କେନ୍ଦ୍ରାପଡା : ପଟ୍ଟାମୁଣ୍ଡାଇ ତହସିଲ ଅଧିନ ଚନ୍ଦନନଗର ପଂଚାୟତର ହରନବାବି, ତେତଲ ଗାଁ, ଅନ୍ଧାରୁଆ, ବନ୍ତୋ ପ୍ରଭୃତି ଗ୍ରାମର ଅଧିବାସୀ ମାନେ ଫସଲ ଖାଉଥିବା ଷଣ୍ଢଙ୍କ ପାଇଁ ବହୁ କ୍ଷତିର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ଏହି ଗ୍ରାମ ମାନଙ୍କରେ ବହୁ ସଂଖ୍ୟକ ଷଣ୍ଢ ନିୟମିତ ଭାବେ ଚାଷ ଜମିରୁ ଫସଲ ଖାଇ ଯାଉଥିବାରୁ ବର୍ତମାନ କରୋନା କଟକଣା ସମୟରେ ଚାଷୀମାନେ ମୁଣ୍ଡରେ ହାତଦେଇ ବସିଛନ୍ତି । ଏନେଇ ଗ୍ରାମବାସୀ ମାନେ ଜିଲ୍ଲାପାଳଙ୍କୁ ଅଭିଯୋଗ କରି ଏହି ଷଣ୍ଢ ମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ହରେକୃଷ୍ଣ ପରିଡା, ବିଷ୍ଣୁ ମଲ୍ଲିକ, ରନôାକର ମଲ୍ଲିକ, ଭରତ ସେଠୀ, ସୁବ୍ରତ ଲେଙ୍କା, ରମାକାନ୍ତ ଲେଙ୍କା ଓ କରୁଣାକର ବାରିକ ପ୍ରମୁଖ ଦାବି କରିଛନ୍ତି ।