ନୀଳଗିରି : ନୀଳଗିରିର ବରିଷ୍ଠ କଂଗ୍ରେସ ନେତା ତଥା ନଗର ସଭାପତି ରଘୁନାଥ ସିଂହ ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଚିକିତ୍ସା ନିମନ୍ତେ ଭୁବନେଶ୍ୱର ସ୍ଥିତ କେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ତେବେ ଶ୍ରୀ ସିଂହଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ଜଣାପଡ଼ିବା ପରେ ନୀଳଗିରିର ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ କୁମାର ଆଚାର୍ଯ୍ୟ ତାଙ୍କର ଆଶୁ ଆରୋଗ୍ୟ କାମନା କରିବା ସହିତ ଶ୍ରୀ ସିଂହ ଖୁବ୍ ଶିଘ୍ର ଆରୋଗ୍ୟ ଲାଭ କରିବା ନିମନ୍ତେ ଜଗନ୍ନାଥ ମହାପ୍ରଭୁଙ୍କ ନିକଟରେ କାମନା କରିଛନ୍ତି ।
