କୁଜଙ୍ଗ,୧୦ା୮ କୁଜଙ୍ଗ ଥାନା କାଠକୋଟ ପଞ୍ଚାୟତରେ ଜଣେ ଚାଷୀଙ୍କ ଦୁର୍ଘଟଣାରେ ମୃତୁ୍ୟ ହୋଇଛି । ମୃତ ଚାଷୀର ନାମ ସୁବାସ ଚନ୍ଦ୍ର ପ୍ରଧାନ । ସେ ନିଜ ଜମିକୁ ଚାଷ କାର୍ଯ୍ୟ ପାଇଁ ଯାଉଥିବା ବେଳେ ବେପୁରୁଆ ଗାଡି ଚାଳକ ତାଙ୍କ ଉପକୁ ଗାଡି ମଡାଇ ଦେଇଥିଲା ବୋଲି ଅଭିଯୋଗ ହୋଇଛି । ସେ ଦୁର୍ଘଟଣାରେ ଆହତ ହୋଇ ବନ୍ଧ ତଳକୁ ଖସିପଡିଥିଲେ ।
ଏହି ଚାଷୀଙ୍କୁ ଗୁରୁତର ଅବସ୍ଥାରେ କୁଜଙ୍ଗ ମେଡିକାଲକୁ ଅଣାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଚାଷୀ ପରିବାକୁ ସହାୟତା ପାଇଁ ନବନିର୍ମାଣ କୃଷକ ସଂଘ ପକ୍ଷରୁ କୃଷକ ନେତା ବାବୁରାମ ଚୌଧୁରୀ, ନୂତନ ତ୍ରିପାଠୀ, ବିଭୂତି ଭୂଷଣ ଜେନା, ସମୀର ରାଉତ, ପ୍ରମୋଦ କୁମାର ଜେନା, ଧୀରେନ୍ଦ୍ର ସ୍ୱାଇଁ, ଦେବୀ ପ୍ରସାଦ ପଟ୍ଟନାୟକ, ନବୀନ କୁମାର ପ୍ରଧାନ ପ୍ରମୁଖ ଦାବି ଜଣାଇଛନ୍ତି ।