Odisha news

ପାକିସ୍ତାନରେ ବଢ଼ିଲା ସଙ୍କଟ,ସାଉଦିଆରବ ତୈଳ ସପ୍ଲାଇ ଉପରେ ରୋକ ଲଗାଇଲା

0

ନୂଆଦିଲ୍ଲୀ : ପାକିସ୍ତାନକୁ ମଇ ମାସରୁ ସାଉଦିଆରବରୁ ତେଲ ମିଳିନାହିଁ କାରଣ ପାକିସ୍ତାନ ୩.୨ ଆରବ ଡଲାର ବକେୟା ରାଶି ସୁଝି ନାହିଁ l ପାକିସ୍ତାନ ୨୦୧୮ ରେ ସାଉଦିଆରବରୁ ୬.୨ ଆରବ ଡଲାର ଋଣ ଆଣିଥିଲା l ଋଣ ପ୍ୟାକଜ ଅନୁସାରେ ପାକିସ୍ତାନକୁ ୩.୨ ଆରବ ଡଲାର ତେଲ ଉଦ୍ଧାର ଆକାରରେ ଦେବାର ପ୍ରାବଧାନ ଥିଲା l ଏହି ପ୍ରାବଧାନର ସମୟ ସୀମା ଦୁଇ ମାସ ପୂର୍ବରୁ ସାରି ଯାଇଛି ,ଯାହା ବର୍ତମାନ ସୁଦ୍ଧା ନବୀକରଣ ହୋଇ ନାହିଁ l .

ଏକ୍ସପ୍ରେସ ଟ୍ରିବୁନର ରିପୋଟ ଅନୁସାରେ ସାଉଦିଆରବ ଓ ପାକିସ୍ତାନ ମଧ୍ୟରେ ଏହି ସମ୍ବଧରେ ୬.୨ ଡଲାରର ଋଣକୁ ନେଇ ନଭେମ୍ବର ୨୦୧୮ ରେ ଚୁକ୍ତି ହୋଇଥିଲା l ରିପୋଟ ଅନୁସାରେ ପ୍ରେଟ୍ରୋଲିୟମ ବିଭାଗର ପ୍ରବକ୍ତା ସାଯିଦ କାଜି କହିଛନ୍ତି ଯେ ଏହି ଚୁକ୍ତିର ଅବଧି ମଇ ମାସରେ ସମାପ୍ତ ହୋଇ ଯାଇଛି l ବିତ ବିଭାଗ ଏହି ସୁବିଧାର ନବୀ କରଣ ପାଇଁ ପ୍ରୟାସ କରୁଛି l ପ୍ରବକ୍ତା କହିଛନ୍ତି ଯେ ସାଉଦିଆରବକୁ ଏହି ବିଷୟରେ ଅନୁରୋଧ କରାଯାଇଛି ଓ ତାଙ୍କର ଜବାବ ଅପେକ୍ଷାରେ ଆମେ ରହିଛୁ l

ପାକିସ୍ତାନ ଆଗରେ ଏହି ସଙ୍କଟ ଏମିତି ସମୟରେ ଦେଖା ଦେଇଛି ଯେତେବେଳେ ସେ ଗୋଟିଏ ଚୁନତି ପୂର୍ଣ୍ଣ ସ୍ଥିତିର ସାମ୍ନା କରୁଛି ,କାରଣ ବିଶ୍ୱ ମୁଦ୍ରାକୋଷ ଗତ ୫ ମାସରେ ପାକିସ୍ତାନକୁ ଆର୍ଥିକ ସହାୟତା ଦେବା ଉପରେ ରୋକ ଲାଗିଛି l ରିପୋଟରେ କୁହାଯାଇଛି ଯେ ସାଉଦିଆରବର ଋଣକୁ ଫେରାଇବା ଓ ତେଲ ସମ୍ବଧୀୟ ଚୁକ୍ତିର ଅବଧିକୁ ସରିବା ପରେ ପାକିସ୍ତାନର ସେଣ୍ଟ୍ରାଲ ବ୍ୟାଙ୍କର ସ୍ଥିତି ଖରାପ ହୋଇ ପରେ ଏହି ବ୍ୟାଙ୍କ ସମ୍ପୂର୍ଣ ଭାବରେ ଋଣ ଉପରେ ନିର୍ଭର କରୁଛି l

ପାକିସ୍ତାନର ବଜେଟ ଅନୁମାନ କୁହ ଯାଇଛି ଯେ ସରକାରକୁ ଦ୍ୱିତୀୟ ବର୍ଷ ୨୦୨୦ ରୁ ୨୦୨୧ ରେ ନିୟୁନ ତମ ୧ ଆରବ ଆମେରିକା ଡଲାରର ତେଲ ପ୍ରାପ୍ତ କରିବାର ଆସ ରହିଛି ,ଯାହା ଜୁଲାଇ ମାସରୁ ଆରମ୍ଭ ହେବ l ପାକିସ୍ତାନ ସାଉଦିଆରବରୁ ନେଇଥିବା ଋଣରେ ୧ ଆରବ ଡଲାରର କିସ୍ତି ୪ ମାସ ପୂର୍ବରୁ ସୁଝି ଦେଇଛି l ପାକିସ୍ତାନର ଏକ ସୂତ୍ରରୁ ଜଣ ପଡିଛି ଯେ ପାକିସ୍ତାନ ସାଉଦିଆରବର ବାକି ଋଣ ଶୁଝିବା ପାଇଁ ଚୀନ ଆଡକୁ ସାହାଯ୍ୟର ଆସ ରଖିଛି l

Leave A Reply