ତିହିଡି(ଯଦୁମଣି ପାଣିଗ୍ରାହୀ ) : ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ତିହିଡି ବ୍ଲକ ଆରୁହା ଗାଁର ଦୁଇଟି ୱାର୍ଡକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି । ପରବର୍ତ୍ତୀ ନିଦେ୍ର୍ଦଶ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି କୁହାଯାଇଛି । ନିଷିଦ୍ଧାଞ୍ଚଳ ମଧ୍ୟରେ ରହୁଥିବା ଲୋକଙ୍କ ପ୍ରଶାସନ ପକ୍ଷରୁ ସମସ୍ତ ସୁବିଧା ଯୋଗାଇ ଦିଆଯିବ ଏବଂ ଏନେଇ କନିଷ୍ଠ ଯନ୍ତ୍ରୀ ତନୁଜା ମିଶ୍ର ଓ ଯୋଗାଣ ନିରୀକ୍ଷିକା ହରିପ୍ରିୟା ସାହୁଙ୍କୁ ଦାୟିତ୍ୱ ଦିଆଯାଇଥିବା ଜଣାଯାଇଛି । ଏହି ଅଞ୍ଚଳରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବାରୁ ପ୍ରସାଶନ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଥିବା ଜଣାଯାଇଛି । ପ୍ରକାଶ ଥାଉକି, ଆରୁହା ଛକରେ ପରିବାର ସହିତ ଏକ ଭଡାଘରେ ରହୁଥିବା ବ୍ୟକ୍ତି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି । ଆକ୍ରାନ୍ତ ଜଣକ ଭଦ୍ରକସ୍ଥିତ ଏକ ବ୍ୟାଙ୍କର କର୍ମ·ରୀ ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆକ୍ରାନ୍ତଙ୍କ ପରିବାରର ୮ ଜଣକୁ ସ୍ଥାନୀୟ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଛି । ଏଥିସହ ଉକ୍ତ ଭଡାଘରେ ରହୁଥିବା ଅନ୍ୟ ଦୁଇ ଜଣଙ୍କୁ ହୋମ୍ କ୍ୱାରେଣ୍ଟାଇନ୍ରେ ରଖାଯାଇଥିବା ବେଳେ ମଙ୍ଗଳବାର ସେମାନଙ୍କର ସ୍ୱାବ୍ ଟେଷ୍ଟ ପାଇଁ ରକ୍ତ ନମୂନା ସଂଗ୍ରହ କରାଯାଇଥିବା ସୂଚନା ମିଳିଛି । ସେମାନଙ୍କ ରିପୋର୍ଟ ଆସିବା ପରେ ନିଷିଦ୍ଧାଞ୍ଚଳ ସମୟ ଅବଧି ଜଣାପଡିବ । ଅନ୍ୟପଟେ ଗତ ଶନିବାର ସଂଧ୍ୟାରୁ ପ୍ରଥମେ ସରପଞ୍ଚ ବୈକୁଣ୍ଠନାଥ ପାଣି ଜିଲ୍ଲାପାଳଙ୍କ କ୍ଷମତା ବ୍ୟବହାର କରି ଆରୁହା ଗାଁର ୨ଟି, ସିନେ୍ଦାଳ ଗାଁର ୩ଟି ଓ ସନ୍ଥପୁରା ଗାଁର ୧ଟି ୱାର୍ଡକୁ ନିଷିଦ୍ଧାଞ୍ଚଳ ଘୋଷଣା କରିଥିଲେ । ତେବେ ମଙ୍ଗଳବାର ଜିଲ୍ଲା ପ୍ରଶାସନ ନିଷ୍ପତି କ୍ରମେ ସିନେ୍ଦାଳ ଓ ସନ୍ଥପୁରାକୁ ବାଦ୍ ଦିଆଯାଇଥିବା ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।