Odisha news

ଗୋପ : ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ଜେଲ ଗଲେ ପଞ୍ଚାୟତର କୁଜିନେତା

0

ଗୋପ (ଆପ୍ର) :  ଗୋପ ଥାନା  ନୟାହାଟ ଫାଣ୍ଡି ଇଶାଣପୁରପଞ୍ଚାୟତରେ ଏକ ଅଙ୍ଗନ ୱାଡି କେନ୍ଦ୍ରରେ କାର୍ଯ୍ୟ ସମୟରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ପଞ୍ଚାୟତର ଜଣେ କୁଜିନେତା ଗିରଫ ହୋଇଛନ୍ତି  । ପ୍ରକାସ ଯେ ଇସାଣପୁର ପଞ୍ଚାୟତର କଦମ୍ବ ପାଟଣା ଠାରେ ଏକ ଅଙ୍ଗନୱାଡି ଗୃହ ୨୨.୦୭.୨୦୨୦ ରେ ଚାଲୁଥିବା ସମୟରେ ଦିନ ୧.୩୦ ମି ସମୟରେ ଅଜୟ ସ୍ୱାଇଁ , ଅଙ୍ଗନୱାଡି ଗୃହରେ କାର୍ଯ୍ୟ କରି ଘଟଣାସ୍ଥଳରେ ରହିଥିବା ବେଳେ ଦେଶୁଣ୍ଠି ଗ୍ରାମର ତ୍ରୀଲୋଚନ ସ୍ୱାଇଁ (ଦୁଖା) ଘଟଣାସ୍ଥଳରେ ପହଁଚି ଅଜୟଙ୍କୁ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ସହିତ ଧମକ ଚମକ ଦେଇଥିଲେ  ।

ଅଜୟ ,କାହିଁକି ଗାଳି ଦଉଛ ପଚାରିବାରୁ ଦୁଃଖା ହଠାତ କୋ୍ରଧାନ୍ୱିତହୋଇ ହାତରେ ଧରିଥିବା ଏକ ତଡା ସାହାଯ୍ୟରେ ଅଜୟଙ୍କ ମୁଣ୍ଡକୁ ଶକ୍ତ ପ୍ରହାର ଦେଇଥିଲେ  । ଅଜୟଙ୍କ ମୁଣ୍ଡରେ ପ୍ରହାର ବାଜି ପ୍ରବଳ ରକ୍ତ ଶ୍ରାବ ହେଉଥିବା ବେଳେ ସେ ଜୀବନ ବଞ୍ଚାବାକୁ ଚିକôାର କରି ତଳେ ପଡିଯାଇଥିଲେ  । ସେତିକିରେ କୋ୍ରଧାନ୍ୱିତ ଦୁଖାଙ୍କ ମନ ଶାନ୍ତି ନହେବାରୁ ତାଙ୍କ ହାତକୁ ଶକ୍ତ ପାହାର ଦେବା ସହିତ ବିଧା ଗୋଇଠା ମାରି ଜୀବନରୁ ମାରିଦେବାକୁ ଉଦ୍ୟମ ଲକରୁଥିବା ବେଳେ ଗ୍ରାମର କିଛି ବ୍ୟକ୍ତି ଘଟଣା ସ୍ଥଳରେ ପହଁଚି  ଅଜୟଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବାପରେ ତାଙ୍କର ଅବସ୍ତା ଗୁରୁ୍ତ୍ୱର ହୋଇଥିଲା  । ତାଙ୍କୁ ଅଧିକ ଚିକିସôା କରିବା ପରେ ନୟାହାଟ ଫାଣ୍ଡିରେ ଅଜୟ  ଅଭିଯୋଗ କରିବା ପରେ ଗୋପ ପୋଲିସ  ୧୮୯/୨୦୨୦ ରେଏକ ମକଦମା ରୁଜ କରି ଆଜି  କୋର୍ଟଚାଲାଣ କରିଛି  ।

 

Leave A Reply