ବୋରିଗୁମ୍ମା (କେ.ସାକିଲି ଦୋରା) : ଆଜି ଚଳିତ ବର୍ଷ ର ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି। ବୋରିଗୁମ୍ମା ବ୍ଲକରେ ସରକାରୀ ଉଚ୍ଚ ବିଦ୍ୟାଳୟ ର ଛାତ୍ର କେ.ପ୍ରେମ ସାଇ ଦୋରା ବ୍ଲକ ଟପ୍ପର ହୋଇଛନ୍ତି। ମୋଟ ୬୦୦ ମାର୍କ ରୁ ୪୯୦ ନମ୍ବର ରଖି ଶତକଡା ୮୨ ରଖିଛନ୍ତି।
ସରକାରୀ ଉଚ୍ଚ ବିଦ୍ୟାଳୟ ବୋରିଗୁମ୍ମା ର ଚଳିତ ବର୍ଷ ର ମାଟ୍ରିକ ପରୀକ୍ଷା ଫଳ ବେଶ ଉତ୍ସାହଜନକ ହୋଇଛି। ଏହି ଉଚ୍ଚ ବିଦ୍ୟାଳୟ ର ମୋଟ ୩୦୪ ଛାତ୍ର ଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିବା ବେଳେ ସେଥି ମଧ୍ୟରୁ ୨୫୨ ଜଣ ପାସ କରିଛନ୍ତି।ପାସ ହାର ଶତକଡା ୮୨.୮୯ ଫଳାଫଳ ରହିଛି। ମୋଟ କୃତ କାଯ୍ୟ ଛାତ୍ର ଛାତ୍ରୀ ଙ୍କ ମଧ୍ୟରୁ ଏ-୨ ଦୁଇ ଜଣ, ବି–୧ ଛଅ ଜଣ, ବି–୨ ଦଶ ଜଣ, ସି ଗ୍ରେଡ ରେ ୨୮ ଜଣ, ଡ଼ି ଗ୍ରେଡ ରେ ୫୫ ଜଣ,ଇ ଗ୍ରେଡ ରେ ୧୫୧ ଜଣ ପାସ ହୋଇଛନ୍ତି।ବ୍ଲକରେ ମୋଟ ୩୧ ଗୋଟି ଉଚ୍ଚ ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ମାନେ ପରୀକ୍ଷା ଦେଇଥିଲେ। ସେଥି ମଧ୍ୟରୁ ୧୦୦ ପ୍ରତିଶତ ଫଳାଫଳ ଆଉଁଳି, କଣା ଗାଁ, ପର୍ଲି, ବଡ଼ ମାଝୀଗୁଡା ଉଚ୍ଚ ବିଦ୍ୟାଳୟ ରହିଛି।
ଗତ ବର୍ଷ ବିଜାପୁର ଉଚ୍ଚ ବିଦ୍ୟାଳୟ ରେ ମାଟ୍ରିକ ପରୀକ୍ଷା ଫଳାଫଳ ସୁନ ଥିବା ବେଳେ ଚଳିତ ବର୍ଷ ୪ ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି। ବ୍ଲକ ଟପ୍ପର କେ.ପ୍ରେମ ସାଇ ଙ୍କୁ ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବିଜୟାନନ୍ଦ ପଟନାୟକ, ବରିଷ୍ଠ ଆଇନଜୀବୀ ଲାଲୁ ଷଡ଼ଙ୍ଗୀ, ପ୍ରେସ କ୍ଲବ ସଭାପତି ବିଜୟ ନାରାୟଣ ସାହୁ, ଶିକ୍ଷକ ହେମନ୍ତ ସିଂ, ଗୌରୀ ଶଙ୍କର ସାମନ୍ତରାୟ,ଅନ୍ୟ ବନ୍ଧୁ ବର୍ଗ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।