମାତ୍ର ଗୋଟିଏ ଦିନ ପରେ ପିସି ଶର୍ମା ଏଭଳି ଦାବି କରିବା ନିହାତି ହାସ୍ୟାସ୍ପଦ ଆଉ ଜାଣିଶୁଣି ନିଜକୁ ଚର୍ଚ୍ଚାରେ ରଖିବାକୁ ଏଭଳି କରିଛନ୍ତି ବୋଲି କୁହାଯାଇପାରେ। ଧୋନୀଙ୍କୁ ଅଯଥା ରାଜନୀତି ଭିତରକୁ କୌଣସି ରାଜନେତା ଆଣନ୍ତୁ ନାହିଁ।ଭାରତୀୟ କ୍ରିକେଟ ଦଳର ମହାନ ଖେଳାଳି ମହେନ୍ଦ୍ର ସିଂ ଧୋନୀଙ୍କର ଭାରତୀୟ କ୍ରିକେଟ ଦଳ ପ୍ରତି ଥିବା ଅବଦାନକୁ କେବଳ ଭାରତ ବାସୀ ନୁହଁନ୍ତି ,ବିଶ୍ୱବାସୀ ଚିରଦିନ ଲାଗି ମନେ ରଖିବେ।ଜଣେ ଭାଷ୍ୟକାର ଭାବରେ ଏତିକି କହିବି
ଅନ୍ତର୍ଜାତୀକ କ୍ରିକେଟ ପଡ଼ିଆରେ ମାହିଙ୍କୁ ଆଉ ବାରମ୍ବାର ଗ୍ଲୋବସ ଖୋଲିବା ଦେଖିବାକୁ ମିଳିବନି କିମ୍ବା ତାଙ୍କର ହେଲିକପ୍ଟର ସଟ ବିଶ୍ୱବାସୀ ଆଉ ଦେଖିବାର ସୁଯୋଗ ପାଇବେନି ।ସୌରଭ ଗାଙ୍ଗୁଲିଙ୍କ ପରେ ଧୋନି ଥିଲେ ଭାରତୀୟ କ୍ରିକେଟ ଦଳର ସଫଳତମ ଅଧିନାୟକ ଏଥିରେ ସନ୍ଦେହ ନାହିଁ।ମିସ ଇଉ କ୍ୟାପଟେନ କୁଲ ।
Govt
Leave A Reply