ସୋର : ସୋର ବ୍ଲକ ଦହିସଡ଼ା ପଞ୍ଚାୟତ ଭୋଇସାହି ଗ୍ରାମର ଜଣେ ଡ୍ରାଇଭର ଟ୍ରକ ନେଇ ଦୀଘାକୁ ଯାଇଥିଲେ । ସେଠାରେ ସମୁଦ୍ରରେ ଗାଧୋଇବାକୁ ଯାଇଥିବା ବେଳେ ସମୁଦ୍ର ଜୁଆରରେ ଭାସିଯାଇ ନିଖୋଜ ହୋଇ ଯାଇଥିଲେ । ଘଟଣାରୁ ପ୍ରକାଶ ଭୋଇସାହି ଗ୍ରାମର ରମେଶ ବେହେରାଙ୍କ ପୁତ୍ର ରାଜୁ ବେହେରା(୪୫) ଗତକାଲି ଟ୍ରକନେଇ ଦୀଘା ଶଙ୍କରପୁର ନିକଟକୁ ଯାଇଥିଲେ ।
ସେଠାରେ ଦିନ ୨ଟା ବେଳେ ନିକଟସ୍ଥ ସମୁଦ୍ରକୁ ଗାଧୋଇବାକୁ ଯାଇଥିବା ବେଳେ ଜୁଆରରେ ନିଖୋଜ ହୋଇଯାଇଥିଲେ । ସ୍ଥାନୀୟ ଲୋକମାନେ ଓ ଦମକଳ ବାହିନୀ ବହୁ ଖୋଜାଖୋଜି କରି ପାଇ ନଥିଲେ । ଆଜି ତାଙ୍କର ମୃତଦେହ ଦୀଘା ମୁହାଣରୁ ଭାସୁଥିବା ଅବସ୍ଥାରେ ମିଳିବା ପରେ ବଣା ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ।