Odisha news

ପୁରୀ ଜିଲ୍ଲା ଗୋପବ୍ଲକରେ ଗରୀବଙ୍କ ଯୋଜନାକୁ ବଡପଣ୍ଡା ମାନେ ହଡପ : ସରପଞ୍ଚଙ୍କ ନାମରେ ପଞ୍ଚାୟତ ବାସୀ ଦେଲେ ଅଭିଯୋଗ , ୭ ଦିନ ମଧ୍ୟରେ ଇସ୍ଥଫା ନଦେଲେ ହେବ ଆନେ୍ଦାଳନ ।

0

ଗୋପ : ପୁରୀ ଜିଲ୍ଲା  ଗୋପବ୍ଲକରେ ଗରୀବଙ୍କ ଯୋଜନାକୁ ବଡପଣ୍ଡା ମାନେ ହଡପ କରୁଥିବା ବେଳେ  ବଡତରା ପଞ୍ଚାୟତରେ ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାର ଏକ ରାସନକାର୍ଡ ସରପଞ୍ଚ ନୃସିଂହ ଚରଣ ମିଶ୍ର ହାତେଇବା ପରେ ପଞ୍ଚାୟତର ଅନେକ ଜନ ସାଧାରଣ ଆଜି ବ୍ଲକରେ ପହଁଚି ସରପଞ୍ଚଙ୍କ ବିରୁଦ୍ଧରେ ବିଡିଓ ଦିପ୍ତୀରାଣୀ ଦାସଙ୍କୁ ଏକ ଅଭିଯୋଗପତ୍ର ଦେବା ସହିତ ୭ ଦିନମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରାଗଲେ କୋଭିଡନିୟମକୁ ପାଳନ କରି ବ୍ଲକ ସମ୍ମୁଖରେ ଆନେ୍ଦାଳନର ଚେତାବନୀ ଦେଇଛନ୍ତି ପଞ୍ଚାୟତବାସୀ  ।

ତା ସହିତ  ଅଭିଯୋଗ ପତ୍ରର ଏକ ନକଲ ମାନ୍ୟବର ମୂଖ୍ୟମନ୍ତ୍ରୀ , ପଞ୍ଚାୟତରାଜ ବିଭାଗ ଓଡିଶା , ପଞ୍ଚାୟତରାଜ ମନ୍ତ୍ରୀ , ଗଣଶିକ୍ଷାମନ୍ତ୍ରୀ ଓ ପୁରୀ ଜିଲ୍ଲାପାଳଙ୍କୁ ଡାକ ମାଧ୍ୟମରେ ପଠା ଯାଇଛି  । ଅଭିଯୋଗ ପତ୍ରରେ ଦର୍ଶିଆ ଯାଇଛି , ସରପଞ୍ଚଙ୍କ ସ୍ତ୍ରୀ ପ୍ରଭାସିନୀ ମିଶ୍ରଙ୍କନାମରେ ଏକ ରାସନକାର୍ଡ ହେବାସହିତ ରାସନ ସାମଗ୍ରୀ ଦୁଇ ମାସର ସରପଞ୍ଚ ନିଜେ ନେଇଛନ୍ତି  ।

ସରପଞ୍ଚଙ୍କ ପୁଅ କେନ୍ଦ୍ର ସରକାରଙ୍କ ଏକ ଚାକିରୀର ଅବସ୍ତାପିତ ରହିଥିବା ବେଳେ ସେ  ସରକାରୀ ଦଳର ସମର୍ଥକରେ  ବଡତରା ପଞ୍ଚାୟତରେ ସରପଞ୍ଚ ଭାବେ ନିର୍ବାଚିତ ହୋଇଛନ୍ତି  । ପଞ୍ଚାୟତରେ ଅନେକ ଗରୀବଲୋକ ରାସନ କାର୍ଡ ପାଇବାରୁ ବଞ୍ଚିତ ରହିଥିବାବେଳେ ସରପଞ୍ଚ , ରାସନ କାର୍ଡ ନେବା ପଞ୍ଚାୟତ ବାସିଙ୍କ ପାଇଁ , ହିତ ସାଧନ ସମ୍ଭବ ନୁହେ ବୋଲି ଅଭିଯୋଗ ହୋଇଛି  । ପଞ୍ଚାୟତର ବିବେକାନନ୍ଦ ମିଶ୍ର , ନବକିଶୋର ରଥ , ବିଜୟ କୁମାର ମହାନ୍ତି , ରାମପ୍ରସାଦ ଚୌୀଧୁରୀ, ରବିକାନ୍ତ ଶତପଥୀ , ଶିବ ପ୍ରସାଦ ମିଶ୍ରଙ୍କ ସମେତ ଶତାଧିକ ଲୋକ ଅଭିଯୋଗ ପତ୍ରଟିକୁ ବିଡିଓଙ୍କୁ ଦେଇଛନ୍ତି  ।

Leave A Reply