Odisha news

ବାଇଗଡ଼ିଆ ଗାଁ:୨୧ଟି ପରିବାରର ନାହିଁ ପାଇଖାନା

0

ନୀଳଗିରି : ରାଜ୍ୟ ଓ କେନ୍ଦ୍ର ସରକାର ସ୍ୱଚ୍ଛଭାରତ ଯୋଜନାରେ ଲୋକମାନଙ୍କୁ ବିନାମୂଲ୍ୟରେ ପାଇଖାନା ମାନ ଯୋଗାଇ ଦେଇ ଏବାବଦରେ ସରକାରୀ ତହବିଲ୍ରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏପରି କେତେକ ଗାଁ ରହିଛି ଯେଉଁଠି ସେହି ଗ୍ରାମର ଲୋକମାନେ ସ୍ୱଚ୍ଛଭାରତ ଯୋଜନାରେ ମିଳୁଥିବା ପାଇଖାନା ସମ୍ପର୍କରେ କିଛି ଜାଣି ନାହାଁନ୍ତି   ।

ଏଭଳି ଏକ ଗ୍ରାମ ରହିଛି ଔପଦା ବ୍ଲକ ନରସିଂହ ପୁର ପଞ୍ଚାୟତର ବାଇଗଣବାଡ଼ିଆ ଗ୍ରାମ  । ଘଟଣାରୁ ପ୍ରକାଶ ବାଇଗଣବାଡ଼ିଆ ଗ୍ରାମରେ ୪୧ଟି ପରିବାରର ପାଖାପାଖି ୩ଶହ ଜଣ ସଦସ୍ୟ ରହିଥିବା ବେଳେ ଏହି ଗ୍ରାମକୁ ସ୍ୱଚ୍ଛଭାରତ ଯୋଜନାରେ ଗୋଟିଏ ହେଲେ ପାଇଖାନା ଯୋଗାଇଦିଆଯାଇ ନାହିଁ  ।

ଘଟଣା ସମ୍ପର୍କରେ ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ ଜାଣିବା ପରେ ବାଲେଶ୍ୱର ଜିଲ୍ଲାପାଳ, ଗାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଦଶକଙ୍କ ଦୃଷ୍ଟି ଆକର୍ଷଣ କରି ବିହୀତ ପଦକ୍ଷେପ ନିମନ୍ତେ ପତ୍ର ଲେଖିଛନ୍ତି  । ଏଠାରେ ଉଲ୍ଲେଖଯୋଗ୍ୟଯେ ଏହି ଗ୍ରାମରେ କୌଣସି ବ୍ୟକ୍ତିଙ୍କର ପାଇଖାନା ନଥିବାରୁ ସେମାନେ ବାଧ୍ୟ ହୋଇ ପୋଖରୀଆଡ଼ି ଓ ପଡ଼ିଆକୁ ଶୌଚହେବା ନିମନ୍ତେ ଯାଉଥିବା ଦେଖିବାକୁ ମିଳୁଛି  ।

Leave A Reply