Odisha news

ପଂଚାୟତରାଜ ବିଭାଗ ପକ୍ଷରୁ ତଦନ୍ତ ନିଦେ୍ର୍ଦଶ

0

କେନ୍ଦ୍ରାପଡା-(ରବୀନ୍ଦ୍ର ଦାଶ)କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ଅଧିନ କରିଲୋପାଟଣା ପଂଚାୟତରେ ବ୍ୟାପକ ଦୁର୍ନିତି, ଅର୍ଥ ତୋଷାରପାତ, କାଗଜପତ୍ର ଜାଲିଆତି, ବିନା ନୋଟିସ୍ ରେ ଗ୍ରାମସଭା ଆଦି ଅନିୟମିତତା ହେଉଥିବା ଅଭିଯୋଗ କରି ଏକ ଖବର ଚଳିତ ମାସ ୨୬ ତାରିଖରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା ।

ଏହାକୁ ନେଇ ପଂଚାୟତରାଜ ବିଭାଗ ପକ୍ଷରୁ ତଦନ୍ତ ନିଦେ୍ର୍ଦଶ ଦୋଇଥିବା ଜଣାପଡିଛି । ଉକ୍ତ ପଂଚାୟତରେ ସରପଂଚ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ମିଳିତ ଭାବେ ପଂଚାୟତର ଉନ୍ନତି ପାଇଁ ଆସିଥିବା ସରକାରୀ ଅନୁଦାନ କୁ ଚଂଚକତା ଭାବେ ଆତ୍ମସାତ କରିଛନ୍ତି ବୋଲି ଅଭିଯୋଗ ହୋଇଥିଲା । କେତେକ ୱାର୍ଡ ସଭ୍ୟ ଙ୍କ ସମେତ ସମିତି ସଭଘ୍ୟ ଅନ୍ନଦା ପ୍ରସାଦ ତ୍ରିପାଠୀ ପଂଚାୟତ ରାଜ ବିଭାଗ ଓ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଥିଲେ ।

ଅଭିଯୋଗ ପାଇବା ପରେ ପଂଚାୟତରାଜ ବିଭାଗର ଅଣ୍ଡର ସେକ୍ରେଟେରୀ ଧନେଶ୍ୱର ପାତ୍ର ଏହି ଅଭିଯୋଗର ବିଧିବଦ୍ଧ ତଦନ୍ତ କରି ବିସ୍ତୃତ ରିପୋର୍ଟ ବିଭାଗକୁ ପଠାଇବା ପାଇଁ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ନିଦେ୍ର୍ଦଶ ଦେଇଥିବା ଜଣା ପଡିଛି । ଏହା ସହ ମାର୍ଶାଘାଇ ବିଡିଓ ଜିଲ୍ଲା ପଂଚାୟତ ଅଧିକାରୀ କୁ ମଧ୍ୟ ଏହି ତଦନ୍ତରେ ସହଯୋଗ କରିବା ପାଇଁ ନିଦେ୍ର୍ଦଶ ଦେଇଥିବା ଜଣାପଡିଛି ।

Leave A Reply