Odisha news

୫୩ କେଜି ଗଞ୍ଜେଇ କାର ସହ ୨ ଦୁଇ ଗିରଫ

0

ଆର,ଉଉଦୟଗିରି(ମନୋଜ ପାଢୀ  ଆର,ଉଦୟଗିରି ଗଜପତି )- ଗଜପତି ଏସପିଙ୍କର ନିର୍ଦେଶ କ୍ରମେ ତଥା ଆର,ଉଦୟଗିରି ଏସଡିପିଓ ଓ ମୋହନା ଆଇଆଇସିଙ୍କର ପ୍ରତ୍ୟକ୍ଷ ତୁତାବଧାନରେ ମଙ୍ଗଳବାର ରାତ୍ର ୧୧.୩୦ ସମୟରେ ମୋହନା ଥାନାର ଏସଆଇ ଓ ଷ୍ଟାପଧରି ଚାନ୍ଦିପୁଟ ଓ ଲୁହାଗୁଡି ମଧ୍ୟରେ ପେଟ୍ରୋଲିଂ କରୁଥିବା ସମୟରେ ପଥରଗଡା ଗାଁ ପାଖରେ ଚାନ୍ଦିପୁଟ ପଟୁ ଆସୁଥିବା ଏକ ହୋଣ୍ଡା ସିଟି କାରକୁ ସନ୍ଦେହ କରି କାରକୁ ଅଟକାଇ କରକୁ ତଲାସି ନେବାରୁ ଦୁଇ ବସ୍ତା ପାଷ୍ଟିକ ଜରି ଅଖାରେ  ଗଞ୍ଜେଇ ଥିବାର ଦେଖିଥିଲେ ।

ଝାଡଖଣ୍ଡ ରାଜ୍ୟର ଧାନବାଦର ଡ୍ରାଇଭର ପ୍ରମିନ୍ଦ୍ର କୁମାର ରାୟ ଓ ପବନ ପ୍ରସାଦ ଏହି ଦୁଇ ଜଣ ଉକ୍ତ ଗଞ୍ଜେଇକୁ ଶିକୁଳିପଦର ଏରିୟାରୁ କିଣି ଧାନବାଦ ଚାଲାଣ କରୁଥିଲେ । ଜବତ ଗଞ୍ଜେଇକୁ ମୋହନା ତହସିଲଦାର କଲ୍ୟାଣୀ ସଂଘମିତ୍ରା ଦେବୀଙ୍କ ଉପସ୍ଥିତିରେ ଉକ୍ତ ଗଞ୍ଜେଇ ବସ୍ତାକୁ ଓଜନ କରିବାରେ ସମୁଦାୟ ୫୩ କେଜି ଗଞ୍ଜେଇ ହେଲା ଯାହାର ଅନୁମାନିକ ମୂଲ୍ୟ ଦେଢ ଅଢେଇ ଲକ୍ଷ ଟଙ୍କା ହେବ । ତାହା ସହିତ ହୋଣ୍ଡା ସିଟି କାର ଯାହାର ନମ୍ବର WB 26 C 9369 ମଧ୍ୟ ଜବତ ହୋଇଛି । ମୋହନା ଥାନାରେ ଏନେଇ ୧୧୮\୨୦ କେସ୍ ରୁଜୁକରାଯାଇ  ଉପୋରକ୍ତ ଦୁଇଜଣକୁ ବୁଧବାର କୋର୍ଟ ଚାଳଣ  କରାଯିବ ବୋଲି ମୋହନା ଆଇଆଇସି ସୁଜିତ କୁମାର ନାୟକ କହିଛନ୍ତି ।

Leave A Reply