କେନ୍ଦ୍ରାପଡା : କେନ୍ଦ୍ରାପଡା ପୈାରାଂଚଳ ଅଧିନ ଗୋପ ଗ୍ରାମର ବିଶିଷ୍ଟ ସଂସ୍କୃତ ବିଦ୍ୱାନ୍ ସ୍ୱର୍ଗତଃ ପଣ୍ଡିତ ଗଣେଶ୍ୱର ପଣ୍ଡାଙ୍କ ଦ୍ୱଦଶାହ ଉପଲକ୍ଷେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । କୋଭିଡ-୧୯ ନିୟମ ମୁତାବକ ସାମାଜିକ ଦୂରତା ଓ ମାସ୍କ ପରିଧାନ କରି ଅନୁଷ୍ଠିତ ଏହି ସ୍ମୃତି ଚାରଣ ସଭାରେ ପଣ୍ଡିତ ଧୃବ ଚରଣ ପଣ୍ଡା ଅଧ୍ୟକ୍ଷତା କରିଥିଲେ ।
ପଣ୍ଡିତ ଭ୍ରମରବର ନନ୍ଦ , କୃଷ୍ଣ ଚନ୍ଦ୍ର ମିଶ୍ର, ନରହରି ପତି, ହରିହର ଶତପଥୀ, ସରୋଜକାନ୍ତ ପତି, ଅଦୈତ୍ୟ କର, ପୂର୍ଣ୍ଣଚନ୍ଦ୍ର ପତି, ଉମାଶଙ୍କର ପତି, ବିଦ୍ୟାଧର ପଣ୍ଡା ଓ ରବିନ୍ଦ୍ର ପତି ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତଃ ପଣ୍ଡାଙ୍କ ଅମାୟିତ ବ୍ୟବହାର ଓ ସରଳ ଜୀବନ ଯାପନ ଲୋକପ୍ରିୟତା ଉପରେ ସ୍ମୃତି ଚାରଣ କରିଥିଲେ । ସ୍ୱର୍ଗତଃ ଆତ୍ମାର ସଦ୍ଗତି ପାଇଁ ନୀରବ ପାର୍ଥନା କରିଥିଲେ ।