Odisha news

ବୁଲାଷଣ୍ଢ ଆକ୍ରମଣରେ ୬ଜଣରୁ ଉଦ୍ଧ୍ୱର୍ ଆହତ

0

ସାଲେପୁର : ବୁଲା ଷଣ୍ଢ ଆକ୍ରମଣରେ ୬ଜଣରୁ ଉଦ୍ଧ୍ୱର୍ ଆହତ ହୋଇଥିବାବେଳେ ଜଣେ ବୃଦ୍ଧା ଗୁରୁତର ଆହତ ହୋଇ କଟକ ମେଡ଼ିକାଲରେ ଚିକିତ୍ସିତ ହେଉଥିବା ଜଣାଯାଇଛି । ପ୍ରକାଶ ଯେ ସାଲେପୁର ବ୍ଲକ୍ ଅନ୍ତର୍ଗତ ଛାଣିପୁର ଗ୍ରାମରେ ପ୍ରାୟ ୧ମାସ ଧରି ଏକ ନାଲି ରଂଗର ବୁଲା ଷଣ୍ଢ ଆତଙ୍କ ଚଳାଇଛି । ରାସ୍ତାରେ ଯାଉଥିବା ପଥଚାରୀଙ୍କ ସମେତ ଗାଁଗଣ୍ଡାର ଲୋକମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରୁଛି । ଏହି ଷଣ୍ଢ ଆକ୍ରମଣରେ ବହୁ ଲୋକ ଲହୁଲୁହାଣ  ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ଜଣେ ବୃଦ୍ଧା ଗୁରୁତର ଆହତ ହୋଇ କଟକ ବଡ଼ ମେଡ଼ିକାଲରେ ଚିକିତ୍ସିତ ହେଉଥିବା ଜଣାଯାଇଛି ।

ଏହି ଷଣ୍ଢ ଭୟରେ ଲୋକେ ଘରୁ ପଦାକୁ ବାହାରିବାକୁ ଭୟ କରୁଛନ୍ତି । ଏହି ଷଣ୍ଢ ଆକ୍ରମଣରେ ଛାଣିପୁର ଗ୍ରାମର ମାଳତୀ ମହାନ୍ତି ଗୁରୁତର ଆହତ ହୋଇ କଟକ ବଡ଼ ମେଡ଼ିକାଲରେ ଚିକିତ୍ସିତ ହେଉଥିବାବେଳେ କରମୁଆଁ ଗ୍ରାମର ହେମନ୍ତ କୁମାର ସ୍ୱାଇଁ ଓ ତାଙ୍କ ପତ୍ନୀ ପଞ୍ଚାୟତ କାର୍ଯ୍ୟାଳୟକୁ ଆସୁଥିବାବେଳେ ଏହି ଷଣ୍ଢ ଆକ୍ରମଣର ଶିକାର ହୋଇଥିଲେ । ସେହିପରି ଛାଣିପୁର ଗ୍ରାମର ଦୀପିକା ଦାସ, ହେମଲତା ଦାସ, ଚାରୁଲତା ସ୍ୱାଇଁ, କଳ୍ପନା ସ୍ୱାଇଁ, ମେନକା ସ୍ୱାଇଁଙ୍କୁ ଆକ୍ରମଣ କରି ଆହତ କରିଥିବା ଜଣାଯାଇଛି । ସଂପୃକ୍ତ ଷଣ୍ଢକୁ କାବୁ କରିବାପାଇଁ କଟକ ଜଙ୍ଗଲ ବିଭାଗ ଅଧିକାରୀଙ୍କ ନିକଟରେ ପୂର୍ବତନ ସମିତିସଭ୍ୟ ନରେଶ ପ୍ରଧାନ ଓ ଛାଣିପୁର ଗ୍ରାମବାସୀମାନେ ଦାବି କରିଛନ୍ତି ।

Leave A Reply