କୁଜଙ୍ଗ,୧୦ା୮ ଜଗତସିଂହପୁରର ଜନପ୍ରିୟ ଜିଲାପାଳ ରାଜ୍ୟ ତଥା ରାଜ୍ୟ ତଥା ଦେଶ ବାହାରେ ଜିଲ୍ଲାକୁ ଗୌରାନିତ୍ୱ କରିବାରେ ଲାଗିଛନ୍ତି ବୋଲି କୁଜଙ୍ଗ ଅଂଚଳର ପ୍ରମୁଖ ସମାଜିକକକ କର୍ମୀ କବି ପୀତାମ୍ବର ତରାଇ ପ୍ରକାଶ କରିଛନ୍ତି । ସେ କହିଛନ୍ତି ସର୍ବଭାରତୀୟ ସ୍ତରରେ ସିଲଭର ସମ୍ମାନ ହେବ କିମ୍ବା ରାଜ୍ୟ ସ୍ତରରେ ଇ ଫାଇଲ ସେବା ହେଉ ଅଥବା ସୁନାମି ପରିଚାଳନାରେ ଗଡହରିଶପୁର ଅଂଚଳରେ ୟୁନୋସ୍କୋ ଦ୍ୱାରା ସମ୍ମାନୀତ ହେବା ଜଗତସିଂହପୁର ଜନପ୍ରିୟ ଜିଲ୍ଲାପାଳ ତଥା ବିଶିଷ୍ଟ ଗାଳ୍ପିକ ସୁବକ୍ତା, ସରାସ୍ୱତ ସାଧକ ନିଜ ବୃତ୍ତଗତ ଜୀବନରେ ନିଜ ପାଇଁ ତଥା ନିଜ ଜିଲ୍ଲା ପାଇଁ ଗୋଟିଏ ପରେ ଗୋଟିଏ ସଫଳତାର ସାଉଁଟିବାରେ ଲାଗିଛନ୍ତି ।
ତାଙ୍କ ଉଦ୍ୟମ ଯୋଗୁ କୁଜଙ୍ଗର ବହୁ ଜବର ଦଖଲ ଜମି ଉଦ୍ଧାର କରାଯାଇଥିବା ବେଳେ କୋଭିଡ୍ ପରିଚାଳନା ତଥା ଅମ୍ପାନ ବାତ୍ୟ ପରିଚାଳନାରେ ସେ ଅନ୍ୟ ଜିଲାପାଳ ମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି । ଏହି ପରି ଜଣେ ଜନପ୍ରିୟ ଜିଲ୍ଲାପାଳ ଯୋଗୁ ଆଗାମି ଦିନରେ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ପାରାଦ୍ୱୀପ ବନ୍ଦରର ବିକାଶ ସହ ସ୍ଥାନୀୟ ନିଯୁକ୍ତି ବଢିବ ବୋଲି ଶ୍ରୀ ତରାଇ ଆଶା ବ୍ୟକ୍ତ କରିଥିବା ବେଳେ ଜିଲ୍ଲକୁ ଶଳ୍ପ, ସ୍ୱାସ୍ଥ୍ୟ, ଶିକ୍ଷାରେ ଉନ୍ନିତ କରିବାରେ ବ୍ରତୀ ଥିବା ଏହି ଜନପ୍ରିୟ ଜିଲାପାଳଙ୍କୁ ସହଯୋଗ କରିବାକୁ ସବୁ ବର୍ଗକୁ ନିବେଦନ କରିଛନ୍ତି ।