କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲାରେ କୈାଣସି ବ୍ୟକ୍ତିଙ୍କ କରୋନା ଲକ୍ଷଣ ପ୍ରକାଶ ପାଉଥିଲେ ତାକୁ ନଲୁଚାଇ ତୁରନ୍ତ କୋଭିଡ କମିଟିକୁ ଜନାଇବାକୁ ଜିଲ୍ଲାପଳ ସମର୍ଥ ବର୍ମା ପରାମର୍ଶ ଦେଇଛନ୍ତି । ଜିଲ୍ଲାରେ ଦିନକୁଦିନ ସଂକ୍ରମଣ ସଂଖ୍ୟା, ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲି ଥିବାରୁ ଜିଲ୍ଲାପାଳ ସମର୍ଥ ବର୍ମା ଉଦ୍ବେଗ ପ୍ରକାଶ କରିବା ସହ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଜିଲ୍ଲାବସୀଙ୍କୁ ନିବେଏଦନ କରି ଗୁରୁତର ସହ ନେବାକୁ ପରାମର୍ଶ ଦେଇଛନ୍ତି ।
ସୋମବାର ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ବର୍ମା ସଂକ୍ରମଣର ସଂଖ୍ୟା ଓ ଭୟାବହତାକୁ ଉପଲବ୍ଧି କରି ଜିଲ୍ଲାବାସୀ ସଚେତନ ହେବା ଆାବଶ୍ୟକ । ଲକ୍ଷଣ ନଲୁଚାଇ ଗୁରୁତର ଅବସ୍ଥାରେ ଚିହ୍ନଟ ହେଉ ଥିବାରୁ ସେମାନେ ନିଜେ ଓ ଅନ୍ୟ ମାନଙ୍କୁ ବିପଦ ମଧ୍ୟକୁ ଟାଣି ନେଉଥିବା ସତର୍କ କରାଇ ଦେଇଛନ୍ତି । ଏ ଦିଗରେ ସାମାନ୍ୟ ଲକ୍ଷଣ ପ୍ରକାଶ ପାଇଲେ ତୁରନ୍ତ ଜିଲ୍ଲା କମିଟିକୁ ଜଣାଇବା ପାଇଁ ପରାମର୍ଶ ଦେଇଛନ୍ତି ।