Odisha news

ଧର୍ମପରାୟଣ ବ୍ୟକ୍ତିଙ୍କ ପରଲୋକ

0

ହାଟଡିହି  : ହାଟଡିହି ବ୍ଲକ ବଞ୍ଚୋ ଗ୍ରାମର ସନାତନ ବିଶ୍ୱାଳଙ୍କ ୮୪ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଏକାଧାରରେ ଜଣେ ଧର୍ମ ପରାୟଣ, ପରୋପକାରୀ ଓ ବନ୍ଧୁବତ୍ସଳ ବ୍ୟକ୍ତି ଭାବେ ଗ୍ରାମରେ ପରିଚିତ ଥିଲେ । ତାଙ୍କ ପରଲୋକରେ ସମଗ୍ର ପଞ୍ଚାୟତରେ ଶୋକର ଛାୟା ଖେଳିଯାଇଛି ।

ତାଙ୍କ ପରଲୋକ ଖବରପାଇ ପୁର୍ବତନ ସରପଞ୍ଚ ଶଶାଙ୍କ ଶେଖର ପୁହାଣ, ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ବଦନ ମୋହନ ପାଢ଼ୀ, ପ୍ରଦୀପ କୁମାର ସ୍ୱାଇଁ, ଗିରିଧିାରୀ ପଟ୍ଟନାୟକ, ସନାତନ ପଟ୍ଟନାୟକ, ପ୍ରଶାନ୍ତ ପଟ୍ଟନାୟକ, ବିଦ୍ୟାଧର ରାଉତ, ସୁରେନ୍ଦ୍ର କୁମାର ରାଉତଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହିତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ ।

ମୃତୁ୍ୟଶଯ୍ୟା ନିକଟରେ ପୁଅ ଅନ୍ତର୍ଯ୍ୟାମୀ, ସୁବ୍ରତ,  ପୁତୁରା ସୁଶାନ୍ତ, ହଳଧର, ନାତି ସ୍ନିଗେ୍ଧଶ୍ୱର, ସୁତେଶ୍ୱର, ବିଭୁ, ଶିବୁ, ଦିଶା, ଇଶା, ଅର୍ଚ୍ଚତା, ଆଶୁ, ଝିଅ ସଞ୍ଜୁ, ସତ୍ୟଭାମା, ସସ୍ମିତା,  ଜ୍ୱାଇଁ ଆର୍ତ୍ତତ୍ରାଣ, କୃଷ୍ଣଚନ୍ଦ୍ର, ତ୍ରିଲୋଚନ ପ୍ରମୁଖ ଉପସ୍ଥିତ ଥିଲେ । ପରେ ତାଙ୍କ ମରଶରୀରକୁ ଗ୍ରାମ ପରିକ୍ରମା କରାଇବାପରେ  ବୈତରଣୀ ନଦୀକୁଳରେ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ପୁଅ ଅନ୍ତର୍ଯ୍ୟାମୀ ବିଶ୍ୱାଳ ମୁଖାଗ୍ନି ଦେଇଥିଲେ

Leave A Reply