ସାଲେପୁର : ସାଲେପୁର ବ୍ଲକ୍ ଅନ୍ତର୍ଗତ ମଧ୍ୟକଚ୍ଛ ପଞ୍ଚାୟତର ବାବୁଲି ଦାସ ଗତ ବର୍ଷ ସର୍ପାଘାତରେ ମୃତୁ୍ୟବରଣ କରିଥିଲେ । ଏହି ଅବସରରେ ଆଜି ତାଙ୍କ ପରିବାରକୁ ସାଲେପୁର ତହସିଲଦାରଙ୍କ କାର୍ଯ୍ୟାଳୟ ପରିସରରେ ସାଲେପୁରର ବିଧାୟକ ପ୍ରଶାନ୍ତ ବେହେରା ମୃତକଙ୍କ ପୁତ୍ର ବେଦପ୍ରକାଶ ଦାସଙ୍କୁ ୪ଲକ୍ଷ ଟଙ୍କାର ସରକାରୀ ସହାୟତା ବାବଦ ଚେକ୍ ପ୍ରଦାନ କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ସାଲେପୁର ତହସିଲଦାର ଦିବ୍ୟଜ୍ୟୋତି ସ୍ମୃତିରଂଜନ ଦେଓ, ସାଲେପୁର ବିଡ଼ିଓ ଦେବରାଜ ସେଠୀଙ୍କ ସହ ସାଲେପୁର ବ୍ଲକ୍ ଆତ୍ମାର ସଭାପତି ଦିଲ୍ଲୀପ ଦାଶ, ମଧ୍ୟକଚ୍ଛ ପଞ୍ଚାୟତ ସରପଞ୍ଚ ପ୍ରତିନିଧି ତଥା ଯୁବନେତା ସଂଜୟ କୁମାର ବେହୁରା, ବ୍ଲକ୍ ଉପାଧ୍ୟକ୍ଷ ରମେଶ ଜେନା, ବ୍ଲକ୍ ବିଜେଡି କାର୍ଯ୍ୟକାରୀ ସଭାପତି ନାରାୟଣ ପତି, ନବକିଶୋର କର, ଯୁବନେତା ଚିତ୍ତରଂଜନ ପୁହାଣ, ଲିପକ ଜେନା ପ୍ରମୁଖ ସାମାଜିକ ଦୂରତା ରକ୍ଷା କରି ଉପସ୍ଥିତ ଥିଲେ ।